Hindi News >>Home >>Odisha Twin City

Christmas 2022: ପୃଥିବୀର ସବୁଠାରୁ ବଡ଼ ସାନ୍ତାକ୍ଲଜ୍ , ତିଆରିରେ ଲାଗିଲା ୧.୫ ଟନ ଟମାଟୋ

Christmas 2022: ଆଜି ବଡ଼ଦିନ । ଦିର୍ଘ ଦୁଇବର୍ଷର କୋରୋନା କଟକଣା ହଟିବା ପରେ ଆଜି ଖ୍ରୀଷ୍ଟମାସ ପାଇଁ ସବୁଠି ଚାଲିଛି ସେଲିବ୍ରେସନ୍ । ମଧ୍ୟରାତ୍ରରେ ପ୍ରଭୁ ଯୀଶୁଙ୍କ ଧରାବତରଣ ପରେ ଧୁମଧାମରେ ଉତ୍ସବ ମନାଉଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ । କେବଳ ଖ୍ରୀଷ୍ଟ ଧର୍ମାବଲମ୍ବୀ ନୁହଁନ୍ତି ଏହି ପର୍ବକୁ ସବୁ ବର୍ଗରେ ଲୋକେ ଧୁମଧାମରେ ପାଳନ କରୁଛନ୍ତି ।

Advertisement
ସୌଜନ୍ୟ-ସୋସିଆଲ ମିଡିଆ
Stop
Zee Odisha Desk|Updated: Dec 25, 2022, 01:22 PM IST

Christmas 2022: ଆଜି ବଡ଼ଦିନ । ଦିର୍ଘ ଦୁଇବର୍ଷର କୋରୋନା କଟକଣା ହଟିବା ପରେ ଆଜି ଖ୍ରୀଷ୍ଟମାସ ପାଇଁ  ସବୁଠି ଚାଲିଛି ସେଲିବ୍ରେସନ୍ । ମଧ୍ୟରାତ୍ରରେ ପ୍ରଭୁ ଯୀଶୁଙ୍କ ଧରାବତରଣ ପରେ ଧୁମଧାମରେ ଉତ୍ସବ ମନାଉଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ । କେବଳ ଖ୍ରୀଷ୍ଟ ଧର୍ମାବଲମ୍ବୀ ନୁହଁନ୍ତି ଏହି ପର୍ବକୁ ସବୁ ବର୍ଗରେ ଲୋକେ ଧୁମଧାମରେ ପାଳନ କରୁଛନ୍ତି । ଆଉ ମଧ୍ୟରାତ୍ରରେ ଯୀଶୁ ଧରାବତରଣ କରିବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଖେଳିଯାଇଛି । ଏହି ଅବସରରେ ଓଡିଶାର ବିଭିନ୍ନ ସ୍ଥାନରେ ଥିବା ଚର୍ଚ୍ଚ ଗୁଡିକ ସୁନ୍ଦର ଆଲୋକମାଳାରେ ସଜାଯାଇଛି । ଏହି କ୍ରମରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗୋପାଳପୁର ବେଳାଭୂମିରେ ଏକ ସାନ୍ତାକ୍ଲଜ୍ ତିଆରି କରିଛନ୍ତି ।  ପୃଥିବୀର ସବୁଠାରୁ ବଡ଼ ଅର୍ଥାତ୍ ୨୭ ଫୁଟ ଉଚ୍ଚତାରେ ୧.୫ ଟନ ଟମାଟୋରେ ସାନ୍ତାକ୍ଲଜ୍ ତିଆରି କରିଛନ୍ତି ସୁଦର୍ଶନ ପଟ୍ଟନାୟକ। ଖ୍ରୀଷ୍ଟ ମାସ ପର୍ବ ଅବସରରେ ଏଭଳି ବିରଳ ବାଲୁକା କଳାକୃତି ତିଆରି କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ତେବେ,  ଏହି ସାନ୍ତାକ୍ଲଜ୍ ତିଆରି କରିବାରେ ସୁଦର୍ଶନଙ୍କୁ ୧୫ ଜଣ ଛାତ୍ରଛାତ୍ରୀ ଦୁଇ ଦିନ ଧରି ସାହାର୍ଯ୍ୟ ମଧ୍ୟ କରିଥିଲେ। 

