Hindi News >>Home >>Odisha Trending

Momos Challenge: ମୋମୋସ୍ ନେଲା ଜୀବନ ! ଚେତାଶୂନ୍ୟ ହେଲେ ଯୁବକ.. ଡାକ୍ତରଖାନାରେ ମୃତ୍ୟୁ

ମୋମୋସ୍ ଖାଇବାରୁ ଚାଲିଗଲା ଜଣେ ଯୁବକଙ୍କ ଜୀବନ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ ବୋଲି ସୂଚନା ମିଳିଛି । ବିହାର (Bihar) ଗୋପାଳଗଞ୍ଜ ଜିଲ୍ଲା ଥାଭ ଥାନା  ଅଞ୍ଚଳର ସିହୋରୱା ଗାଁରେ ଘଟିଛି ଏପରି ଏକ ଅଘଟଣ । ସାଙ୍ଗ ମାନଙ୍କ ସହ ବାଜି ମାରି ପ୍ରାୟ ୧୫୦ ମୋମୋସ୍ ଖାଇବାରୁ ଏପରି ଘଟଣା ଘଟିଥିବା କୁହାଯାଉଛି । ଅଧିକ ମୋମୋସ ଖାଇବା ପର

Advertisement
Momos Challenge: ମୋମୋସ୍ ନେଲା ଜୀବନ ! ଚେତାଶୂନ୍ୟ ହେଲେ ଯୁବକ.. ଡାକ୍ତରଖାନାରେ ମୃତ୍ୟୁ
Stop
Soubhagya Ranjan Mishra|Updated: Jul 15, 2023, 07:39 PM IST

Momos Challenge: ମୋମୋସ୍ ଖାଇବାରୁ ଚାଲିଗଲା ଜଣେ ଯୁବକଙ୍କ ଜୀବନ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ ବୋଲି ସୂଚନା ମିଳିଛି । ବିହାର (Bihar) ଗୋପାଳଗଞ୍ଜ ଜିଲ୍ଲା ଥାଭ ଥାନା  ଅଞ୍ଚଳର ସିହୋରୱା ଗାଁରେ ଘଟିଛି ଏପରି ଏକ ଅଘଟଣ । ସାଙ୍ଗ ମାନଙ୍କ ସହ ବାଜି ମାରି ପ୍ରାୟ ୧୫୦ ମୋମୋସ୍ ଖାଇବାରୁ ଏପରି ଘଟଣା ଘଟିଥିବା କୁହାଯାଉଛି । ଅଧିକ ମୋମୋସ ଖାଇବା ପରେ ଯୁବକଙ୍କ ସ୍ୱାସ୍ଥ୍ୟ ଅବସ୍ଥା (Health condition) ଖରାପ ହୋଇଥିଲା । ପ୍ରଥମେ ମୁଣ୍ଡ ଘୁରାଇ ତଳେ ପଡିଯାଇଥିଲେ । କିଛି ସମୟ ମଧ୍ୟରେ ଯୁବକଙ୍କ ଚେତା ଚାଲିଯାଇଥିଲା । ଏପରି ଘଟିବାରୁ ସାଙ୍ଗମାନେ ତୁରନ୍ତ ଯୁବକ ଜଣଙ୍କୁ ସ୍ଥାନୀୟ ସଦର ହସ୍ପିଟାଲ (Hospital)ରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସା ସମୟରେ ଯୁବକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଖବର ପାଇବା ପରେ ଶୁକ୍ରବାର ଦିନ ସକାଳେ ସ୍ଥାନୀୟ ପୋଲିସ (Police) ଘଟଣାସ୍ଥଳରେ ପହଞ୍ଚିଥିଲା । ଶବକୁ ଜବତ କରି ବ୍ୟବଚ୍ଛେଦ (Postmortem) ପାଇଁ ହସ୍ପିଟାଲକୁ ପଠାଇଥିଲା । ବ୍ୟଚ୍ଛେଦ ପରେ ମୃତ ଦେହକୁ ସମ୍ପର୍କୀୟଙ୍କୁ ଫେରାଇଥିଲା ।

