Hindi News >>Home >>Zee Odisha

Delhi police and FBI warning on sextortion: ସୋସିଆଲ ମିଡିଆ ବ୍ୟବହାର କରୁଥିଲେ ଦିଲ୍ଲୀ ପୋଲିସ ଓ FBIର ଚେତାବନୀକୁ ମାନନ୍ତୁ…

  ଚଳିତ ବର୍ଷ ଦିଲ୍ଲୀ ପୋଲିସ ରାଜସ୍ଥାନର ଭାରତପୁରରୁ ଦୁଇ ଜଣ ବ୍ଯକ୍ତିଙ୍କୁ ଜଲ ଶକ୍ତି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କ “ସେକ୍ସଟୋର୍ସନ୍ କଲ” ଅଭିଯୋଗରେ ଗିରଫ କରିଥିଲ। କେନ୍ଦ୍ର ମନ୍ତ୍ରୀ ଏକ ଅଜ୍ଞାତ ନମ୍ବରରୁ ଆସିଥିବା ହ୍ୱାଟସ ଆପ୍ ଭିଡିଓ କଲର ଉତ୍ତର ଦେବା ବେଳେ

Advertisement
SOCIAL MEDIA
Stop
Zee Odisha Desk|Updated: Nov 02, 2023, 06:35 PM IST

Delhi police and FBI warning on sextortion: 

ଚଳିତ ବର୍ଷ ଦିଲ୍ଲୀ ପୋଲିସ ରାଜସ୍ଥାନର ଭାରତପୁରରୁ ଦୁଇ ଜଣ ବ୍ଯକ୍ତିଙ୍କୁ ଜଲ ଶକ୍ତି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କ “ସେକ୍ସଟୋର୍ସନ୍ କଲ” ଅଭିଯୋଗରେ ଗିରଫ କରିଥିଲ। କେନ୍ଦ୍ର ମନ୍ତ୍ରୀ ଏକ ଅଜ୍ଞାତ ନମ୍ବରରୁ ଆସିଥିବା ହ୍ୱାଟସ ଆପ୍ ଭିଡିଓ କଲର ଉତ୍ତର ଦେବା ବେଳେ ତାଙ୍କୁ ବ୍ଲାକ୍ ମେଲ୍ କରିବା ପାଇଁ ଉଦ୍ୟମ ହୋଇଥିଲା । କେନ୍ଦ୍ର ମନ୍ତ୍ରୀ କଲ ରିସିଭ କରିବା ମାତ୍ରେ ଅପରାଧୀମାନେ ତାଙ୍କୁ ବ୍ଲାକମେଲ କରିବା ଉଦ୍ଦେଶ୍ୟରେ ଏକ ଅଶ୍ଳୀଳ ଭିଡିଓ ଚଲାଇଥିଲେ ।ତେବେ ମନ୍ତ୍ରୀ ତୁରନ୍ତ  ଏହି କଲ୍କୁ କାଟି ଦେଇଥିଲେ । ଏହାପରେ ସେ ରି ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ । ପୋଲିସ ଘଟଣାର ଖୋଳତାଡ କରି ଦୁଇଜଣଙ୍କୁ ଗିରଫ କରିଥିଲା । ତେବେ ଏହା ସେକ୍ସଟୋର୍ସନ୍ ର ଏକମାତ୍ର  ମାମଲା ନୁହେଁ । ଏମିତି ଅନେକ ବ୍ୟକ୍ତିଙ୍କୁ ଭିଡିଓ କଲ କରି ଜାଲରେ ପକାଇ ଟଙ୍କା ଆଦାୟ କରାଯାଉଛି । ଭିଡିଓ କଲ୍ ର ଲୋକପ୍ରିୟତା ସହିତ, ସେକ୍ସଟୋର୍ସନ୍ ଅପରାଧ ଦ୍ରୁତ ଗତିରେ ବୃଦ୍ଧି ପାଇଛି ।

 

କେବଳ ଦିଲ୍ଲୀ ପୋଲିସ ନୁହେଁ, ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ଏଫବିଆଇ) ମଧ୍ୟ ସେକ୍ସଟୋର୍ସନ୍ ରାକେଟ୍ ବିଷୟରେ ଚେତାବନୀ ଦେଇଛି। FBI ଆମେରିକୀୟମାନଙ୍କୁ ଚେତାବନୀ ଦେଇଛି ଯେ ଅପରାଧୀମାନେ ପୀଡିତମାନଙ୍କୁ ଭୟଭୀତ କରିବା ତଥା ନିର୍ଯାତନା ଦେବା ପାଇଁ AI  ବ୍ୟବହାର କରି ସେକ୍ସ ଭିଡିଓ ତିଆରି କରୁଛନ୍ତି । ଜୁଲାଇରେ ଜାରି  ଏକ ସର୍କୁଲାରରେ ବ୍ୟୁରୋ କହିଛି ଯେ ଅନଲାଇନ ପୋଷ୍ଟ, ବ୍ୟକ୍ତିଗତ ବାର୍ତ୍ତା କିମ୍ବା ଭିଡିଓ ଚାଟରୁ ନିଆଯାଇଥିବା ଭଲ ଫଟୋକୁ ଏଡିଟ୍ କରି ଲୋକଙ୍କୁ ବ୍ଲାକମେଲ୍ କରାଯାଉଛି । ଏଥିରୁ ବଂଚିବା ପାଇଁ ଏଫବିଆଇ ଓ ଦିଲ୍ଲୀ ପୋଲିସ କିଛି ପରାମର୍ଶ ଜାରି କରିଛି । ଆସନ୍ତୁ ଜାଣିବା କ’ଣ ତାହା

