Hindi News >>Home >>Odisha Twin City

Today gold price: ମହାପ୍ରଭୁଙ୍କ ସୁନାବେଶ ପୂର୍ବରୁ ବଢିଲା ସୁନା ମୂଲ୍ୟ, ଜାଣନ୍ତୁ ଟ୍ୱିନସିଟିରେ ଆଜିର ରେଟ୍

ଭୁବନେଶ୍ୱରରେ ସୁନା ଗ୍ରାମ ପିଛା ୫୨୪୫ ଟଙ୍କା ଏବଂ କଟକରେ ୫୧୮୦ ଟଙ୍କାରେ ମିଳୁଛି। ନିର୍ଦ୍ଦିଷ୍ଟ ପାରାମିଟର ଯେପରିକି, ଏକ୍ସାଇଜ୍ ଡ୍ୟୁଟି, ଚାର୍ଜ ଏବଂ ରାଜ୍ୟ ଟିକସ ଉପରେ ଆଧାର କରି ବିଭିନ୍ନ ଅଞ୍ଚଳ ପାଇଁ ସୁନାର ମୂଲ୍ୟ ଭିନ୍ନ ହୋଇଥାଏ।

Advertisement
ପ୍ରତିକାତ୍ମକ ଫଟୋ
Stop
SWATI ADYASHA MOHANTY|Updated: Jul 09, 2022, 01:55 PM IST

Today gold price: ସାରା ଦେଶରେ ସୁନା ରୁପା ଦରରେ ଅସ୍ଥିରତା ଲାଗିରହିଛି। ମହାପ୍ରଭୁଙ୍କ ସୁନାବେଶ ପୂର୍ବରୁ ବଢିଲା ସୁନା ମୂଲ୍ୟ। ଦିନକର ସୁନା ୧୫୦ ଟଙ୍କାରୁ ଅଧିକ ମହଙ୍ଗା ହୋଇଛି। ଶନିବାର ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୫୨୫୫୦ ଟଙ୍କାରେ ପହଞ୍ଚିଛି। ଯାହା ଶୁକ୍ରବାର ଠାରୁ ଦେଢଶହ ଟଙ୍କା ଅଧିକ ରହିଛି। ସେହିପରି ୨୩ କ୍ୟାରେଟ୍ ସୁନା ମୂଲ୍ୟ ୫୦୭୦୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୪୯୬୦୦ ଟଙ୍କାରେ ପହଞ୍ଚିଛି।

ସାଧାରଣତଃ ଭାରତରେ ଅଧିକାଂଶ ଲୋକ ୨୨ ଓ ୨୦ କ୍ୟାରେଟର ସୁନା ବ୍ୟବହାର କରନ୍ତି। ଦେଶର ୨୪ ଓ ୨୩ କ୍ୟାରେଟର ସୁନା ମୂଲ୍ୟ ୫୦ ହଜାର ଉପରେ ରହିଛି। କିନ୍ତୁ ୨୨ରୁ କମ କ୍ୟାରେଟର ସୁନା ମୂଲ୍ୟ ୫୦ ହଜାରରୁ କମ ରହିଛି। ୨୦, ୧୮ ଓ ୧୪ କ୍ୟାରେଟ ସୁନା ଯଥାକ୍ରମେ ୪୪୯୦୦, ୪୦୭୦୦ ଓ ୩୨୩୦୦ ଟଙ୍କାରେ ୧୦ ଗ୍ରାମ ମିଳୁଛି। ଶୁଦ୍ଧ ଗିନି (ସୁନା ମୁଦ୍ରା) ୪୦୯୦୦ ଟଙ୍କାରେ ବିକ୍ରି ହେଉଛି। 

Also Read: PS-I Teaser: ବହୁ ବର୍ଷ ପରେ ବଧୂ ବେଶରେ ଐଶ୍ୱର୍ଯ୍ୟା, ଏହି ଦିନ ରିଲିଜ ହେବ ବିଗ୍ ବଜେଟ ଫିଲ୍ମ

ଭୁବନେଶ୍ୱରରେ ସୁନା ଗ୍ରାମ ପିଛା ୫୨୪୫ ଟଙ୍କା ଏବଂ କଟକରେ ୫୧୮୦ ଟଙ୍କାରେ ମିଳୁଛି। ନିର୍ଦ୍ଦିଷ୍ଟ ପାରାମିଟର ଯେପରିକି, ଏକ୍ସାଇଜ୍ ଡ୍ୟୁଟି, ଚାର୍ଜ ଏବଂ ରାଜ୍ୟ ଟିକସ ଉପରେ ଆଧାର କରି ବିଭିନ୍ନ ଅଞ୍ଚଳ ପାଇଁ ସୁନାର ମୂଲ୍ୟ ଭିନ୍ନ ହୋଇଥାଏ। ସଂଶୋଧିତ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ତଥ୍ୟ ସୂଚାଇ ଦେଇଛି ଯେ, ଗୋଲ୍ଡ ଫ୍ୟୁଚର, ଯାହା ଚଳିତ ବର୍ଷ ଅଗଷ୍ଟ ୫ରେ ମେଚ୍ୟୁରିଟି ହେବାକୁ ଯାଉଛି, ତାହା ୦.୨୫ ପ୍ରତିଶତ ହ୍ରାସ ହୋଇ ୫୦.୯୦୦ ଟଙ୍କା ହୋଇଛି।

ଅନ୍ୟପକ୍ଷରେ ଭୁବନେଶ୍ୱରରେ ଏକ କିଲୋଗ୍ରାମ ରୂପାର ୫୯୩୦୦ ଟଙ୍କାରେ ବିକ୍ରି ହେଉଛି। ୫ ଜୁଲାଇ ୨୦୨୨ରେ ମେଚୋର ହୋଇଥିବା ସିଲଭର ଫ୍ୟୁଚର ୫୩୫ ଟଙ୍କା କିମ୍ବା ୦.୮୮ ପ୍ରତିଶତ ହ୍ରାସ ଘଟିଛି। ପୂର୍ବର ୬୧୪୧୧ ଟଙ୍କା ତୁଳନାରେ MCXରେ କିଲୋଗ୍ରାମରେ ୬୧୧୪୭ ଟଙ୍କା ବିକ୍ରି ହେଉଛି।

Read More
{}{}