ବ୍ୟବସାୟ କରୁଥିଲେ ଯୁବକ
ସୂଚନା ଅନୁସାରେ, ମୃତ ଯୁବକ ବିପିନ କୁମାରଙ୍କ ବୟସ ୨୫ ବର୍ଷ । ବାଦରିଆ ସ୍ଥିତ ଜିଓନି ମୋର୍ ଠାରେ ସେ ଏକ ମୋବାଇଲ୍ ଦୋକାନ କରିଥିଲେ । ମୋବାଇଲ୍ ମରାମତି ଓ ବିକ୍ରି କରି ପରିବାର ଚଳାଉଥିଲେ ବିପିନ । ଖଟି ସମୟରେ ବିପିନଙ୍କ କିଛି ଜଣ ସାଙ୍ଗ ଉପସ୍ଥିତ ଥିଲେ । ସାଙ୍ଗମାନେ ବିପିନଙ୍କ ସହ ଏକ ବାଜି ଲଗାଇଥିଲେ । ବାଜି ଥିଲା ଏହା ଯେ, ଅଧିକ ମୋମୋସ୍ କିଏ ଖାଇପାରିବ । ତେଣୁ ଏକ ମୋମୋସ ଦୋକାନ ନିକଟରେ ବିପିନ ନିଜ ସାଙ୍ଗମାନଙ୍କ ସହ ପହଞ୍ଚିଥିଲେ । ଲଗାତାର ୧୫୦ ମୋମୋସ୍ ଖାଇବା ପରେ ପେଟ ପୁରି ଯିବାରୁ ବିପିନ ଅଟକିଯାଇଥିଲେ । କିଛି ସମୟ ମଧ୍ୟରେ ବିପିନଙ୍କ ସାଙ୍ଗମାନେ ଘଟଣାସ୍ଥଳରୁ ଚାଲିଯାଇଥିଲେ । ବିପିନ ମଧ୍ୟ ନିଜ ମୋବାଇଲ୍ ଦୋକାନକୁ ଫେରିଥିଲେ କାମ କରିବା ପାଇଁ । କିନ୍ତୁ କିଛି ସମୟ ମଧ୍ୟରେ ବିପିନଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାକୁ ଲାଗିଥିଲା ଓ ସେ ଚେତାଶୂନ୍ୟ ହୋଇପଡିଲେ ।

ବିଷ ଖୁଆଇଥିବା ଅଭିଯୋଗ

ବିପିନ କୁମାରଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଦେଖିବା ପରେ ତାଙ୍କ ସମ୍ପର୍କୀୟମାନେ ତାଙ୍କୁ ତୁରନ୍ତ ଗୋପାଳଗଞ୍ଜ ସଦର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଚିକିତ୍ସା ଆରମ୍ଭ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଡାକ୍ତର ବିପିନଙ୍କୁ ମୃତ ଘୋଷଣା କରିଥିଲେ । ଏପରି ଘଟଣା ପରେ ବିପିନଙ୍କ ବାପା ସନ୍ଦେହ କରିଛନ୍ତି ଯେ, ହୁଏ ତ ମୋ ପୁଅକୁ ମୋମୋସରେ ବିଷ ଦେଇ ହତ୍ୟା କରାଯାଇଛି । ବିପିନଙ୍କ ମୃତ୍ୟୁ ପରେ ବିପିନଙ୍କ ସମ୍ପର୍କୀୟଙ୍କ ସମେତ କିଛି ଗ୍ରାମବାସୀ ମୃତ ଦେହ ନେଇ ବଦରିଆରେ ପହଞ୍ଚିଥିଲେ । ପରେ ପଲିସ ଘଟଣାର ହସ୍ତକ୍ଷପ କରିଥିଲା । ଥାନା ଅଧିକାରୀ ଶଶି ରଂଜନ କୁମାର କହିଛନ୍ତି ଯେ, ପୋଷ୍ଟ ମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ପୋଲିସ ମାମଲାର ତଦନ୍ତ ଆଗକୁ ବଢାଇବ ।

ଅନ୍ୟପଟେ, ମୋମୋସ ଖାଇବାକୁ ବର୍ତ୍ତମାନ ସ୍ଥାନୀୟ ଲୋକେ ଭୟ କରୁଥିବା ଦେଖିବାକୁ ମିଳୁଛି । ନିଜ ପିଲାମାନଙ୍କୁ ମୋମୋସଠାରୁ ଦୂରେଇ ରଖିବାକୁ ପରିବାର ସଦସ୍ୟମାନେ ପରାମର୍ଶ ଦେଉଛନ୍ତି । ତେବେ ପ୍ରକୃତରେ କେଉଁ କାରଣରୁ ବିପିନଙ୍କର ମୃତ୍ୟୁ ହେଲା ତାହାର ସଠିକ ତଥ୍ୟ ମିଳିପାରିନାହିଁ । ଯେହେତୁ ମୋମୋସ ଖାଇବା ପରେ ଏପରି ହୋଇଛି ତେଣୁ ମୋମୋସକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଭୟ ଦେଖିବାକୁ ମିଳୁଛି ।

Also read- Lok Sabha Election 2024: ରାଜନୀତିରେ ଏଣ୍ଟ୍ରୀ କରିବେ କି ଅଭିନେତା ଅଭିଷେକ ବଚ୍ଚନ ?

Read More
{}{}