Hindi News >>Home >>Odisha Trending

Zelensky Meets Joe Biden: ଆମେରିକାରେ ଜେଲେନସ୍କି, ନୂଆ ବର୍ଷରେ ହେବ କିଛି ବଡ଼ ଧମାକା! ସତ ହୋଇପାରେ Baba Vangaଙ୍କ ଏହି ଭବିଷ୍ୟବାଣୀ

Zelensky Meets Joe Biden: ଋଷର ଆକ୍ରମଣ ପରେ ଆମେରିକା ମଧ୍ୟ ଜେଲେନସ୍କିଙ୍କୁ ୟୁକ୍ରେନ ଛାଡ଼ିବାକୁ ପ୍ରସ୍ତାବ ଦେଇଥିଲା, କିନ୍ତୁ ଜେଲେନସ୍କି କୀଭରେ ରହିଥିଲେ । କିନ୍ତୁ ବର୍ତ୍ତମାନ ଜେଲେନସ୍କି ଯେଉଁ ପଦକ୍ଷେପ ନେବାକୁ ଯାଉଛନ୍ତି ତାହା କିଛି ଭିନ୍ନ ସଙ୍କେତ ଦେଉଛି । ସରଳ ଶବ୍ଦରେ ଦୁନିଆ ପୁଣି ଥରେ ବିଶ୍ୱଯୁଦ୍ଧ ଆଡ଼କୁ ଗତି କରୁଥିବା ଦେଖାଯାଉଛି । ଯଦି ଆମେ ଭବିଷ୍ୟ‌ଦ୍‌ବକ୍ତା ବାବା ଭେଙ୍ଗାଙ୍କ ବିଷୟରେ କହିବା, ତେବେ ସେ ବହୁ ବର୍ଷ ପୂର୍ବରୁ ୨୦୨୩ରେ ବିଶ୍ୱଯୁଦ୍ଧର ଭବିଷ୍ୟବାଣୀ କରିଥିଲେ ।

Advertisement
Zelensky Meets Joe Biden: ଆମେରିକାରେ ଜେଲେନସ୍କି, ନୂଆ ବର୍ଷରେ ହେବ କିଛି ବଡ଼ ଧମାକା! ସତ ହୋଇପାରେ Baba Vangaଙ୍କ ଏହି ଭବିଷ୍ୟବାଣୀ
Stop
Tamal Bakchi|Updated: Dec 22, 2022, 09:50 AM IST

Zelensky Meets Joe Biden: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ (Russia-Ukraine War) କୌଣସି ଫଳାଫଳ ଯାଏ ପହଞ୍ଚିବ ଭଳି ମନେ ହେଉନାହିଁ । ଉଭୟ ଦେଶ ପରସ୍ପରର ରକ୍ତ ପାଇଁ ତୃଷାର୍ତ୍ତ ଅଛି । ୨୪ ଫେବୃଆରୀ ୨୦୨୨ରେ ଏହି ଯୁଦ୍ଧର ଆରମ୍ଭ ସାରା ଦୁନିଆକୁ ଥରାଇ ଦେଇଥିଲା । ୟୁକ୍ରେନ ରାଷ୍ଟ୍ରପତି (Ukraine President) ଭୋଲୋଡିମିର ଜେଲେନସ୍କି (Volodymyr Zelensky) ଯୁଦ୍ଧ ଆରମ୍ଭରୁ ରାଜଧାନୀ କୀଭ (Kyiv) ଛାଡି ନାହାଁନ୍ତି । ଋଷର ଆକ୍ରମଣ ପରେ ଆମେରିକା ମଧ୍ୟ ଜେଲେନସ୍କି (Zelensky) ଙ୍କୁ ୟୁକ୍ରେନ ଛାଡ଼ିବାକୁ ପ୍ରସ୍ତାବ ଦେଇଥିଲା, କିନ୍ତୁ ଜେଲେନସ୍କି କୀଭରେ ରହିଥିଲେ । କିନ୍ତୁ ବର୍ତ୍ତମାନ ଜେଲେନସ୍କି ଯେଉଁ ପଦକ୍ଷେପ ନେବାକୁ ଯାଉଛନ୍ତି ତାହା କିଛି ଭିନ୍ନ ସଙ୍କେତ ଦେଉଛି । ସରଳ ଶବ୍ଦରେ ଦୁନିଆ ପୁଣି ଥରେ ବିଶ୍ୱଯୁଦ୍ଧ ଆଡ଼କୁ ଗତି କରୁଥିବା ଦେଖାଯାଉଛି । ଯଦି ଆମେ ଭବିଷ୍ୟ‌ଦ୍‌ବକ୍ତା ବାବା ଭେଙ୍ଗା (Baba Vanga) ଙ୍କ ବିଷୟରେ କହିବା, ତେବେ ସେ ବହୁ ବର୍ଷ ପୂର୍ବରୁ ୨୦୨୩ରେ ବିଶ୍ୱଯୁଦ୍ଧ (World War) ର ଭବିଷ୍ୟବାଣୀ କରିଥିଲେ ।

