Hindi News >>Home >>Odisha Twin City

Escort Service: ଦେହ ବ୍ୟବସାୟୀ ଗ୍ରାହକଙ୍କ ଠାରୁ ଲୁଟିନେଲା ଲକ୍ଷ ଲକ୍ଷ ଟଙ୍କା

ରାଜଧାନୀରେ ଏସକର୍ଟ ସର୍ଭିସ। ପାର୍ବଣ ସମୟରେ ଏଭଳି ସେବା ଯୋଗାଇ ଦେଇ ଗିରଫ ହୋଇଛନ୍ତି ଏକ ଦମ୍ପତ୍ତି। 

Advertisement
Escort Service: ଦେହ ବ୍ୟବସାୟୀ ଗ୍ରାହକଙ୍କ ଠାରୁ ଲୁଟିନେଲା ଲକ୍ଷ ଲକ୍ଷ ଟଙ୍କା
Stop
Prabhudatta Moharana|Updated: Oct 04, 2022, 06:16 PM IST

Escort Service: ଭୁବନେଶ୍ୱର: ଅନଲାଇନ ସାଇବର ଠକଙ୍କ ଟଙ୍କା ଲୁଟର ନୂଆ ତରିକା। ଅନଲାଇନ ଦେହ ବ୍ୟବସାୟ ସେବା ଯୋଗାଇ ଦେବା ନାମରେ ସାଂଘାତିକ ଠକେଇ। ଯାହାକୁ ଅତ୍ୟାଧୁନିକ ମେଟ୍ରୋ ସିଟି ଭାଷାରେ ଏସ୍କର୍ଟସ ସର୍ଭିସ୍ କୁହଯାଏ। ଏପରି ଅନଲାଇନ ଦେହ ବ୍ୟବସାୟ ଚଳାଇବା ଅଭିଯୋଗରେ ଜଣେ ଯୁବ ଦମ୍ପତ୍ତିଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କର ୨୦ ଲକ୍ଷ ଟଙ୍କାର ବ୍ଯାଙ୍କ ଆକାଉଣ୍ଟ୍ ଜବତ କରିବା ସହ ନଗଦ ୮୭ ହଜାର ଟଙ୍କା ଜବତ ହୋଇଛି। ଏହା ସହ ୧୦୨ ଟି ସିମକାର୍ଡ ଓ ପେମେଣ୍ଟ ପାଇଁ ବ୍ୟବହାର ହୋଇଥିବା QR କୋଡ୍ ଜବତ କରିଛି ପୋଲିସ। 

ଆପଣ ନିଷିଦ୍ଧ ଏସ୍କର୍ଟସ ସର୍ଭିସ୍ ଚାହୁଁଛନ୍ତି କି ? ଯଦି ହଁ ତେବେ ସାବଧାନ । ଆପଣ ସର୍ଭିସ୍ ତ ପାଇବେ ନାହିଁ,  କିନ୍ତୁ ସାଇବର ଠକ ଆପଣଙ୍କ ଠାରୁ ନିଷିଦ୍ଧ ସେବା ଯୋଗାଇ ଦେବା ନାମରେ ଲୁଟି ନେବ ଟଙ୍କା।  ଆଉ ଲୋକ ଲଜ୍ଜାରେ ଆପଣ ଅଭିଯୋଗ କରିବାକୁ ଚାହିଁଲେ ବି କରି ପାରିବେ ନାହିଁ। ହେଲେ ଭୁବନେଶ୍ଵରର ଜଣେ ଯୁବକ ଲୋକ ଲଜ୍ଜାକୁ ପଛରେ ପକାଇ ଏପରି ଏକ ଅନଲାଇନ ସାଇବର ଠକ ଗ୍ୟାଙ୍ଗକୁ ଧରାଇବାରେ ସଫଳ ହୋଇଛନ୍ତି । 

ସବୁଠାରୁ ଚାଞ୍ଚଲ୍ୟକର କଥା ହେଉଛି ଏହି ଅନଲାଇନ ଦେହ ବ୍ୟବସାୟ ଓ ଠକେଇ ରାକେଟ ଜଣେ ବିବାହିତ ଦମ୍ପତି ବା ସ୍ଵାମୀ ସ୍ତ୍ରୀ ଚଳାଉଥିଲେ। ଭୁବନେଶ୍ଵରର ଏକ ଚର୍ଚିତ ଆପାର୍ଟମେଣ୍ଟରେ ଘର ଭଡା ନେଇ ଏହି ସର୍ଭିସ୍ ଚଳାଉଥିଲେ ଦମ୍ପତି। ଦମ୍ପତିଙ୍କର ନାମ ସୁଶାନ୍ତ ପାତ୍ର ଓ କାଜଲ ପାତ୍ର । ଗୁଗୁଲ ପେଜରେ ଏସ୍କର୍ଟସ ସର୍ଭିସ୍ ବା ଦେହ ବ୍ୟବସାୟ ସେବା ଯୋଗାଇଦେବା ନାମରେ ବିଜ୍ଞାପନ ଦେଉଥିଲେ। ହେଲେ ଏମାନେ ଆଡଭାନ୍ସ ଟଙ୍କା ନେଇଯିବା ପରେ ଫୋନ ସୁଇଚ ଅଫ କରି ଦେଉଥିଲେ ବୋଲି ଭୁବନେଶ୍ଵର କମିଶନରେଟ ପୋଲିସର ଜୋନ୍ 5 ଏସିପି ସଂଜୀବ ଶତପଥୀ କହିଛନ୍ତି। 

