Hindi News >>Home >>Odisha Twin City

ମହଙ୍ଗା ହେବ ଛେନା ଓ ପନୀର, ଏକାଥରେ ବଢ଼ିବ ଏତିକି ଟଙ୍କା

କ୍ଷୀର ମୂଲ୍ୟ ବୃଦ୍ଧି ପାଇବାରୁ ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀମାନେ କିଲୋ ପିଛା ଛେନାରେ ୧୨ ଟଙ୍କା ପର୍ଯ୍ୟନ୍ତ କ୍ଷତି ସହୁଛନ୍ତି। ଏହି କ୍ଷତିକୁ ଭରଣ କରିବା ପାଇଁ ଜୁନ ଏକ ତାରିଖରୁ ଉଭୟ ଛେନା ଓ ପନୀରରେ ଏକ ଟଙ୍କା ଲେଖାଏଁ ବୃଦ୍ଧି କରାଯିବ।

Advertisement
ଫାଇଲ ଫଟୋ
Stop
Zee Odisha Desk|Updated: May 31, 2022, 08:39 AM IST

ଭୁବନେଶ୍ୱର: ଶାକାହାରୀଙ୍କୁ ଏକ ବଡ ଝଟକା ଲାଗିବାକୁ ଯାଉଛି। ହୋଟେଲ, ରେସ୍ତୋରାରେ ଖାଇବା ପୂର୍ବରୁ ଚାରିଥର ଭାବିବେ। କାରଣ ଆସନ୍ତାକାଲି ଅର୍ଥାତ ଜୁନ ପହିଲା ଠାରୁ ଛେନା ଓ ପନୀର ମହଙ୍ଗା ହେବ। ରାଜ୍ୟ ରାଜଧାନୀରେ ଏହି ଦୁଗ୍ଧ ଜାତୀୟ ଦ୍ରବ୍ୟର ଦର ବୃଦ୍ଧି ପାଇବ। ଏନେଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଭୁବନେଶ୍ୱର ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ୱର ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଙ୍ଘ ପକ୍ଷରୁ ସୋମବାର ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ସେଥିରେ ଛେନା ଓ ପନୀର ଭଳି ଦୁଗ୍ଧଜାତ ଦ୍ରବ୍ୟର ଦର ବୃଦ୍ଧି ନେଇ ସୂଚନା ଦିଆଯାଇଛି। ବ୍ୟବସାୟୀ ସଙ୍ଘ କହିଛି ଯେ, ଗତ ଏପ୍ରିଲ ୨୧ ତାରିଖରେ ଓମଫେଡ ପକ୍ଷରୁ ଲିଟର ପିଛା କ୍ଷୀର ମୂଲ୍ୟ ୨ ଟଙ୍କା ବୃଦ୍ଧି କରାଯାଇଛି। କ୍ଷୀର ମହଙ୍ଗା ହେବାରୁ ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀଙ୍କ ଉପରେ ଆର୍ଥିକ ବୋଝ ପଡିଛି। ଆଉ ସେମାନେ ପ୍ରତିଦିନ କ୍ଷତି ସହୁଛନ୍ତି।

Also Read: ୩୭,୫୦୦ ଟଙ୍କା ପାଇଁ ମାଆ ଛେଉଣ୍ଡ ନବଜାତକୁ ବିକିଦେଲେ ଡାକ୍ତର!

ସଂଘର କହିବା ହେଲା, କ୍ଷୀର ମୂଲ୍ୟ ବୃଦ୍ଧି ପାଇବାରୁ ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀମାନେ କିଲୋ ପିଛା ଛେନାରେ ୧୨ ଟଙ୍କା ପର୍ଯ୍ୟନ୍ତ କ୍ଷତି ସହୁଛନ୍ତି। ଏହି କ୍ଷତିକୁ ଭରଣ କରିବା ପାଇଁ ଜୁନ ଏକ ତାରିଖରୁ ଉଭୟ ଛେନା ଓ ପନୀରରେ ଏକ ଟଙ୍କା ଲେଖାଏଁ ବୃଦ୍ଧି କରାଯିବ। ନୂଆ ଦର ଅନୁସାରେ, ଏକ କିଲୋଗ୍ରାମ ଛେନା ୧୮୦ ଓ ପନୀର ୨୫୦ ଟଙ୍କାରେ ବିକ୍ରି ହେବ। ଏହି ନିର୍ଦ୍ଧାରିତ ଦର ରାଜଧାନୀର ସମସ୍ତ ମିଷ୍ଟାନ୍ନଭଣ୍ଡାରରେ ବି ଲାଗୁ ହେବ ବୋଲି ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଙ୍ଘ କହିଛି।

ସୂଚନାଯୋଗ୍ୟ, ତେଲ ମହଙ୍ଗା ହେଲା ପରେ ଯାନବାହନ ଭଡା ବୃଦ୍ଧି ପାଇଛି। ବର୍ତ୍ତମାନ ସମୟରେ ଗ୍ରାମାଞ୍ଚଳରୁ ଛେନା, ପନୀର ଆଣି ପୂର୍ବ ଦରରେ ସହରାଞ୍ଚଳରେ ଯୋଗାଇବା କଷ୍ଟକର ହୋଇପଡିଛି। ସେପଟେ ପରିବା ଦର ମଧ୍ୟ ଆକାଶଛୁଆଁ ହୋଇଛି। ବଜାରକୁ ଯାଇ ପରିବା ଦେହରେ ହାତମାରିବାକୁ ଡର ଲାଗିଲାଣି। କୌଣସି ପରିବା ୫୦ ତଳେ ବିକ୍ରି ହେଉନାହିଁ। ଚିକେନ, ମଟନ ଖାଇବା ଭୁଲି ଗଲୁଣି, ଏବେ ପନୀର ଓ ଛେନା ମହଙ୍ଗା ହେଉଛି। ତେବେ ମଧ୍ୟବିତ ପରିବାର ଆଗକୁ କଣ ଖାଇବ ଜାଣିପାରୁନି ବୋଲି ଜଣେ ଗ୍ରହକ କହିଛନ୍ତି। 

 

 

Read More
{}{}