Hindi News >>Home >>Zee Odisha

Gyanavapi case:ଜ୍ଞାନବାପି ମାମଲାରେ ବାରଣାସୀ ଅଦାଲତ ଏଏସଆଇକୁ ଦେଲେ ଆଉ ୧୦ ଦିନ ସମୟ

   ଜ୍ଞାନବାପି ମାମଲାରେ ବାରଣାସୀ ଜିଲ୍ଲା ଜଜ୍ ଭାରତୀୟ ପତ୍ନତତ୍ୱ ବିଭାଗ( ଆର୍କିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ-ଏଏସଆଇ) କୁ ଆଉ ୧୦ ଦିନ ସମୟ ପ୍ରଦାନ କରିଛନ୍ତି । ଏଏସଆଇ ଅଦାଲତଙ୍କୁ ଅଧିକ ତିନି ସପ୍ତାହ ସମୟ ମାଗିଥିଲା । ତେବେ ଅନୁରୋଧକୁ ଖାରଜ କରିଦେଇ ଅଦାଲତ ଏଏସଆଇକୁ ୧୦ ଦିନ ସମୟ ପ୍ରଦାନ କରିଛନ୍ତି ।  ହିନ୍ଦୁ ପକ୍ଷର

Advertisement
SOCIAL MEDIA
Stop
Zee Odisha Desk|Updated: Nov 30, 2023, 11:52 PM IST

Gyanavapi case: 

 ଜ୍ଞାନବାପି ମାମଲାରେ ବାରଣାସୀ ଜିଲ୍ଲା ଜଜ୍ ଭାରତୀୟ ପତ୍ନତତ୍ୱ ବିଭାଗ( ଆର୍କିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ-ଏଏସଆଇ) କୁ ଆଉ ୧୦ ଦିନ ସମୟ ପ୍ରଦାନ କରିଛନ୍ତି । ଏଏସଆଇ ଅଦାଲତଙ୍କୁ ଅଧିକ ତିନି ସପ୍ତାହ ସମୟ ମାଗିଥିଲା । ତେବେ ଅନୁରୋଧକୁ ଖାରଜ କରିଦେଇ ଅଦାଲତ ଏଏସଆଇକୁ ୧୦ ଦିନ ସମୟ ପ୍ରଦାନ କରିଛନ୍ତି ।  ହିନ୍ଦୁ ପକ୍ଷର ଓକିଲ ମଦନ ମୋହନ ଯାଦବ କହିଛନ୍ତି ଯେ ବାରାଣାସୀ କୋର୍ଟରେ ଜ୍ଞାନବାପି ମାମଲାରେ ଜିଲ୍ଲା ଜଜ୍ ସର୍ଭେ ରିପୋର୍ଟ ଦାଖଲ କରିବାକୁ ASI କୁ ଆହୁରି ୧୦ ଦିନ ସମୟ ଦେଇଛନ୍ତି। ସୂଚନାଯୋଗ୍ୟ ୟେ, ଜୁଲାଇ ୨୪ରେ ଜ୍ଞାନବାପୀ  ପରିସରରେ ASI ସର୍ଭେ ଆରମ୍ଭ ହୋଇଥିଲା, ଯାହାକୁ ସେତେବେଳେ କୋର୍ଟ ଏହାକୁ ବନ୍ଦ କରିଦେଇଥିଲେ।
 
ଏହା ପରେ ଅଗଷ୍ଟ ୪ରୁ ନଭେମ୍ବର ୨ ପର୍ଯ୍ୟନ୍ତ ହୋଇଥିବା ASI ସର୍ବେକ୍ଷଣର ବୈଜ୍ଞାନିକ ସର୍ଭେ ରିପୋର୍ଟ୍  କୋର୍ଟରେ ଉପସ୍ଥାପନ କରିବାକୁ ଏଏସଆଇର ଓକିଲ ଆଉ ତିନି ସପ୍ତାହ ସମୟ ମାଗିଥିଲେ। ଯାହାକୁ ଅଞ୍ଜୁମାନ ଇନ୍ତେଜାମି କମିଟିର ଓକିଲ ବିରୋଧ କରିଥିଲେ। ତେବେ ଜିଲ୍ଲା ଜଜ୍ ASI କୁ ଆଧିକ ତିନି ସପ୍ତାହ ସମୟ ମାଗିବା ପାଇଁ ତାଗିଦ କରି  10 ଦିନ ସମୟ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ଜ୍ଞାନବାପୀ ପରିସରର ବୈଜ୍ଞାନିକ ସର୍ଭେ ରିପୋର୍ଟ ଦାଖଲ କରିବାକୁ ASI ମଙ୍ଗଳବାର (ନଭେମ୍ବର ୨୮) ଦିନ କୋର୍ଟରେ ଆଉ ତିନି ସପ୍ତାହ ସମୟ ମାଗିଥିଲା। ଏହି ଆବେଦନ ଉପରେ ଜିଲ୍ଲା ଜଜ୍ ଏ.କେ ବିଶ୍ୱଶ ଏଏସଆଇକୁ କାହିଁକି ଅଧିକ ସମୟ ମାଗୁଛନ୍ତି ବୋଲି ପଚାରିଥିଲେ। ହିନ୍ଦୁ ପକ୍ଷର  ଓକିଲ ମଦନ ମୋହନ ଯାଦବଙ୍କ ତରଫରୁ କୁହାଯାଇଥିଲା ଯେ ଏହି ସର୍ଭେ ସମୟରେ ବିଭିନ୍ନ ଉପକରଣରୁ ମିଳିଥିବା ତଥ୍ୟକୁ  ବୁଝିବା  ଏକ କଷ୍ଟସାଧ୍ୟ ଏବଂ ଧୀର ପ୍ରକ୍ରିୟା । ASI କାଶୀ ବିଶ୍ୱନାଥ ମନ୍ଦିର ପାଖରେ ନିର୍ମିତ ଜ୍ଞାନବାପୀ ପରିସରର ବୈଜ୍ଞାନିକ ସର୍ଭେ କରିବାର କାରଣ ହେଉଛି ଏହା ଜାଣିବା ଯେ, ମସଜିଦ ନିର୍ମାଣ ପୂର୍ବରୁ କୌଣସି ସେଠାରେ କୌଣସି ହିନ୍ଦୁ ମନ୍ଦିରର ସଂରଚାନ ଥିଲା କି ନାହିଁ । ଅର୍ଥାତ ସତରେ କ’ଣ ହିନ୍ଦୁ ମନ୍ଦିର ଭାଙ୍ଗି ତା’ଉପରେ ମସଜିଦ ତିଆରି କରାଯାଇଥିଲା କି ଯେମିତି ହିନ୍ଦୁ ପକ୍ଷ ଦାବି କରୁଛନ୍ତି । ସୂଚନାଯୋଗ୍ୟ ଯେ, ଔରଙ୍ଗଜେବ ଆଦେଶରେ କାଶୀ ବିଶ୍ୱନାଥ ମନ୍ଦିର ଭାଙ୍ଗି ଜ୍ଞାନବାପୀ ମସଜିଦ ତିଆରି ହୋଇଥିଲା ବୋଲି ହିନ୍ଦୁ ବିଶ୍ୱାସ ରହିଛି । ତେବେ ମୁସଲିମ୍ ପକ୍ଷ ଏହାକ ମାନେ ନାହିଁ ।

Read More
{}{}