ଖ୍ରୀଷ୍ଟିୟ ସମ୍ପ୍ରଦାୟର ପ୍ରମୁଖ ପର୍ବ ବଡ଼ଦିନକୁ କନ୍ଧମାଳ ଜିଲ୍ଲାର ଲକ୍ଷ ଲକ୍ଷ ଖ୍ରୀଷ୍ଟ ଧର୍ମାବଲମ୍ବୀ ଆନନ୍ଦ ଉଲ୍ଲାସର ସହିତ ପାଳୁଛନ୍ତି। ଚଳଚଞ୍ଚଳ ରହିଛି କନ୍ଧମାଳ। ଜିଲ୍ଲାର ସମସ୍ତ ଗୀର୍ଜାଘର ସାଜସଜ୍ଜା ସହିତ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି। ବଡ଼ଦିନ ଅବସରରେ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨୭ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି। ବରିଷ୍ଠ ପୋଲିସ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଯାନବାହନ ଯାଞ୍ଚକୁ କଡାକଡି କରାଯାଉଛି। ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି। ବିଭିନ୍ନ ଅଞ୍ଚଳ ପରିକ୍ରମା କରି ବଡ଼ଦିନକୁ ଶାନ୍ତିଶୃଙ୍ଖଳାରେ ପାଳିବା ପାଇଁ ବାର୍ତ୍ତା ଦିଆଯାଇଛି। ଜିଲ୍ଲାର ବିଭିନ୍ନ ଚର୍ଚ୍ଚରେ ପୋଲିସ ମୁତୟନ କରାଯାଇଛି।

 

ଏହାବି ପଢନ୍ତୁ : Sex Racket Busted : କୁମୁଟିଗୁଡାରେ ଚାଲିଥିଲା ସେକ୍ସ ରେକେଟ, ମାଡି ବସିଲା ପୋଲିସ

ଏହାବି ପଢନ୍ତୁ : COVID Outbreak: ଭାରତରେ ବଢୁଛି କୋଭିଡ ରୋଗୀଙ୍କ ସଂଖ୍ୟା, ଜାଣନ୍ତୁ ନୂଆ ଭାରିଏଣ୍ଟକୁ ନେଇ ଓଡ଼ିଶାର ସ୍ଥିତି କ'ଣ

ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ବେଶ ଧୁମ୍‍ଧାମ୍‍ର ସହିତ ପ୍ରତିବର୍ଷ ଡିସେମ୍ବର ୨୫ ତାରିଖକୁ ବଡଦିନ ବା  ଖ୍ରୀଷ୍ଟମାସ ଭାବେ ପାଳନ କରନ୍ତି ।  ଖ୍ରୀଷ୍ଟୀୟ ପାଞ୍ଜି ବା ଗୀର୍ଜାର କ୍ୟାଲେଣ୍ଡର୍ ଅନୁସାରେ ଖ୍ରୀଷ୍ଟ ଜନ୍ମର କିଛି ଦିନ ପୂର୍ବରୁ ଉପବାସ ଓ ନିଷ୍ଠା ପୂର୍ବକ ପୂଜାପାଠ ଆରମ୍ଭ ହୋଇ ବଡ଼ଦିନ ଉତ୍ସବର ଆରମ୍ଭ ହୋଇଥାଏ ଏବଂ ତାହା ଦ୍ୱାଦଶ ଦିନରେ ସରି ଏକ ଉତ୍ସବ ପରି ପାଳିତ ହୁଏ । କିଛି ଦେଶର ସ୍ଥାନୀୟ ସଂସ୍କୃତି ଅନୁସାରେ ଏହି ଉତ୍ସବ ଆଠ ଦିନ ଧରି ମଧ୍ୟ ପାଳିତ ହୁଏ । ଖ୍ରୀଷ୍ଟ ଧର୍ମାବଲମ୍ବୀ ବା ଅନେକ ଦେଶରେ ଅଣ-ଖ୍ରୀଷ୍ଟୀୟ ଜନସମୂହଙ୍କର ମୁଖ୍ୟ ପର୍ବ ହୋଇଥିବାରୁ ଭାରତ ସମେତ ଅନେକ ଦେଶରେ ବଡ଼ଦିନକୁ ଏକ ସରକାରୀ ଛୁଟିଦିନ ରୂପେ ଘୋଷିତ କରାଯାଇଛି ।

Read More
{}{}