Hindi News >>Home >>Odisha Twin City

Found Cash Bundle: ଯୁବକ ଦେଖାଇଲେ ମାନବିକତା, ଥାନାରେ ଫେରାଇଲେ ପାଇଥିବା ୩୬ ହଜାର ଟଙ୍କା

ଫଳରେ ରାସ୍ତାଘାଟ କିମ୍ବା ଯେକୌଣସି ସ୍ଥାନରୁ ହଜାର ହଜାର ଟଙ୍କା ପାଇଥିଲେ ମଧ୍ୟ ତାହାକୁ ନିଜ ପାଖରେ ନ ରଖି ଥାନା କିମ୍ବା ଉକ୍ତ ଲୋକଙ୍କ ଫେରାଇ ଦେଇଛନ୍ତି।

Advertisement
Found Cash Bundle: ଯୁବକ ଦେଖାଇଲେ ମାନବିକତା, ଥାନାରେ ଫେରାଇଲେ ପାଇଥିବା ୩୬ ହଜାର ଟଙ୍କା
Stop
Prabhudatta Moharana|Updated: Sep 30, 2022, 11:05 PM IST

Found Cash Bundle: ଭୁବନେଶ୍ୱର: ସାଂପ୍ରତିକ ସମାଜରେ ମାନବିକତା ହଜି ହଜି ଯାଉଥିବାବେଳେ କିଛି ବ୍ୟକ୍ତିଙ୍କ ପାଖରେ ମଣିଷପଣିଆ ଏବେ ବି ବଞ୍ଚିଛି। ଗରିବୀର ଚରମ ସୀମାରେ ବଞ୍ଚୁଥିଲେ ମଧ୍ୟ ନିଜର ପ୍ରଚଣ୍ଡ ସ୍ୱାଭିମାନ ପାଇଁ ଲୋଭ ଆଜି ବି ସେମାନଙ୍କୁ ଛୁଇଁ ପାରିନି। ଫଳରେ ରାସ୍ତାଘାଟ କିମ୍ବା ଯେକୌଣସି ସ୍ଥାନରୁ ହଜାର ହଜାର ଟଙ୍କା ପାଇଥିଲେ ମଧ୍ୟ ତାହାକୁ ନିଜ ପାଖରେ ନ ରଖି ଥାନା କିମ୍ବା ଉକ୍ତ ଲୋକଙ୍କ ଫେରାଇ ଦେଇଛନ୍ତି। ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଆଜି ଭୁବନେଶ୍ୱରର ବିଜେବି ନଗରରେ । ମାନବିକତାର ପରିଚୟ ଦେଇଛନ୍ତି ଏହି ଅଞ୍ଚଳରେ ରହୁଥିବା କମଳେଶ ପଟ୍ଟନାୟକ। 

କମଳେଶ ଆଜି କ୍ୟାପିଟାଲ ଥାନା ଅନ୍ତର୍ଗତ ଜନପଥରେ ଥିବା କ୍ରିଷ୍ଣା ଟ୍ରେଡର ନିକଟରୁ ୩୬ ହଜାର ଟଙ୍କାର ଏକ ବଣ୍ଡଲ ରାସ୍ତାରୁ ପାଇଥିଲେ। ଲୋଭ ନ କରି ତାହାକୁ ନିକଟସ୍ଥ କ୍ୟାପିଟାଲ ଥାନାରେ ଜିମା ଦେଇଥିଲେ ଓ ଉକ୍ତ ବଣ୍ଡଲଟିକୁ ଫେରାଇବାକୁ ଅନୁରୋଧ କରିଥିଲେ। ପୋଲିସ ଏହି ଟଙ୍କା ପାଇବା ପରେ ଅନୁଧ୍ୟାନ କରିଥିଲା। ତେବେ ଅନୁଧ୍ୟାନ କରିବା ପରେ ଏହି ବଣ୍ଡଲଟି ମନୀଷ ଅଗ୍ରଓ୍ୱାଲଙ୍କର ବୋଲି ଜଣାପଡ଼ିଥିଲା। ତାଙ୍କ ସହିତ ଯୋଗାଯୋଗ କରିଥିଲା ଓ ପରେ ତାଙ୍କ ନିକଟରୁ ସମସ୍ତ ପ୍ରମାଣ ପାଇବା ପରେ ପୋଲିସ ତାଙ୍କ ଟଙ୍କାକୁ ଫେରାଇଥିଲା।  ଏହି ଟଙ୍କା ପାଇବା ପରେ ଶ୍ରୀ ଅଗ୍ରଓ୍ୱାଲ କମଳେଶଙ୍କୁ ଧନ୍ୟବାଦ ଦେଇଥିଲେ। 

ଅଧିକ ପଢନ୍ତୁ: Tejeswar Parida: ବିଜେପିରେ ଯୋଗଦେଲେ ତେଜେଶ୍ୱର

ଅଧିକ ପଢନ୍ତୁ: Employment: ୨୦୦୦ କର୍ମଚାରୀଙ୍କୁ ନିଯୁକ୍ତି ଦେବ ଏହି କମ୍ପାନୀ

Read More
{}{}