Hindi News >>Home >>Odisha Twin City

Nude Dance: ସୀମା ଟପିଲାଣି ଅଶୀଳ ନୃତ୍ୟ, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଓ ଏହାର ଉପକଣ୍ଠରେ ସାଂସ୍କୃତିକ କାର୍ଯ୍ୟକ୍ରମ ନାଁ ବଢି ଚାଲିଛି ଅଶୀଳ ନୃତ୍ୟ। ଅର୍ଦ୍ଧନଗ୍ନ ପୋଷାକ ପିନ୍ଧି ନିଜର ଶରୀର ପ୍ରଦର୍ଶନ କରୁଛନ୍ତି ଯୁବତୀ।  ଅଶ୍ଲୀଳ ଗୀତର ତାଳେ ତାଳେ ଖୋଲାଖୋଲି ଶରୀରର ବିଭିନ୍ନ ସମ୍ବେଦନଶୀଳ ଅଙ୍ଗକୁ ସର୍ବସାଧାରଣରେ ପ୍ରଦର୍ଶନ କରି ଯୁବକଙ୍କୁ ମତୁଆଲା କରାଯାଉଛି। ବିଗତ ଦିନରେ କିଛି ଯାତ୍

Advertisement
Nude Dance: ସୀମା ଟପିଲାଣି ଅଶୀଳ ନୃତ୍ୟ, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ
Stop
Zee Odisha Desk|Updated: Nov 24, 2022, 07:50 PM IST

Nude Dance: ଭୁବନେଶ୍ୱର: ରାଜଧାନୀ ଓ ଏହାର ଉପକଣ୍ଠରେ ସାଂସ୍କୃତିକ କାର୍ଯ୍ୟକ୍ରମ ନାଁ ବଢି ଚାଲିଛି ଅଶୀଳ ନୃତ୍ୟ। ଅର୍ଦ୍ଧନଗ୍ନ ପୋଷାକ ପିନ୍ଧି ନିଜର ଶରୀର ପ୍ରଦର୍ଶନ କରୁଛନ୍ତି ଯୁବତୀ।  ଅଶ୍ଲୀଳ ଗୀତର ତାଳେ ତାଳେ ଖୋଲାଖୋଲି ଶରୀରର ବିଭିନ୍ନ ସମ୍ବେଦନଶୀଳ ଅଙ୍ଗକୁ ସର୍ବସାଧାରଣରେ ପ୍ରଦର୍ଶନ କରି ଯୁବକଙ୍କୁ ମତୁଆଲା କରାଯାଉଛି।

ବିଗତ ଦିନରେ କିଛି ଯାତ୍ରା ଅନୁଷ୍ଠାନ ମାନଙ୍କରେ ନଗ୍ନତା ବିବାଦ ମୁଣ୍ଡ ଟେକିଥିବା ବେଳେ ଏବେ ଏହା ସାରା ରାଜ୍ୟରେ କାୟା ବିସ୍ତାର କରିଛି। ଟଙ୍କା ପାଇଁ କିଛି ଯୁବତୀ ଏପରି କାମ କରିବାକୁ ପଛାଉ ନାହାନ୍ତି। ଯେଉଁଥି ପାଇଁ ଅପରାଧ ମଧ୍ୟ ଘଟୁଛି। ଓଡ଼ିଶା ପରି ସଂସ୍କୃତି ସମ୍ପୂର୍ଣ୍ଣ ରାଜ୍ୟରେ ଏପରି ଅପସଂସ୍କୃତି ଦିନକୁ ଦିନ ବଢ଼ି ଚାଲିଛି l ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ଏପରି କାମ ଘଟୁଥିବା ବେଳେ ଆଜି ଇଣ୍ଟେରନ୍ୟାସନାଲ ହ୍ୟୁମାନ ରାଇଟ୍ସ ସଂଗଠନ ପକ୍ଷରୁ   ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦେଖା କରି ଏହି ଅଶ୍ଳୀଳ ନୃତ୍ୟ ବନ୍ଦ କରିବା ପାଇଁ ଦାବି ପତ୍ର ପ୍ରଦାନ କରାଯାଇଛି। ଏଥି ସହିତ ଯେଉଁ ଆୟୋଜକ ଏମାନଙ୍କୁ ପ୍ରଶୟ ଦେଉଛନ୍ତି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସଂଗଠନ ପକ୍ଷରୁ ଦାବି କରିଛନ୍ତି।

Read More
{}{}