Hindi News >>Home >>Odisha Twin City

ବଢିଲା ମୋକିମଙ୍କ ଟେନସନ, କଟକ କମିଟିର ନୂତନ ସଭାପତି ନିଯୁକ୍ତ

ଶ୍ରୀ ରଜନୀ କୁମାର ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ ଏନେଇ ସୂଚନା ଦେଇଛନ୍ତି।

Advertisement
ବଢିଲା ମୋକିମଙ୍କ ଟେନସନ, କଟକ କମିଟିର ନୂତନ ସଭାପତି ନିଯୁକ୍ତ
Stop
Zee Odisha Desk|Updated: Aug 13, 2022, 07:54 AM IST

ଭୁବନେଶ୍ୱର: ବିଧାୟକ ମହମ୍ମଦ ମୋକିମଙ୍କୁ (Mohammed Moquim) ଚେକ ଦେଲେ କଂଗ୍ରେସ ସଭାପତି (OPCC) ଶରତ ପଟ୍ଟନାୟକ (Sarat Patnaik)। ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (Odisha Pradesh Congress Committe) ସଭାପତି (President) ଶରତ ପଟ୍ଟନାୟକ (Sarat Patnaik) ବରିଷ୍ଠ କଂଗ୍ରେସ ନେତା (Congress Leader) ତଥା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ସୁରେଶ କୁମାର ମହାପାତ୍ରଙ୍କୁ (Suresh Kumar Mohapatra) କଟକ ନଗର (Cuttack) କଂଗ୍ରେସ କମିଟିର ମଧ୍ୟବର୍ତ୍ତିକାଳୀନ ସଭାପତି ରୂପେ ଦାୟିତ୍ୱ ଦେଇଛନ୍ତି। ଶ୍ରୀଯୁକ୍ତ ମହାପାତ୍ର ତାଙ୍କର ଦାୟିତ୍ବକୁ ସୂଚାରୂ ରୂପେ ନିର୍ବାହ କରିବେ ବୋଲି କହିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି। ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ ଏନେଇ ସୂଚନା ଦେଇଛନ୍ତି।

 

{}{}