Hindi News >>Home >>Zee Odisha

vastu tips for maindoor: ଆପଣଙ୍କ ଘର ମୁଖ୍ୟଦ୍ୱାର ମନକୁ ମନ ବନ୍ଦ ହେବା କାହିଁକି ଖରାପ ? ଜାଣନ୍ତୁ

  ବାସ୍ତୁଶାସ୍ତ୍ରରେ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି। ଏହା ହେଉଛି ଘରର ପ୍ରଥମ ସ୍ଥାନ ଯାହା ଦେଇ ପରିବାର ସଦସ୍ୟ ଏବଂ ଅତିଥି ଘରେ ପ୍ରବେଶ କରନ୍ତି । ତେଣୁ ମୁଖ୍ୟ ଦ୍ୱାରର ଡିଜାଇନ୍, ଆକୃତି ଏବଂ ଏହାର ତ୍ରୁଟି ବିଶେଷ ଧ୍ୟାନ ଦେବା ଉଚିତ । ସାଧାରଣତଃ ଲୋକମାନେ କବାଟ ପ୍ରତି ଧ୍ୟାନ ଦ

Advertisement
SOCIAL MEDIA
Stop
Zee Odisha Desk|Updated: Nov 25, 2023, 09:13 PM IST

vastu tips for maindoor: 

ବାସ୍ତୁଶାସ୍ତ୍ରରେ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି। ଏହା ହେଉଛି ଘରର ପ୍ରଥମ ସ୍ଥାନ ଯାହା ଦେଇ ପରିବାର ସଦସ୍ୟ ଏବଂ ଅତିଥି ଘରେ ପ୍ରବେଶ କରନ୍ତି । ତେଣୁ ମୁଖ୍ୟ ଦ୍ୱାରର ଡିଜାଇନ୍, ଆକୃତି ଏବଂ ଏହାର ତ୍ରୁଟି ବିଶେଷ ଧ୍ୟାନ ଦେବା ଉଚିତ । ସାଧାରଣତଃ ଲୋକମାନେ କବାଟ ପ୍ରତି ଧ୍ୟାନ ଦିଅନ୍ତି ନାହିଁ  କିନ୍ତୁ ଯଦି ଏଥିରେ କୌଣସି ତ୍ରୁଟି ଥାଏ ତେବେ ଏହା ପରିବାରରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟି କରିଥାଏ । ସବୁଠୁ ବଡ କଥା ହେଉଛି ଯଦି ଦ୍ୱାରକୁ ଖୋଲିବାବେଳେ ମୁଖ୍ୟ ଦ୍ୱାର ମନକୁମନ ବନ୍ଦ ହୋଇଯାଏ, ତେବେ ଏହା ଅତ୍ୟନ୍ତ ଖରାପ ଅଟେ । ଏପରି ଘରେ ରହୁଥିବା ସଦସ୍ୟମାନଙ୍କୁ ଅନେକ ପ୍ରକାରର କ୍ଷତିର ସମ୍ମୁଖୀନ ହେବାକୁ ପଡିଥାଏ । ଆର୍ଥିକ କ୍ଷତି ସହିତ ସାମାଜିକ ପ୍ରତିଷ୍ଠାହାନି ଭଳି ସମସ୍ୟାର ସମ୍ମୁଖୀ ହେବାକୁ ପଡିଥାଏ । ତେଣୁ ଘରର ମୁଖ୍ୟଦ୍ୱାର ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

ମୁଖ୍ୟ ଦ୍ୱାର ପାଇଁ ନିୟମ

ବାସ୍ତୁଶାସ୍ତ୍ରj ସାଧାରଣ ନିୟମ ହେଉଛି କବାଟର ଉଚ୍ଚତା  ପ୍ରସ୍ଥଠାରୁ ଦୁଇଗୁଣ ଉଚିତ । କିନ୍ତୁ  କବାଟର ପ୍ରସ୍ଥ ଚାରି ଫୁଟ କିମ୍ବା ଅତିକମରେ ସାଢେ ତିନି ଫୁଟ ହେବା ଜରୁରୀ । ଫାଟକଗୁଡ଼ିକର ଉଚ୍ଚତା ପ୍ରସ୍ଥଠାରୁ ତିନି ଗୁଣ ହେବା ଆବଶ୍ୟକ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି ।

 

ଆପଣଙ୍କ ଘରର ଦ୍ୱାରରେ ଏଭଳି ତୃଟି ଅଛି କି ?

•              ଦ୍ୱାରର ପ୍ରସ୍ଥ ଏବଂ ଉଚ୍ଚତା ନିୟମ ଅନୁଯାୟୀ ନହେବା ହେତୁ ପରିବାର ମୁଖ୍ୟଙ୍କ ମୁଣ୍ଡରେ ସବୁବେଳେ ଅନେକ ଭାର ରୁହେ ।

•              କବାଟ ଅତ୍ୟନ୍ତ ସଂକୀର୍ଣ୍ଣ, ବିକୃତ, ଅତ୍ୟଧିକ ଉଚ୍ଚ, ଖାଲି, ବଙ୍କା କିମ୍ବା ଅତ୍ୟଧିକ ବିରାଟ ହେବା ଉଚିତ୍ ନୁହେଁ । ବିକୃତ କବାଟ ଆର୍ଥିକ କ୍ଷତିର କାରଣ ହୋଇଥାଏ ।

•              କବାଟ ବନ୍ଦ କରିବା କିମ୍ବା ଖୋଲିବା ସମୟରେ ଯଦି କଟମଟ ଶବ୍ଦ ଶୁଣାଯାଏ, ତେବେ ଏପରି କବାଟ ଖରାପ ଅଟେ । ଏଭଳି କବାଟ ପାଇଁ ଘରେ କଳହ ହୋଇଥାଏ ।

•              ଯଦି କବାଟ ଖୋଲିବା ପରେ କିଛି ସମୟ ପାଇଁ ଛାଡି ଦିଆଯାଏ ଏବଂ ଏହା ନିଜେ ବନ୍ଦ ହୋଇଯାଏ, ତେବେ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ ।  ଏଭଳି କବାଟ ପାଇଁ ଜନ-ଧନ ହାନୀ ହୋଇଥାଏ ।

•              ଘର ଭିତରେ ସମାନ ଧାଡିରେ ଦୁଇଟିରୁ ଅଧିକ କବାଟ ରହିବା ଉଚିତ୍ ନୁହେଁ

•              କବାଟଗୁଡ଼ିକ କାନ୍ଥ ସହିତ ସମାନ ଭାବେ ରହିବା ଉଚିତ୍ ନଚେତ ଆର୍ଥିକ କ୍ଷତି ହୁଏ ।

•              ମୁଖ୍ୟ ଦ୍ୱାରର ଫ୍ରେମ୍ ଉପରେ ଏକ ଝରକା ରହିବା ଉଚିତ । ଏହା ଘରକୁ ସୁଖ ଏବଂ ସମୃଦ୍ଧି ଆଣିଥାଏ ।

•              କବାଟର କାଠରେ କୌଣସି ଖାଲ ରହିବା ଉଚିତ ନୁହେଁ ଅନ୍ୟଥା ଘରକୁ ଦାରିଦ୍ର୍ୟ ଆସେ ।

•              ଆଜିକାଲି କାଠରେ ଦ୍ୱାର ତିଆରି ହେଉନାହିଁ, ଅନ୍ତତଃ ମୁଖ୍ୟ ଦ୍ୱାରର କବାଟ କାଠରେ  ତିଆରି ହେବା ଜରୁରୀ ।

Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)

Read More
{}{}