Hindi News >>Home >>Odisha Twin City

Odisha Flood: ବନ୍ୟା ସଂକଟ: ବିପଦ ମୁଁହରେ ରହିଲେ ଛାତ୍ରଛାତ୍ରୀ

ମଙ୍ଗଳବାର ଅଗ୍ନିଶମ ବିଭାଗର ଟିମ୍ ଅକ୍ଲାନ୍ତ ପରିଶ୍ରମ କରି ରାତି ୧୨ଟା ଯାଏ ବୋଟ୍ ସାହାଯ୍ୟରେ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ । ଏହି ଘଟଣାରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । 

Advertisement
Odisha Flood: ବନ୍ୟା ସଂକଟ: ବିପଦ ମୁଁହରେ ରହିଲେ ଛାତ୍ରଛାତ୍ରୀ
Stop
Zee Odisha Desk|Updated: Aug 19, 2022, 11:07 AM IST

Odisha Flood: କଟକ: କଟକ ସହର ପୁର୍ବାଞ୍ଚଳସ୍ଥିତ ଗତିରାଉତପାଟଣା କେଶବଧାମ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୬ଶହ ଛାତ୍ରଛାତ୍ରୀ (School Student) ଓ ଶିକ୍ଷକ (Teacher) ଶିକ୍ଷୟିତ୍ରୀ ପାଣିଘେରରେ (Water Logging) ଫଶି ରହିବା ଏବଂ ବିପଜ୍ଜନକ ପରିସ୍ଥିତିରେ ସେମାନଙ୍କୁ ଉଦ୍ଧାର କରାଯିବା ଘଟଣାକୁ ନେଇ ଏବେ ଖୋଳତାଡ଼ ଆରମ୍ଭ ହୋଇଛି । 

ମଙ୍ଗଳବାର ଅଗ୍ନିଶମ ବିଭାଗର ଟିମ୍ ଅକ୍ଲାନ୍ତ ପରିଶ୍ରମ କରି ରାତି ୧୨ଟା ଯାଏ ବୋଟ୍ ସାହାଯ୍ୟରେ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ । ଏହି ଘଟଣାରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରଶାସନ ପକ୍ଷରୁ ବାରମ୍ବାର ସତର୍କ କରାଯିବା ସତ୍ତ୍ୱେ ବନ୍ୟାଜଳ ମାଡ଼ିବା ପୂର୍ବରୁ ପିଲାଙ୍କୁ କାହିଁକି ସେଠାରୁ ସ୍ଥାନାନ୍ତର କରାଯାଇନଥିଲା, ସେନେଇ ଏବେ ତନଘନା ଆରମ୍ଭ ହୋଇଛି । ଏପରି ଘଟଣା କାହିଁକି ଘଟିଲା, ଯଦି କିଛି ଅଘଟଣ ଘଟିଥାନ୍ତା ତେବେ କିଏ ସେଥିପାଇଁ ଦାୟୀ ହୋଇଥାନ୍ତା ବୋଲି ଖୋଦ୍ ଜିଲ୍ଲାପାଳ ପ୍ରଶ୍ନ ଉଠାଇଛନ୍ତି । ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ କୈଫତ୍ ମଗାଯିବ ବୋଲି ଜଣାପଡ଼ିଛି ।