ଋଷ (Russia) ସହିତ ଯୁଦ୍ଧ ଆରମ୍ଭ ହେବାର ପ୍ରାୟ ୩୦୦ ଦିନ ପରେ ଜେଲେନସ୍କି (Volodymyr Zelensky) ୟୁକ୍ରେନ (Ukraine) ଛାଡ଼ିଛନ୍ତି । ଜେଲେନସ୍କିଙ୍କ ଲକ୍ଷ୍ୟ ସ୍ଥଳ ହେଉଛି ଋଷର ସବୁଠାରୁ ବଡ଼ ଶତ୍ରୁ ଆମେରିକା । ଜେଲେନସ୍କିଙ୍କ ଆମେରିକା ଗସ୍ତ ପୁଣି ଥରେ ବିଶ୍ୱରେ ସତର୍କ ଘଣ୍ଟି ବଜାଇ ଦେଇଛି । ଜେଲେନସ୍କିଙ୍କ ଆମେରିକା ଗସ୍ତ ପରେ ଅନେକ ପ୍ରଶ୍ନ ଲୋକଙ୍କ ମନରେ ସୃଷ୍ଟି ହୋଇଛି । ଯେପରି କି ୟୁକ୍ରେନ ୱାର୍ ଜୋନରେ  ତୃତୀୟ ପର୍ଯ୍ୟାୟରେ ପହଞ୍ଚିବାକୁ ଯାଉଛି କି? ଆମେରିକାରୁ ଜେଲେନସ୍କି କ’ଣ ପାଇବେ ଯାହା ଯୁଦ୍ଧ କ୍ଷେତ୍ରରେ ଋଷର ଅସୁବିଧାକୁ ବଢ଼ାଇବ? ବାରମ୍ବାର ପରମାଣୁ ଧମକ ଦେଇଥିବା ଋଷ ରାଷ୍ଟ୍ରପତି (Russian President) ଭ୍ଲାଦିମିର ପୁଟିନ (Vladmir Putin) ଏହା ଉପରେ କିପରି ପ୍ରତିକ୍ରିୟା ଦେବେ?

ଜେଲେନସ୍କିଙ୍କ ଆମେରିକା ଗସ୍ତ ଖବର ମଧ୍ୟରେ ଋଷ-ଚୀନ୍ ସାମରିକ ଅଭ୍ୟାସ ଆରମ୍ଭ ହୋଇଛି । ୟୁକ୍ରେନ ସୀମାରେ ଋଷ-ବେଲାଋଷ (Belarus) ର ଯୁଦ୍ଧ ଅଭ୍ୟାସ କ'ଣ ସବୁଠୁ ବଡ଼ ଧମାକା ରିହର୍ସାଲ କି? ଜେଲେନସ୍କିଙ୍କ ଆମେରିକା ପହଞ୍ଚିବା ପୂର୍ବରୁ ପୁଟିନଙ୍କ ଅତି ଘନିଷ୍ଠ ନେତା ବେଜିଂ ଯାଇ ସି ଜିନପିଙ୍ଗଙ୍କ ସହ କ’ଣ ଆଲୋଚନା କରିଛନ୍ତି? ଜେଲେନସ୍କିଙ୍କ ଆମେରିକା ଗସ୍ତର ସମୟ ବିଶ୍ୱକୁ ଲ୍ୟାଣ୍ଡମାଇନ୍ ଭଳି କାହିଁକି ଲାଗୁଛି? ଚାଲନ୍ତୁ ଏହି ସମସ୍ତ ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରିବା ।