ପୋଲିସ ସୂଚନା ଅନୁସାରେ ଏହି ଦମ୍ପତିଙ୍କ ମୁଖ୍ୟ ଉଦ୍ଦେଶ୍ଯ ହେଉଛି ଟଙ୍କା ଠକିବା। କିନ୍ତୁ ବାହାନା ହେଉଛି ଏସ୍କର୍ଟସ ସର୍ଭିସ୍ ବା ଦେହ ସୁଖ ଯୋଗାଇଦେବା। ସୁଶାନ୍ତ ଓ କାଜଲ ନିଜେ ଏକ ଏସ୍କର୍ଟସ ସର୍ଭିସ୍ ଆଡ ପେଜ ତିଆରି କରି ଗୁଗଲ୍ ରେ ଅନେକ ଯୁବତୀଙ୍କ ଫଟୋ, ଫୋନ ନମ୍ବର ସହ ହୋଟେଲ ଓ ଯୁବତୀ ପିଛା ଦାମ୍ ଉଲ୍ଲେଖ କରୁଥିଲେ। ଆଗ୍ରହୀ ଯୁବକ ଏହି ନମ୍ବରରେ ଯୋଗାଯୋଗ କରିଲେ ହୋଟେଲ ଭଡା , ଗାଡ଼ି ଭଡା ଓ ଯୁବତୀ ରାତି ପିଛା ଭଡା ଦାମ୍ ଆଗୁଆ ନେଇଯାଉଥିଲେ। ଏଥିପାଇଁ ସେମାନେ ଅନଲାଇନ ପେମେଣ୍ଟ ମୋଡ ଆପଣାଇଥିଲେ। 

ଏହି ଏସ୍କର୍ଟସ ସର୍ଭିସ୍ ବା ଅନଲାଇନ ଦେହ ସୁଖ ସେବା ପାଇଁ ଦିଆ ଯାଇଥିବା ଫୋନ କଲ ଗୁଡିକ ନିଜେ କାଜଲ ଓ ଅନ୍ୟ ଜଣେ ସହଯୋଗୀ ଯୁବତୀ ରିସିଭ୍ କରୁଥିଲେ ଓ ଗ୍ରାହକଙ୍କ ସହ ମୂଲଚାଲ କରୁଥିଲେ। ଫଳରେ ଯୋଗାଯୋଗ କରିଥିବା ଯୁବକ ଏହାକୁ ସତ ବୋଲି ମାନି ନେଉଥିଲେ। ଏମାନେ କେବଳ ଏହି ସେବା ନିର୍ଦ୍ଧିଷ୍ଟ ହୋଟେଲ ଓ ଭଡା ଗାଡ଼ିରେ ଯୋଗାଇ ଦେବା ପାଇଁ କଣ୍ଡିସନ ରଖୁଥିଲେ। ଏଥିପାଇଁ ସେମାନେ ଅଲଗା ଟଙ୍କା ଦାବି କରୁଥିଲେ। ଏହା ଛଡା ଯେତେ ସୁନ୍ଦର ଝିଅ ସେତେ ଅଧିକ ଦାମ୍ ମଧ୍ୟ ଡିମାଣ୍ଡ କରୁଥିଲେ। ଥରେ ସବୁ ଟଙ୍କା ପାଇବା ପରେ ଫୋନ ସୁଇଚ ଅଫ୍ କରିଦେଉଥିଲେ। ଏବଂ ସେହି ଫୋନ ମାସ ମାସ ଧରି ବନ୍ଦ ରହୁଥିଲା।  ଏଥିପାଇଁ ସେମାନେ ୧୦୨ଟି ସିମକାର୍ଡ ବ୍ୟବହାର କରୁଥିଲେ।  ଟଙ୍କା ରିସିଭ୍ କରିବାକୁ ୧୫ଟି ବ୍ୟାଙ୍କ୍ ଆକାଉଣ୍ଟ୍ ବ୍ୟବହାର କରୁଥିଲେ। ଯେଉଁଥିରେ ୨୦ ଲକ୍ଷ ଟଙ୍କା ଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି ସାଇବର ଥାନା ପୋଲିସ୍। 

ଏମାନଙ୍କୁ ସହଯୋଗ କରିବା ପାଇଁ ଆଉ ଜଣେ ଯୁବତୀ ସୁଶାନ୍ତ ଓ କାଜଲ ସହ କାମ କରୁଥିଲେ। ପୋଲିସ ଏହି ଯୁବତୀ ସମେତ ବେଆଇନ ଭାବେ ସିମ ଯୋଗାଇବା ଅଭିଯୋଗରେ ୨ ଜଣ ଯୁବକଙ୍କୁ ଗିରଫ କରିଛି।  ଏଥିରେ ମୋଟ ୯ ଜଣ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଚି ଯେଉଁଥିରୁ ୫ ଜଣ ଆଜି ଗିରଫ ହୋଇଛନ୍ତି।

Read More
{}{}