Hindi News >>Home >>Odisha Trending

World AIDS Day 2022: ପ୍ରତିବର୍ଷ କାହିଁକି ପାଳନ ହୁଏ ଅନ୍ତର୍ଜାତୀୟ ଏଡସ ଦିବସ, ଜାଣନ୍ତୁ ଏହାର ମହତ୍ତ୍ୱ ଓ ଇତିହାସ

World AIDS Day 2022 Theme: ୧୯୮୮ ମସିହାରୁ ପାଳନ ହୋଇ ଆସୁଛି ବିଶ୍ୱ ଏଡ଼ସ ଦିବସ। ୩ ଦଶନ୍ଧୀରୁ ଉର୍ଦ୍ଧ୍ୱ ସମୟ ଧରି ପାଳନ ହେଉଥିବା ଏହି ଦିବସ ସମଗ୍ର ବିଶ୍ୱ ସ୍ୱାସ୍ଥ୍ୟ ଜଗତ ପାଇଁ ଏହା ପ୍ରଥମ ଦିବସ ରହିଥିଲା। 

Advertisement
World AIDS Day 2022: ପ୍ରତିବର୍ଷ କାହିଁକି ପାଳନ ହୁଏ ଅନ୍ତର୍ଜାତୀୟ ଏଡସ ଦିବସ, ଜାଣନ୍ତୁ ଏହାର ମହତ୍ତ୍ୱ ଓ ଇତିହାସ
Stop
Zee Odisha Desk|Updated: Nov 30, 2022, 06:46 PM IST

World AIDS Day Theme: ନୂଆଦିଲ୍ଲୀ: ଏଡସ୍ (AIDS) ହେଉଛି ଏକ ରୋଗ ଯାହା ହ୍ୟୁମାନ୍ ଇମ୍ୟୁନୋଡେଫିସିଏନ୍ସି (Human immunodeficiency virus infection and acquired immune deficiency syndrome) ଭାଇରସ୍ (HIV) ଦ୍ୱାରା ସଂକ୍ରମଣ ଦ୍ୱାରା ହୋଇଥାଏ। ସଂକ୍ରମିତ ରକ୍ତ (Blood), ଭୁତାଣୁ ଏବଂ ଗୁପ୍ତାଙ୍ଗର ତରଳ ସଂସ୍ପର୍ଶରେ ଆସି ଏହି ଜୀବାଣୁ ସଂକ୍ରମିତ ହୁଏ। ଏହି ରୋଗ ବିଷୟରେ ଅନେକ ଭୁଲ ଧାରଣା ଆଜି ମଧ୍ୟ ଗୁଜବ (Rumour) ପ୍ରଚାର ହେଉଛି। ଡିସେମ୍ବର ୧ ତାରିଖରେ ସାରା ବିଶ୍ୱରେ 'ବିଶ୍ୱ ଏଡସ୍ ଦିବସ' (World Aids Day) ଭାବରେ ପାଳନ କରାଯାଏ। ଲୋକଙ୍କୁ ଏଡସ୍ (AIDS) ବିଷୟରେ ଅବଗତ କରାଇବା ଏବଂ ଏହି ରୋଗ ହେତୁ ମୃତ୍ୟୁ ମୁଖରେ ପଡ଼ୁଥିବା ଲୋକଙ୍କୁ ମନେ ରଖିବା ପାଇଁ ଏହି ଦିନ ପାଳନ କରାଯାଏ। ଆଜି ଆମେ ବିଶ୍ୱ ଏଡସ୍ ଦିବସର ପ୍ରାସଙ୍ଗିକତା, ଇତିହାସ ଏବଂ ମହତ୍ତ୍ୱ ବିଷୟରେ କହିବାକୁ ଯାଉଛୁ। 

