Hindi News >>Home >>Odisha Twin City

President Droupadi Murmu: ରାଷ୍ଟ୍ରପତିଙ୍କୁ ଲାଗିଲା ଜଗାର ଡୋରୀ, ଦୁଇ ଦିନିଆ ଗସ୍ତରେ ଯିବେ ମହାମହିମ

ପୁରୀ: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୧୦ ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ୧୦ ତାରିଖ ମଧ୍ୟାହ୍ନରେ ସେ ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିବା ପରେ ରାଜଭବନ ଯାଇ ସେଠାରୁ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବେ। 

Advertisement
President Droupadi Murmu: ରାଷ୍ଟ୍ରପତିଙ୍କୁ ଲାଗିଲା ଜଗାର ଡୋରୀ, ଦୁଇ ଦିନିଆ ଗସ୍ତରେ ଯିବେ ମହାମହିମ
Stop
Sanjaya Kumar Mohapatra|Updated: Nov 03, 2022, 06:32 PM IST

President Droupadi Murmu: ପୁରୀ: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୧୦ ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ୧୦ ତାରିଖ ମଧ୍ୟାହ୍ନରେ ସେ ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିବା ପରେ ରାଜଭବନ ଯାଇ ସେଠାରୁ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବେ। ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ପାଇଁ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ସମେତ ପୋଲିସ ପ୍ରଶାସନ ପକ୍ଷରୁ ପ୍ରାଥମିକ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ନେଇ ତାଙ୍କ କୌଳିକ ପଣ୍ଡା ବେଶ ଉତ୍ସାହିତ। ସେପଟେ ଆସନ୍ତାକାଲି ଶୁକ୍ରବାର ଗସ୍ତକୁ ନେଇ ବସିବ ଛତିଶା ନିଯୋଗ ବୈଠକ।  

ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୧୦ ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ସକାଳେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ପୁରୀ ଆସି ସିଂହଦ୍ଵାର ନିକଟରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଶ୍ରୀମନ୍ଦିର ଯାଇ ରତ୍ନସିଂହାସନସ୍ଥିତ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ। ପରେ ପୁରୀ ରାଜଭବନକୁ ଯିବେ। ଶ୍ରୀମନ୍ଦିର ଭିତରେ ସେ ମହାପ୍ରସାଦ ସେବନ ମଧ୍ୟ କରିପାରନ୍ତି। ଆସନ୍ତାକାଲି ଅପରାହ୍ନରେ ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଭାଗର ଅଧିକାରୀଙ୍କୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ।

ଅନ୍ୟପଟରେ ଆଜି ଏସପିଙ୍କ କାର୍ଯ୍ୟାଳୟର ଏକ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ କରାଯାଇଛି। ରାଷ୍ଟ୍ରପତି ପୁରୀରେ ପହଞ୍ଚିବା ଠାରୁ ଆରମ୍ଭ କରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ, ରାଜଭବନ ଯିବା ରାସ୍ତା ଓ ହେଲିପ୍ୟାଡ ପ୍ରତ୍ୟାବର୍ତ୍ତନ ପ୍ରତ୍ୟେକ ରାସ୍ତାରେ ପ୍ରୋଟୋକଲ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା କରାଯିବ। ସେପଟେ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ତାଙ୍କ କୌଳିକ ପଣ୍ଡା ବେଶ ଉତ୍ସାହିତ। ରାଷ୍ଟ୍ରପତି ହେବା ପୂର୍ବରୁ ବିଧାୟିକା, ମନ୍ତ୍ରୀ ଓ ରାଜ୍ୟପାଳ ଥିବା ସମୟରେ ଶ୍ରୀମତୀ ମୁର୍ମୁ ଅନେକ ବାର ପୁରୀ ଆସିଛନ୍ତି।

ରାଷ୍ଟ୍ରପତି ଭାବେ ନାମାଙ୍କନ ପତ୍ର ଦାଖଲ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ନିର୍ବାଚନ ଓ ନିର୍ବାଚନ ଜିତିବା ପରେ ମଧ୍ୟ ତାଙ୍କ ପାଇଁ ପ୍ରାର୍ଥନା ଓ ପୂଜାର୍ଚ୍ଚନା କରିଥିଲେ ତାଙ୍କ କୌଳିକ ପଣ୍ଡା। ରାଷ୍ଟ୍ରପତିଙ୍କ ପ୍ରୋଟୋକଲ ଅନୁଯାୟୀ କୌଳିକ ପଣ୍ଡାଙ୍କ ସହ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରିବା ପରେ ତାଙ୍କ ଦର୍ଶନରେ ସବୁ ପ୍ରକାର ସହଯୋଗ କରିବ। ଆନନ୍ଦବଜାରରେ ଯଦି ମହାପ୍ରସାଦ ପାଇବେ ମହାମହିମ ରାଷ୍ଟ୍ରପତି ତେବେ ଗର୍ବର କଥା ହେବ  ବୋଲି କୌଳିକ ପଣ୍ଡା କହିଛନ୍ତି।

ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଏହା ପ୍ରଥମ ଗସ୍ତ ହୋଇଥିବାରୁ ତାଙ୍କ ଗସ୍ତକୁ ସଫଳ ଓ ସ୍ମରଣୀୟ କରିବା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

Read More
{}{}