Hindi News >>Home >>Odisha Trending

RRB Group D Eligibility: ୩୮ ବର୍ଷ ବୟସରେ ପାଇପାରିବେ ରେଲୱେ ଚାକିରି, ଜାଣନ୍ତୁ ଏହି ବିବରଣୀ

RRB Group D Eligibility: ୩୮ ବର୍ଷ ହୋଇଥିଲେ ମଧ୍ୟ ରେଳବାଇ ନିଯୁକ୍ତି ବୋର୍ଡ (RRB)ର  ଗ୍ରୁପ୍ ଡି (Gropu- D) ଚାକିରି ପାଇଁ ଆବେଦନ କରିପାରିବେ । ଯଦି ଆପଣ ମଧ୍ୟ ଏହି ପୋଷ୍ଟଗୁଡିକରେ ଆବେଦନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଏହି ଜିନିଷଗୁଡ଼ିକୁ ଭଲଭାବେ ଜାଣନ୍ତୁ ।

Advertisement
RRB Group D Eligibility: ୩୮ ବର୍ଷ ବୟସରେ ପାଇପାରିବେ ରେଲୱେ ଚାକିରି, ଜାଣନ୍ତୁ ଏହି ବିବରଣୀ
Stop
Soubhagya Ranjan Mishra|Updated: Dec 16, 2023, 03:01 PM IST

RRB Group D Eligibility: ରେଳବାଇ ନିଯୁକ୍ତି ବୋର୍ଡ ଆରଆରବିର ଗ୍ରୁପ୍ ଡି ଚାକିରି ପାଇଁ ଅନେକ ବ୍ୟକ୍ତି ଆଶାୟୀ ଥାନ୍ତି । ଦଶମ ଏବଂ ଆଇଟିଆଇ (ITI) ପାସ୍ କରିଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆରଆରବି ଅନେକ ସମୟରେ ସୁଯୋଗ ଆଣିଥାଏ । ଏଥିପାଇଁ ଆରଆରବି ଗ୍ରୁପ୍ ଡି ର ଯୋଗ୍ୟତା ମାନଦଣ୍ଡ ମଧ୍ୟ ରେଳବାଇ ଅଫିସିଆଲ୍ ୱେବସାଇଟରେ ଉପଲବ୍ଧ ରହିଛି । ଯୋଗ୍ୟତା ମାନଦଣ୍ଡରେ ରହିଛି ବୟସ ସୀମା, ଶିକ୍ଷାଗତ ଯୋଗ୍ୟତା, ଶାରୀରିକ ସୁସ୍ଥତା, ଚିକିତ୍ସା ମାନ ଏବଂ ଜାତୀୟତା । ସଂରକ୍ଷିତ ବର୍ଗର ପ୍ରାର୍ଥୀମାନେ ଆବଶ୍ୟକତା ଏବଂ ଯୋଗ୍ୟତା କ୍ଷେତ୍ରରେ କିଛି ଆରାମ (age relaxation) ମଧ୍ୟ ପାଇପାରିବେ ।

ଆବଶ୍ୟକ ଡକ୍ୟୁମେଣ୍ଟ୍ ଦାଖଲ ନକରି ପାରିଲେ ପ୍ରାର୍ଥୀ ଆରଆରବି ଗ୍ରୁପ ଡି ପରୀକ୍ଷା ପାଇଁ ଅଯୋଗ୍ୟ ହେବେ ।

ବୟସ ସୀମା
ଆରଆରବି ଗ୍ରୁପ୍ ଡି ପାଇଁ ବୟସ ସୀମା ଯୋଗ୍ୟତା ମାନଦଣ୍ଡରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ପ୍ରାର୍ଥୀମାନେ ଗ୍ରୁପ ଡି ପରୀକ୍ଷା ପାଇଁ ଆବେଦନ କରିବା ପୂର୍ବରୁ ନିଜର ବୟସ ଯାଞ୍ଚ କରିବା ଆବଶ୍ୟକ ।

ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ରହିଥିବା ସମୟରେ ସର୍ବାଧିକ ବୟସ ସୀମା ୩୩ ବର୍ଷ  ରହିଛି ।

ଏହି ପ୍ରାର୍ଥୀମାନେ ବୟସରେ ଆରାମ ପାଇବେ
ଆରଆରବି ଗ୍ରୁପ୍ ଡି ୨୦୨୩ ପରୀକ୍ଷା ପାଇଁ ବୟସ ସୀମା ଏବଂ ବୟସ କୋହଳ ବିଷୟରେ ଜାଣନ୍ତୁ

ବର୍ଗ ବୟସ ସୀମା
ସାଧାରଣ ୩୩ ବର୍ଷ
OBC ୩୫ ବର୍ଷ 
SC / ST ୩୮ ବର୍ଷ

ଆରଆରବି ଗ୍ରୁପ୍ ଡି ପାଇଁ ଆବଶ୍ୟକୀୟ ଯୋଗ୍ୟତା
ଯେଉଁ ପ୍ରାର୍ଥୀମାନେ ଆରଆରବି ଗ୍ରୁପ ଡି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ନିଶ୍ଚିତ ଭାବରେ ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ଅନୁଷ୍ଠାନରୁ ଦଶମ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ ।
ଯେଉଁ ପ୍ରାର୍ଥୀମାନେ ସେମାନଙ୍କର ଅନ୍ତିମ ପରୀକ୍ଷା ଫଳାଫଳକୁ ଅପେକ୍ଷା କରିଛନ୍ତି ସେମାନେ ଆବେଦନ କରିବାକୁ ଯୋଗ୍ୟ ନୁହଁନ୍ତି । ଆଇଟିଆଇ ସାର୍ଟିଫିକେଟ୍ ବ୍ୟତୀତ, ପ୍ରାର୍ଥୀମାନେ ମଧ୍ୟ NCVT (ନ୍ୟାସନାଲ କାଉନସିଲ୍ ଫର ଭୋକେସନାଲ୍ ଟ୍ରେନିଂ) ଦ୍ୱାରା ଦିଆଯାଇଥିବା ଜାତୀୟ ଆପ୍ରେଣ୍ଟିସିପ୍ ସାର୍ଟିଫିକେଟ୍ ରହିବା ଉଚିତ୍ ।

Also Read- ଏକାମ୍ର ନିର୍ବାଚନମଣ୍ଡଳୀରେ ୪ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

Also Read- Shani 2024: ଏହି ୩ଟି ରାଶି ଉପରେ ଶନିଦେବଙ୍କ କୃପା, ଖୁବଶୀଘ୍ର ବଦଳିବ ଭାଗ୍ୟ

Read More
{}{}