•     ଆପଣଙ୍କର ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ପ୍ରାଇଭେଟ୍ ରଖନ୍ତୁ

ଜଟିଳ ପାସୱାର୍ଡ କିମ୍ବା ପାସଫ୍ରେଜ୍ ଏବଂ ମଲ୍ଟି ଫ୍ୟାକ୍ଟର୍ ଅଥନଟିକେସନ୍(ପ୍ରାମାଣିକିକରଣ )ବ୍ୟବହାର କରି ସୋସିଆଲ୍ ମିଡିଆ ଏବଂ ଅନ୍ୟାନ୍ୟ ଅନଲାଇନ୍ ଆକାଉଣ୍ଟ୍ ସୁରକ୍ଷିତ କରନ୍ତୁ ।

•     ଅନଲାଇନରେ କେବେବି ଅନ୍ତରଙ୍ଗ ଫଟୋ ସେୟାର କରନ୍ତୁ ନାହିଁ

କେବେ ମଧ୍ଯ ଅନଲାଇନରେ ନିଜର ଅନ୍ତରଙ୍ଗ ଫଟୋ ସେୟାର କରନ୍ତୁ ନାହିଁ । ନିଜ ପୁରୁଷ ବନ୍ଧୁ କିମ୍ବା ମହିଳା ବନ୍ଧୁଙ୍କ ସହିତ ଅନ୍ତରଙ୍ଗ ଫଟୋ ସେୟାର କରିବା ଭୁଲ କରନ୍ତୁ ନାହିଁ । ଭବିଷ୍ୟତରେ ପସ୍ତାଇବାକୁ ପଡିପାରେ ।

•     ନିଜ ପ୍ରୋଫାଇଲ ଫଟୋକୁ ଲକ୍ କରନ୍ତୁ

ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ପ୍ରୋଫାଇଲ ଫଟୋକୁ ସବୁବେଳ ଲକ୍ କରି ରଖନ୍ତୁ । କେବଳ ଫଟୋ ନୁହେଁ ନିଜ ଫ୍ରେଣ୍ଡ୍ ଲିଷ୍ଟକୁ ମଧ୍ଯ ପ୍ରାଇଭେଟ୍ ରଖନ୍ତୁ । ଫଟୋ ଲକ୍ କରି ରଖିଲେ କେବଲ ଆପଣଙ୍କ ପରିଚିତ ହିଁ ଫଟୋ ଦେଖି ପାରିବେ । ଅନ୍ୟ କେହି ଅଜଣା ବ୍ୟକ୍ତି ଆପଣଙ୍କ ଫଟୋ ଦେଖି ପାରିବେ ନାହିଁ ।

•     ୱେବ୍ କ୍ୟାମେରା ଅଫ୍ ରଖନ୍ତୁ

ବ୍ୟବହାର କରୁନଥିବା ବେଳେ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଏବଂ ୱେବ୍ କ୍ୟାମେରା ବନ୍ଦ କରି ରଖନ୍ତୁ । ଆପଣ ନିଜ ଘର ରଖିଥିବା ରେକର୍ଡିଂ ଉପକରଣଗୁଡ଼ିକ ପ୍ରତି ସତର୍କ ରୁହନ୍ତୁ କାରଣ ଏସବୁକୁ କେହି ମଧ୍ଯ ହ୍ୟାକ୍ କରି ଆପଣଙ୍କ ବ୍ୟକ୍ତିଗତ ଫଟୋ ଭିଡିଓ ଚୋରି କରିପାରେ ।

•     ୱେବକ୍ୟାମେରାକୁ କଭର ଭିତରେ ରଖନ୍ତୁ

ଯେତେବେଳେ ଦରକାର ନାହିଁ ସେତେବେଳେ ୱେବ କ୍ୟାମେରାକୁ କଭର କରି ରଖନ୍ତୁ । ଯଦି ଆପଣଙ୍କ ଲାପଟପ୍ କିମ୍ବା ମନିଟରକ ୱେବ କ୍ୟାମେରାରରେ ଇନ-ବିଲ୍ଟ୍ କଭର ନାହିଁ ତେବେ କୌଣସି ଷ୍ଟିକର ବ୍ୟବହାର କରି ତାକୁ କଭର କରନ୍ତୁ । କାରଣ ଆପଣଙ୍କ ଅଜାଣତରେ କେହି ହ୍ୟାକର ଆପଣଙ୍କ କ୍ୟାମେରାକୁ ହ୍ୟାକ କରି ନେଇ ପାରେ ।

•     ଅଜଣା ନମ୍ବରରୁ ଭିଡିଓ କଲ ଗ୍ରହଣ କରନ୍ତୁ ନାହିଁ

Read More
{}{}