ମହାନଦୀରେ ବନ୍ୟାଜନ ଆସିଲେ କେଶବଧାମ୍‌ରେ ଏଭଳି ସଂକଟଜନକ ପରିସ୍ଥିତି ଉପୁଜିଥାଏ । ପ୍ରତ୍ୟେକଥର ନଦୀ ବଢ଼ିଲେ ସ୍କୁଲ ଜଳବନ୍ଦି ହୁଏ । ଛାତ୍ରଛାତ୍ରୀଙ୍କୁ ଆଣି ମହାନଦୀବିହାର ଓ ନୂଆବଜାର ସରସ୍ୱତୀ ଶିଶୁମନ୍ଦିରରେ ରଖାଯାଏ । ଚଳିତବର୍ଷ ଯେଉଁ ସ୍ଥିତି ସୃଷ୍ଟି ହୋଇଛି, ତାହା ଉଭୟ ସ୍କୁଲ କର୍ତ୍ତୃପକ୍ଷ ଏବଂ ପ୍ରଶାସନିକସ୍ତରରେ ନିଷ୍କ୍ରିୟତା ତଥା ବେପରୱା ମନୋଭାବକୁ ପଦାରେ ପକାଇ ଦେଇଛି । ମହାନଦୀରେ ବନ୍ୟାଜଳ ଆସିବା ସମ୍ପର୍କରେ ଦୁଇଦିନ ପୂର୍ବରୁ ପ୍ରଚାର ଚାଲିଥିଲା । ମାତ୍ର ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଗଲା ନାହିଁ । ମୁଣ୍ଡଳିଠାରେ ଚଳିତବର୍ଷର ସର୍ବାଧିକ ୧୨ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିଲାବେଳେ ପ୍ରଶାସନର ମୁଣ୍ଡବିନ୍ଧା ବଢ଼ିଥିଲା ।

ସେହି ସମୟରେ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ମହାନଦୀ ଓ ତା’ର ଶାଖାନଦୀର ସମ୍ଭାବ୍ୟ ବନ୍ୟାସ୍ଥିତିର ସମୀକ୍ଷା କରି ପରିସ୍ଥିତିର ଯଥେଷ୍ଟ ପୂର୍ବରୁ ତଳି ଅଞ୍ଚଳରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସୂଚନାଯୋଗ୍ୟ ମୁଣ୍ଡଳିରେ ୬ ଲକ୍ଷ କ୍ୟୁସେକ୍ ଜଳରୁ ଅଧିକ ବନ୍ୟାଜଳ ପ୍ରବାହିତ ହେଲେ କେଶବଧାମ ସ୍କୁଲକୁ ପାଣି ଛୁଇଁବା ଆରମ୍ଭକରେ । ଏଣୁ ସ୍କୁଲ୍ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ସେଠାରୁ ସ୍ଥାନାନ୍ତର କରିବା କଥା । ମାତ୍ର ଏହା ନକରି ସେମାନେ ମଙ୍ଗଳବାର ଯାଏ ଅପେକ୍ଷା କରିଥିଲେ । ଏଭଳି ନିଷ୍କ୍ରିୟତା ପାଇଁ ପାଇଁ ସ୍କୁଲକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଟିସ୍ ଜାରି କରାଯିବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ ବର୍ତ୍ତମାନ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବନ୍ୟା ପରିସ୍ଥିତି ସଂଗୀନ ହୋଇ ପଡ଼ିଛି। ସେପଟେ ହୀରାକୁଦ ଜଳଭଣ୍ଡାରର ଗେଟ ଧୀରେ ଧୀରେ ବନ୍ଦ ହେବାରେ ଲାଗିଛି। ରାଜ୍ୟରେ ତଳିଆ ଅଞ୍ଚଳ ଗୁଡ଼ିକରୁ ଧୀରେଧୀରେ ଜଳସ୍ତର ଖସିବାରେ ଲାଗିଛି। ତେବେ ଗତକାଲି (ଗୁରୁବାର) ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବ ଭିକେ ପାଣ୍ଡିଆନ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। 

ଅଧିକ ପଢନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ ଚଢାଉ

ଅଧିକ ପଢନ୍ତୁ: ପତଞ୍ଜଳି ଗାଈ ଘିଅର ନମୁନା ଫେଲ୍; ଘିଅରେ ହୋଇଛି ମିଶ୍ରଣ, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

ଅଧିକ ପଢନ୍ତୁ: ମୁସଲିମ ଆକ୍ରମଣକାରୀଙ୍କ କୋପରୁ ବର୍ତ୍ତି ପାରିନାହିଁ ଶ୍ରୀକୃଷ୍ଣ ଜନ୍ମଭୂମି

 

Read More
{}{}