ବିଶ୍ୱ ଏଡ଼ସ ଦିବସ ୨୦୨୨ର ଥିମ
ବିଶ୍ୱ ଏଡ଼ସ ଦିବସ ୨୦୨୨କୁ ଏକ୍ୱୁଲାଇଜ (Equalize) ଅର୍ଥାତ ସମାନତା ଥିମରେ ଅନ୍ତର୍ଭୁକ୍ତ କରାଯାଇଛି। ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ଅନୁଯାୟୀ ବିଶ୍ୱ ଏଡସ୍ ଦିବସ ପାଳନ କରିବା ପ୍ରତ୍ୟେକ ବ୍ୟକ୍ତି ତଥା ସମ୍ପ୍ରଦାୟ ପାଇଁ ଏକ ସୁଯୋଗ ସୃଷ୍ଟି କରିଥାଏ। ଏହି ଦିବସରେ ଏଡ଼ସରେ ଜୀବନ ହରାଇଥିବା ପ୍ରତିଟି ଲୋକଙ୍କୁ ମନେ ରଖିବା ଏବଂ ସମ୍ମାନ ଦେବା ପାଇଁ ଏକ ସୁଯୋଗ ଦେଇଥାଏ। ଏହି ବର୍ଷର ଥିମ୍ ଚ୍ୟାଲେଞ୍ଜ ତାଲିକାରେ ଯୋଗ ଦେଇଛି ଯେଉଁଥିରେ ବିଶ୍ୱ ଏଡସ୍ ଦିବସ ସାରା ବିଶ୍ୱରେ ଲୋକଙ୍କୁ ସଚେତନ କରାଇଛି।

ବିଶ୍ୱ ଏଡ଼ସ ଦିବସର ଇତିହାସ
୧୯୮୮ ମସିହାରୁ ଏହି ଦିବସ ପାଳନ ହୋଇ ଆସୁଛି। ତେବେ ସବୁଠାରୁ ଖାସ କଥା ହେଉଛି କି ବିଶ୍ୱ ଏଡ଼ସ ଦିବସ ବିଶ୍ୱ ସ୍ୱାସ୍ଥ୍ୟ ଜଗତ ପାଇଁ ଏହା ପ୍ରଥମ ଅନ୍ତର୍ଜାତୀୟ ଦିବସ ରହିଥିଲା। ପ୍ରତିବର୍ଷ ୟୁନାଇଟେଡ଼଼ ନେସନ୍ସର ଏଜେନ୍ସି ଗୁଡ଼ିକ, ସରକାର ଓ ଏଚଆଇଭି ସହିତ ସମ୍ପୃକ୍ତ ଥିବା ଥିମ ଉପରେ ଅଭିଯାନ ଚଳାଇବାକୁ ଏକାଠି ହୋଇଥାନ୍ତି। ଲୋକମାନଙ୍କୁ ସଚେତନ କରିବା ପାଇଁ ସରକାର ଓ ଅନ୍ୟ ଏଜେନ୍ସି ଗୁଡ଼ିକ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଗ୍ରହଣ କରିଥାନ୍ତି। ଅଧିକାଂଶ ଲୋକ ଲାଲ ରିବନ ମଧ୍ୟ ବାନ୍ଧିଥାନ୍ତି। ଏହି ରିବନର ଅର୍ଥ ହେଉଛି ପୀଡ଼ିତ ଲୋକମାନଙ୍କୁ ସମର୍ଥନ କରିବା ତଥା ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। 

ବିଶ୍ୱ ଏଡସ୍ ଦିବସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଜନସାଧାରଣ ଏବଂ ସରକାରଙ୍କୁ ସ୍ମରଣ କରାଏ ଯେ ଏହି ରୋଗ ଏବେ ବି ଅଛି ଏବଂ ଏହି ରୋଗରେ ପୀଡ଼ିତ ଲୋକଙ୍କ ପାଇଁ ସଚେତନତା ସୃଷ୍ଟି କରିବା ଏବଂ ଅର୍ଥ ସଂଗ୍ରହ କରିବାର ଆବଶ୍ୟକତା ରହିଛି। ଏହି ଦିନ ସାରା ବିଶ୍ୱରେ ଏଚ୍.ଆଇ.ଭି ସଂକ୍ରମିତ ଲକ୍ଷ ଲକ୍ଷ ଲୋକଙ୍କୁ ସମର୍ଥନ ଦେଖାଇବାକୁ ଏକ ସୁଯୋଗ ପ୍ରଦାନ କରେ।

Read More
{}{}