ଋଷ ସହିତ ଯୁଦ୍ଧ ସମୟରେ ପାଶ୍ଚାତ୍ୟ ଦେଶଗୁଡ଼ିକ ଜେଲେନସ୍କିଙ୍କୁ ସମର୍ଥନ କରୁଛନ୍ତି । ଜେଲେନସ୍କିଙ୍କୁ ଭେଟିବା ପାଇଁ ଦୁନିଆର ଅନେକ ଦେଶର ନେତାମାନେ ରାଜଧାନୀ କୀଭରେ ପହଞ୍ଚିଛନ୍ତି । କିନ୍ତୁ ପ୍ରଥମ ଥର ପାଇଁ ଜେଲେନସ୍କି ବାହାରକୁ ବାହାରିଛନ୍ତି । କିନ୍ତୁ ଋଷର ଗୁଇନ୍ଦା ସଂସ୍ଥା ଗୁଡ଼ିକର ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଜେଲେନସ୍କିଙ୍କ ଗସ୍ତ ଅତ୍ୟନ୍ତ ଗୁପ୍ତ ରହିଛି । ଯେତେବେଳେ ଜେଲେନସ୍କି ନିଜେ ଏଭଳି ରିସ୍କ ନେଇ ଆମେରିକାରେ ପହଞ୍ଚିଛନ୍ତି, ବିଶ୍ୱାସ କରାଯାଏ ଯେ ସେ ୟୁକ୍ରେନର ଯନ୍ତ୍ରଣା ଓ ସ୍ୱାଧୀନତା ସଂଗ୍ରାମ ବିଷୟରେ ଖୋଲାଖୋଲି ଭାବେ କହିବେ । ଏପରି ପରିସ୍ଥିତିରେ ଗଣତନ୍ତ୍ର ସମର୍ଥକ ଆମେରିକା ୟୁକ୍ରେନ ପାଇଁ ନିଜର ଅସ୍ତ୍ରଶସ୍ତ୍ରର ଭଣ୍ଡାର ଖୋଲିପାରେ ।

ଏହା ବି ପଢ଼ନ୍ତୁ:-BCCI ବୈଠକରେ ରୋହିତ ଶର୍ମାଙ୍କ ଉପରେ ବଡ଼ ଆକ୍ସନ, ଅଧିନାୟକତ୍ୱ ଛଡ଼ାଇ ନେଇ ଏହି ଦିଗ୍ଗଜଙ୍କୁ ଦେଲେ ଦାୟିତ୍ୱ!

ଅଧିକ ପଢ଼ନ୍ତୁ:-ମାଗଣା ରାସନ ନେଉଥିବା ଲୋକଙ୍କ ପାଇଁ ସବୁଠାରୁ ଖରାପ ଖବର! ଶୁଣିବା ପରେ ମୁଣ୍ଡରେ ହାତ ଦେଇ ବସିବେ ୮୦ କୋଟି ଲୋକ

ଅଧିକ ପଢ଼ନ୍ତୁ:-'କଦଳୀ ଦୋକାନ ଖୋଲ...ଅଣ୍ଡା ବିକ୍ରି କର...', ଭାରତୀୟ ଖେଳାଳିଙ୍କୁ କାହିଁକି ଏପରି ଉପଦେଶ ଦେଲେ କପିଲ ଦେବ; ଭିଡିଓ ଦେଖନ୍ତୁ

ଏଠାରେ କହି ରଖୁଛୁ ଯେ, ବାବା ଭେଙ୍ଗା ୨୦୨୩ ରେ ବିଶ୍ୱଯୁଦ୍ଧର ଭବିଷ୍ୟବାଣୀ ବହୁ ବର୍ଷ ପୂର୍ବେ କରିଥିଲେ । ଜେଲେନସ୍କିଙ୍କ ଆମେରିକା ଗସ୍ତ ଓ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପରମାଣୁ ଅସ୍ତ୍ରଶସ୍ତ୍ର ବ୍ୟବହାର ବିଷୟରେ ବାରମ୍ବାର ଚେତାବନୀ, ଏହା ପରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ସତ ହେବାର ସମ୍ଭାବନା ବଢ଼ିଛି । ବାବା ଭେଙ୍ଗାଙ୍କ ଅନୁଯାୟୀ, ୨୦୨୩ ମସିହାରେ ତୃତୀୟ ବିଶ୍ୱଯୁଦ୍ଧ (Third World War) ଆରମ୍ଭ ହୋଇପାରେ ।

Read More
{}{}