Hindi News >>Home >>Odisha Trending

Tunnel Rescue Operation: ସରିଲା ଟନେଲ ଦୁଃଖ, ମୃତ୍ୟୁକୁ ହରାଇ ଫେରୁଛନ୍ତି ଶ୍ରମିକ

Tunnel Rescue Operation: ଗତ ଦୀପାବଳି ଦିନ ଠାରୁ ଟନେଲ ମଧ୍ୟରେ ଫସି ରହିଥିବା ୪୧ ଶ୍ରମିକଙ୍କୁ ଆଜି ସୁରକ୍ଷିତ ଭାବେ ବାହାରକୁ ଅଣାଯାଉଛି। ବାହାରକୁ ଅଣାଯିବା ପରେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି। ସେଠାରେ ସେମାନଙ୍କୁ ୨୪ ଘଣ୍ଟା ପାଇଁ ଅବଜରଭେସନରେ ରଖାଯିବ। ପରେ ସେମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରିବେ ବୋଲି ସୂଚନା ରହିଛି। 

Advertisement
Tunnel Rescue Operation: ସରିଲା ଟନେଲ ଦୁଃଖ, ମୃତ୍ୟୁକୁ ହରାଇ ଫେରୁଛନ୍ତି ଶ୍ରମିକ
Stop
Soubhagya Ranjan Mishra|Updated: Nov 28, 2023, 08:18 PM IST

Tunnel Rescue Operation: ନୂଆଦିଲ୍ଲୀ: ୧୭ ଦିନର ମରଣ ମୁହଁରୁ ଫେରିଛି ୪୧ ଜୀବନ। ଟନେଲ ଭିତରୁ ବାହାରୁଛନ୍ତି ୪୧ ଜଣ ଶ୍ରମିକ। ଗତ ଦୀପାବଳି ଦିନ ଠାରୁ ଟନେଲ ମଧ୍ୟରେ ଫସି ରହିଥିବା ୪୧ ଶ୍ରମିକଙ୍କୁ ଆଜି ସୁରକ୍ଷିତ ଭାବେ ବାହାରକୁ ଅଣାଯାଉଛି। ବାହାରକୁ ଅଣାଯିବା ପରେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି। ସେଠାରେ ସେମାନଙ୍କୁ ୨୪ ଘଣ୍ଟା ପାଇଁ ଅବଜରଭେସନରେ ରଖାଯିବ। ପରେ ସେମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରିବେ ବୋଲି ସୂଚନା ରହିଛି। 

ମିଳିଥିବା ସୂଚନା ଅନୁଯାୟୀ ଉତ୍ତରକାଶୀର ସିଲକ୍ୟାରା ଟନେଲ ଭୁଶୁଡ଼ି ପଡ଼ିବାରୁ ଟନେଲ ମଧ୍ୟରେ ଫସି ରହିଥିଲେ ୪୧ ଜଣ ଶ୍ରମିକ। ସେମାନଙ୍କୁ ଉଦ୍ଧାର ପାଇଁ ପୁରା ଦେଶ ଲାଗି ପଡିଥିଲା। ଏନଡିଆରଏଫ, ଉତ୍ତରାଖଣ୍ଡ ପ୍ରଶାସନ, ଟନେଲ ବିଶେଷଜ୍ଞ, ବିଦେଶୀ ଯନ୍ତ୍ରାଂଶକୁ ଆଦି ବ୍ୟବହାର କରାଯାଇଥିଲା। ଉଦ୍ଧାର କାର୍ଯ୍ୟରେ ବାରମ୍ବାର ବ୍ୟାଘାତ ସୃଷ୍ଟି ହୋଇଥିଲେ। ପାଗ ମଧ୍ୟ ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି କରିଥିଲେ ମଧ୍ୟ ମଧ୍ୟ ଉଦ୍ଧାର କାର୍ଯ୍ୟରେ ରୋକ ଲାଗିନଥିଲା। ଉଦ୍ଧାର କାର୍ଯ୍ୟ ପାଇଁ ବିଦେଶରୁ ଅଗର ମେସିନର ବ୍ୟବହାର କରାଯାଇଥିଲା। ଏପରିକି ଦେଶର ବିଭିନ୍ନ ରାଜ୍ୟରୁ ଯନ୍ତ୍ରାଂଶ ନିଆଯାଇ ତାହାର ବ୍ୟବହାର କରାଯାଇଥିଲା। ଓଡ଼ିଶାର ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ ମୋଟା ମୋଟା ପାଇପ ଯାଇଥିବା ବେଳେ ସମ୍ବଲପୁରରୁ ଯନ୍ତ୍ରାଂଶ ମଧ୍ୟ ଯାଇଥିଲା। 

ବିଭିନ୍ନ ପ୍ରକାରର ଯୋଜନା ବିଫଳ ହେବା ପରେ ରାଟ ହୋଲ ମାଇନିଂ ଉପାୟରେ ଶ୍ରମିକଙ୍କୁ ଉଦ୍ଧାର କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଅନ୍ତିମ ଦିନ ଅର୍ଥାତ ଆଜି ମଙ୍ଗଳବାର ସକାଳୁ ରାଟ ହୋଲ ମାଇନିଂ ଉପାୟରେ ଖୋଳିବା ଆରମ୍ଭ କରାଯାଇଥିଲା। ଫଳରେ ଖୁବ ଶୀଘ୍ର ସଫଳତା ପାଇଥିଲେ ଉଦ୍ଧାରକାରୀ ଦଳ। ଅପରାହ୍ଣ ସୁଦ୍ଧା ଶ୍ରମିକମାନଙ୍କୁ ଟନେଲ ମଧ୍ୟରୁ ଉଦ୍ଧାର କରିଥିଲେ। 

ସେପଟେ ଶ୍ରମିକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ୪୧ଟି ଆମ୍ବୁଲାନ୍ସ ସଜାଗ ରହିଥିଲା। ଟନେଲ ବାହାରେ ଡାକ୍ତରଙ୍କର ଏକ କ୍ୟାମ୍ପ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଏପରିକି ଗୁରୁତର ଶ୍ରମିକଙ୍କୁ ଏୟାରଲିଫ୍ଟ କରାଯିବା ପାଇଁ ହେଲିକପ୍ଟର ମଧ୍ୟ ପ୍ରସ୍ତୁତ ରହିଥିଲା। 

ଘଟଣା ସମ୍ପର୍କରେ ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ କଥା ହୋଇ ତଥ୍ୟ ନେଉଥିଲେ। ଓଡ଼ିଶାର ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ପରେ ଶ୍ରମିକଙ୍କୁ ଓଡ଼ିଶା ଫେରାଇ ନେବାକୁ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିଲେ।

Also Read- jasprit bumrah: ବିଶ୍ୱକପ ପରେ ବୁମରାଙ୍କ ସହିତ କ’ଣ ହେଲା? କାହିଁକି ଏମିତି ପୋଷ୍ଟ୍ କଲେ?

Also Read- ଆଲୋଚନାରେ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ଓହରିଲେ ପ୍ରଯୋଜିକା ସନଲିସା

Read More
{}{}