Hindi News >>Home >>Odisha Twin City

RTI ପରିସରଭୁକ୍ତ ହେବ ଓଡ଼ିଶା ଭିଜିଲାନ୍ସ, ହାଇକୋର୍ଟ ଦେଲେ ନିର୍ଦ୍ଦେଶ

ସୂଚନା ଅଧିକାର ଆଇନ ପରିସରକୁ ଆସିବ ଓଡ଼ିଶା ଭିଜିଲାନ୍ସ । ଓଡ଼ିଶା ହାଇକୋର୍ଟ (Orissa High Court) ସୋମବାର (ଜୁନ ୨୦) ନିର୍ଦ୍ଦେଶ ଦେଇଛନ୍ତି ଯେ, ଓଡିଶା ଭିଜିଲାନ୍ସ (Odisha Vigilance) କୁ ସୂଚନା ଅଧିକାର (RTI) ଅଧିନିୟମ ଅଧୀନରେ ଅଣାଯିବ । ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି । 

Advertisement
RTI ପରିସରଭୁକ୍ତ ହେବ ଓଡ଼ିଶା ଭିଜିଲାନ୍ସ, ହାଇକୋର୍ଟ ଦେଲେ ନିର୍ଦ୍ଦେଶ
Stop
Zee Odisha Desk|Updated: Jun 20, 2022, 07:46 PM IST

ଭୁବନେଶ୍ୱର: ସୂଚନା ଅଧିକାର ଆଇନ ପରିସରକୁ ଆସିବ ଓଡ଼ିଶା ଭିଜିଲାନ୍ସ । ଓଡ଼ିଶା ହାଇକୋର୍ଟ (Orissa High Court) ସୋମବାର (ଜୁନ ୨୦) ନିର୍ଦ୍ଦେଶ ଦେଇଛନ୍ତି ଯେ, ଓଡିଶା ଭିଜିଲାନ୍ସ (Odisha Vigilance) କୁ ସୂଚନା ଅଧିକାର (RTI) ଅଧିନିୟମ ଅଧୀନରେ ଅଣାଯିବ । ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ଦୁର୍ନୀତି ଓ ମାନବାଧିକାର ଉଲ୍ଲଂଘନ ସୂଚନା ଗୋପନୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି । ଗୋପନୀୟ ଓ ସମ୍ୱେଦନଶୀଳ ମାମଲାକୁ ଛାଡ଼ି ଅନ୍ୟ ସମସ୍ତ ପ୍ରସଙ୍ଗ ଆରଟିଆଇ ଅଧାନକୁ ଆସିବ । 

ଭିଜିଲାନ୍ସକୁ RTIରୁ ବାଦ ଦେବାକୁ ନେଇ ୨୦୧୬ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ଏକାଧିକ ବ୍ୟକ୍ତି ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ । କୋର୍ଟ କହିଛନ୍ତି ଯେ, "ସମ୍ବେଦନଶୀଳ ଓ ଗୋପନୀୟ ପ୍ରସଙ୍ଗରେ ଭିଜିଲାନ୍ସ RTI ଅଧୀନରେ ସୂଚନା ବାଣ୍ଟିବା ବାଧ୍ୟତାମୂଳକ ନୁହେଁ । ତଥାପି, ସରକାର ଦୁର୍ନୀତି ଓ ମାନବିକ ଅଧିକାରର ଉଲ୍ଲଂଘନ ଅଭିଯୋଗ ସମ୍ୱନ୍ଧିତ ଭିଜିଲାନ୍ସ ବିଭାଗ ସମ୍ବନ୍ଧୀୟ ତଥ୍ୟକୁ ଦେବାକୁ ଅସ୍ୱୀକାର କରିପାରିବେ ନାହିଁ ।"

ଏହା ବି ପଢ଼ନ୍ତୁ:-ଜାତିସଂଘରେ ପୁଣି ଅପମାନିତ ହେଲା ପାକିସ୍ତାନ; ଏହି ଭାରତୀୟଙ୍କୁ ଆତଙ୍କୀ ଘୋଷଣା କରିବାକୁ ଚାହୁଁଥିଲା ପାକ୍, କିନ୍ତୁ...

ଏହା ବି ପଢ଼ନ୍ତୁ:-ଅଗ୍ନିପଥକୁ ନେଇ ବିବାଦ ମଧ୍ୟରେ ପିଏମ ମୋଦି ଦେଲେ ବଡ଼ ବୟାନ

ଏହା ବି ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ବେତନରେ ହେବ ବଡ଼ ପରିବର୍ତ୍ତନ, ମହଙ୍ଗା ଭତ୍ତା ସହିତ ବଢ଼ିବ ଏହି ୩ଟି ଜିନିଷ!

 

Read More
{}{}