Hindi News >>Home >>Odisha Twin City

Odisha Hockey World Cup 2023: ହକି ବିଶ୍ୱକପ ସମୟରେ ଏମାନଙ୍କୁ ମିଳିବ ମାଗଣା ବସ ସେବା

Odisha Hockey World Cup 2023:  ଜାନୁଆରୀ ୧୩ରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ୍‍ । ଏନେଇ ଭୁବନେଶ୍ୱର ଓ ରାଉରକେଲାରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜୋରଦାର ହୋଇଛି। ଏହାସହିତ ହକି ବିଶ୍ୱକପ୍‍ ଉତ୍ସବ ପାଳନ ହେବାକୁ ଥିବା ଅନ୍ୟ ମହାନଗର ନିଗମଗୁଡ଼ିକରେ ମଧ୍ୟ ନବକଳେବର ହେଉଛି।

Advertisement
ସୌଜନ୍ୟ : ସୋସିଆଲ ମିଡିଆ
Stop
Zee Odisha Desk|Updated: Dec 14, 2022, 01:41 PM IST

Odisha Hockey World Cup 2023:  ଜାନୁଆରୀ ୧୩ରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ୍‍ । ଏନେଇ ଭୁବନେଶ୍ୱର ଓ ରାଉରକେଲାରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜୋରଦାର ହୋଇଛି। ଏହାସହିତ ହକି ବିଶ୍ୱକପ୍‍ ଉତ୍ସବ ପାଳନ ହେବାକୁ ଥିବା ଅନ୍ୟ ମହାନଗର ନିଗମଗୁଡ଼ିକରେ ମଧ୍ୟ ନବକଳେବର ହେଉଛି। ବିଶ୍ୱକପ୍‌ ବେଳେ ସାରା ରାଜ୍ୟରେ ସିଟି ଫେଷ୍ଟିଭାଲ ଓ ଜିଲା ସ୍ତରରେ ଜିଲାସ୍ତରୀୟ ଉତ୍ସବ ଆୟୋଜିତ ହେବ। ସ୍କୁଲ, କଲେଜରେ ଖେଳ ଓ ହକିର ପ୍ରସାର ପାଇଁ ପ୍ରୋତ୍ସାହିତ କରାଯିବ। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ହକି ବିଶ୍ବକପ୍‌ ଆୟୋଜନ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିରେ ବିଶ୍ବକପ୍‌ ଆୟୋଜନ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି। ସମୀକ୍ଷା ବେଳେ ଷ୍ଟାଡିୟମ ପ୍ରସ୍ତୁତି, ଯୋଗାଯୋଗ, ଆତିଥ୍ୟ, ଟ୍ରାଫିକ୍‌ ଓ ଗହଳି ନିୟନ୍ତ୍ରଣ, ସୁରକ୍ଷା ଆଦି ଦିଗ ଉପରେ ଆଲୋଚନା କରାଯାଇଛି। ଚଳିତ ଆର୍ଥିକ ବର୍ଷରେ କ୍ରୀଡ଼ା ଓ ଯୁବସେବା ବିଭାଗ ୭୫କୋଟି ଟଙ୍କା ହକି ବିଶ୍ବକପ୍‌ ପାଇଁ ବ୍ୟୟ କରିବ । ଭୁବନେଶ୍ବରର କଳିଙ୍ଗ ଓ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ବିଶ୍ୱକପ୍‌ ଖେଳ ହେବ। ଉଭୟ ଷ୍ଟାଡିୟମରେ ସମସ୍ତ ବନ୍ଦୋବସ୍ତ କରାଯାଉଛି। ଖୁବ୍‌ଶୀଘ୍ର ରାଉରକେଲାକୁ ବିମାନ ଚଳାଚଳ ଆରମ୍ଭ ହେବ। ରାଉରକେଲାରେ ଜାନୁୟାରୀରୁ ମୋ ବସ୍‌ ସେବା ଆରମ୍ଭ ହେବ। ପାଖରେ ହକି ଟିକେଟ ଥିଲେ ଷ୍ଟାଡିୟମକୁ ମାଗଣାରେ ମୋ ବସ୍‌ରେ ଯାଇପାରିବେ ଦର୍ଶକ ।

ସେହିପରି ବିଶ୍ବକପ୍‌ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ନିକଟରେ ପୁନଃ ବିଛା ଯାଇଥିବା ଦୁଇଟି ଟର୍ଫ, ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ବିଛା ଯାଇଥିବା ଦୁଇଟି ଟର୍ଫକୁ ଯାଞ୍ଚ କରି ଏଫ୍‌ଆଇଏଚ୍‌ ସାର୍ଟିଫାଏ କରିଛି। ଏହାସହ ଷ୍ଟାଡିୟମରେ ଲାଇଟିଂ ବ୍ୟବସ୍ଥା ଠିକ୍ ଅଛି ବୋଲି ସାର୍ଟିଫାଏ କରିଛି। ବୈଠକରୁ ଜଣାପଡ଼ିଛି ଯେ ରାଉରକେଲାରୁ ଭୁବନେଶ୍ବର ମଧ୍ୟରେ ଯାତାୟାତ ପାଇଁ ଖେଳାଳିମାନେ ସ୍ବତନ୍ତ୍ର ବିମାନ ବ୍ୟବହାର କରିବେ। ଖୁବ୍‌ଶୀଘ୍ର ରାଉରକେଲା ଓ ଭୁବନେଶ୍ବର ମଧ୍ୟରେ ବ୍ୟାବସାୟିକ ବିମାନ ଚଳାଚଳ କରିବ। ଦର୍ଶକଙ୍କ ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ସବୁପ୍ରକାରର ବନ୍ଦୋବସ୍ତ କରିବାକୁ କୁହାଯାଇଛି।  ବିଶ୍ବକପ୍‌ ପୂର୍ବରୁ ସବୁ ଜିଲାରେ ନଗର କ୍ରୀଡ଼ା ଆୟୋଜନ କରାଯିବ ।

ଏହାବି ପଢନ୍ତୁ : Odisha Handicrafts: ଦେଶ ବିଦେଶରେ ପରିଚିତ ହେଲାଣି ଓଡ଼ିଶାର ହସ୍ତକଳା, ବାଟ ଦେଖାଇଲା ଫାବ୍ ଇଣ୍ଡିଆ

ଏଥିରେ ବିଭିନ୍ନ ବିଭାଗରେ ଖେଳ ଅନୁଷ୍ଠିତ ହେବ । ବିଜୟୀଙ୍କୁ ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ରାଜ୍ୟର ସବୁ ଜିଲାକୁ ହକି ଟ୍ରଫି ଟୁର୍‌ କରିବ । ଉଭୟ ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜୋରସୋରରେ ଚାଲିଛି। ବିଶ୍ୱକପ୍‌ ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶ୍ୱକପ୍‌ ପାଇଁ ଚାଲିଥିବା ପ୍ରସ୍ତୁତିକୁ ନେଇ ଆୟୋଜକ କମିଟି ସନ୍ତୋଷ ବ୍ୟକ୍ତ କରିଛି। ଏହି ବୈଠକରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଭାରତୀୟ ହକି ଫେଡେରେଶନର ଅଧିକାରୀମାନେ ଉପସ୍ଥିତ ଥିଲେ।

Read More
{}{}