Hindi News >>Home >>Odisha Twin City

OCA Election: ଓସିଏ ସଭାପତି ପାଇଁ କାହିଁକି ମନ ବଳାଇଲେ ବବି ଦାସ?

ଓସିଏ ସଭାପତିକୁ ପଦକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଛି। କେଉଁଠି କିଏ ବୈଠକ କରୁଛି ତ ଆଉ କେଉଁଠି କିଏ ଷ୍ଟ୍ରାଟେଜୀ ଚଳାଉଛି। କିନ୍ତୁ ଏସବୁ ମଧ୍ୟରେ ଏବେ ସାମ୍ନାକୁ ଆସିଛି ବବି ଦାସଙ୍କ ନାଁ। କୁହାଯାଉଛି ଯେ, ଜାତୀୟ ରାଜନୀତିରେ ଏବେ ସେ ଏଣ୍ଟ୍ରି କରିବାକୁ ମନ ବଳାଇଛନ୍ତି। ଯେଉଁକାରଣରୁ ଏବେ ସେ ଓସିଓ ସଭାପତି ରେସରେ ସାମିଲ ହୋଇଛନ୍ତି। 

Advertisement
OCA Election: ଓସିଏ ସଭାପତି ପାଇଁ କାହିଁକି ମନ ବଳାଇଲେ ବବି ଦାସ?
Stop
Priyanka Panda |Updated: Oct 15, 2022, 02:55 PM IST
ଭୁବନେଶ୍ୱର: ଓସିଏ ନିର୍ବାଚନ ପାଇଁ ବବି ଖେଳ ସାରିଦେଇଛନ୍ତି କି... ଯଦି ହଁ ଆଉ କାହା କାତ ପାଇବା ଅସମ୍ଭବ। ବିଶେଷ ସୁତ୍ରରୁ ପ୍ରକାଶ ଆଶିର୍ବାଦ ବେହେରାଙ୍କ ପୁଅ ତଥା ଓସିଓର ସମ୍ପାଦକ ସଞ୍ଜୟ ବେହେରାଙ୍କୁ ହାତମୁଠାରେ ରଖି ପ୍ରାୟ ୫୦ଜଣ ସଦସ୍ୟଙ୍କ ସହିତ ପୁରୀର ଏକ ପଞ୍ଚତାରକା ହୋଟେଲରେ ନିର୍ବାଚନକୁ ନେଇ ଏକ ବ୍ଲୁ ପ୍ରିଣ୍ଟ ତିଆରି ହୋଇଛି। ଜଣାପଡ଼ିଛି ସଞ୍ଜୟ ବେହେରାଙ୍କୁ ସମ୍ପାଦକ ପ୍ରାର୍ଥୀ ଭାବେ ଛିଡ଼ା କରିବା ସହିତ ପଙ୍କଜ ଲୋଚନଙ୍କୁ ଉପସଭାପତି ପ୍ରାର୍ଥୀ ଭାବେ ଛିଡ଼ା କରିବାକୁ ସ୍ଥିର ହୋଇଛି। ତେବେ ବବିଙ୍କ ଉଦ୍ୟମରେ ଆଉ କାହାର ମନ୍ତ୍ର କାମ ଦେବନି ବୋଲି କୁହାଯାଉଛି। ଯଦି ଓସିଏର ଇତିହାସ କଥା କହିବା ତେବେ ହରେକୃଷ୍ଣ ମହତାବଙ୍କ ଠାରୁ ଆରମ୍ଭ କରି ରଞ୍ଜୀବ ବିଶ୍ୱାଳ, ବସନ୍ତ ବିଶ୍ୱାଳ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ପଙ୍କଜ ମହାନ୍ତି ପ୍ରମୁଖ ଓସିଏର ଦାୟିତ୍ୱ ସମ୍ଭାଳି ସାରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ବବି ଓସିଏ ସଭାପତି ପାଇଁ ହଠାତ ଆବିର୍ଭାବ ସମସ୍ତଙ୍କୁ ଚକିତ କରିଛି। ତେବେ ଏଠି ପ୍ରଶ୍ନ ଉଠୁଛି ଆଗରୁ ସଭାପତି ପଦ ପାଇଁ ମନ ବଳାଇଥିବା ପଙ୍କଜ ମହାନ୍ତି ହଠାତ୍ ଉପସଭାପତି ପଦ ପାଇଁ ରାଜି ହେଲେ କେମିତି। ଯାହାକି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତେବେ ଆସନ୍ତା ୨୮ ତାରିଖରେ ଓସିଏର ନିର୍ବାଚନ ହେବ ଯେଉଁଥିରେ ରାଜ୍ୟର ଅନେକ ଜିଲ୍ଲା କ୍ରୀଡ଼ା ସଂଘ ଓ କ୍ଲବକୁ ନେଇ ମୋଟ ୭୩ଟି ସଂଘ ଏଥିରେ ସାମିଲ ହେବେ। ତେବେ ଏହି ନିର୍ବାଚନରେ ବବିଙ୍କର ସାମିଲ ହେବା ଏକ ରହସ୍ୟକୁ ଉନ୍ମୋଚନ କରୁଛି।
 
ଯାଜପୁର ବିଧାୟକ ତଥା ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓସିଏର ସଭାପତି ପାଇଁ ହଠାତ କାହିଁକି ମନ ବଳାଇଲେ ଏହାର ମଧ୍ୟ କାରଣ ରହିଛି। କେନ୍ଦ୍ର ରାଜନୀତିରେ ଯେଉଁଭଳି ଭାବରେ ମାଧବ ରାଓ ସିନ୍ଧିଆଙ୍କ ଠାରୁ ଆରମ୍ଭ କରି ରାଜୀବ ଶୁକ୍ଳା, ଅରୁନ ଜେଟଲିଙ୍କ ଭଳି ପ୍ରଭାବଶାଳୀ ରାଜନେତାମାନେ ବିସିସିଆଇକୁ ପାଥେୟ କରି ସେମାନଙ୍କ ରାଜନୀତିକୁ ବିକେନ୍ଦ୍ରିକରଣ କରିଥିଲେ ସେହିଭଳି ବବି ଓସିଏ ସଭାପତିତ୍ୱକୁ  ପାଥେୟ କରି କେନ୍ଦ୍ର ରାଜନୀତିରେ ନିଜର ପ୍ରତିଷ୍ଠା ତିଆରି କରିବାକୁ ଉଦ୍ୟମ କରୁଛନ୍ତି। ଅନ୍ୟପକ୍ଷରେ ବିଜେଡିର ସୁପ୍ରିମୋ ବବି ଦାସଙ୍କ ଏହି ପ୍ରୟାସକୁ କେତେ ପ୍ରାଧାନ୍ୟ ଦେବେ ସେ ବି ବଡ଼ ପ୍ରଶ୍ନ। ସୁତରାଂ ଓଡ଼ିଶା ରାଜନୀତିରେ ବବିଦାସଙ୍କ ରାଜନୈତିକ ଦବଦବାକୁ ଆକଳନ କଲେ ଜଣାପଡ଼ୁଛି ଯେ, ଓସିଏ ସଭାପତି ତାଙ୍କ ହାତର ଚୁଟକି ସହ ସମାନ। ଅନ୍ୟପକ୍ଷରେ କୁହାଯାଇପାରିବ ସଭାପତି ଖେଳ ଖତମ। ଖାଲି ୨୭ତାରିଖ ନିର୍ବାଚନକୁ ଅପେକ୍ଷା।
Read More
{}{}