Hindi News >>Home >>Odisha Trending

Rasgola recipe: ରସଗୋଲା ଦିବସରେ ଏହି ସରଳ ଉପାୟରେ ପ୍ରସ୍ତୁତ କରନ୍ତୁ ରସଗୋଲା

homemade easy Rasgola recipe: ଆଜି ହେଉଛି ରସଗୋଲା ଦିବସ।ରସଗୋଲାକୁ ସମଗ୍ର ବିଶ୍ଵରେ ପ୍ରଚାର ପ୍ରସାର କରିବା ପାଇଁ ଏହି ଦିବସ ପାଳନ କରାଯାଉଛି। ତେବେ ଚାଲନ୍ତୁ ଜାଣିବା କିପରି ପ୍ରସ୍ତୁତ ହୁଏ ରସଗୋଲା...

Advertisement
rasgola
Stop
Zee Odisha Desk|Updated: Jul 19, 2024, 01:28 PM IST

homemade easy Rasgola recipe:  ଆଜି ହେଉଛି ରସଗୋଲା ଦିବସ।ରସଗୋଲାକୁ ସମଗ୍ର ବିଶ୍ଵରେ ପ୍ରଚାର ପ୍ରସାର କରିବା ପାଇଁ ଏହି ଦିବସ ପାଳନ କରାଯାଉଛି। ପୂର୍ବ ଭାରତରେ ଜନ୍ମଲାଭ କରିଥିଲା ଓ ଏବେର ଓଡ଼ିଶା ଓ ପଶ୍ଚିମବଙ୍ଗ ଏହାର ଜନ୍ମସ୍ଥାନ ବୋଲି ଅନେକ ଦାବୀ କରା ଯାଉଥିଲା। ୨୦୧୬ ମସିହାରେ ଓଡ଼ିଶା ସରକାରଙ୍କଦ୍ବାରା ସ୍ଥାପିତ ଏକ କମିଟି ରସଗୋଲାର ମୂଳ ଓଡ଼ିଶା ବୋଲି ପ୍ରମାଣ କରିଥିଲା।୨୦୧୯ ମସିହା ଜୁଲାଇ ମାସ ୨୯ ତାରିଖରେ ଓଡ଼ିଶାର ରସଗୋଲାକୁ ଓଡ଼ିଶାର ବୋଲି ଭୌଗଳିକ ଉପଦର୍ଶନ (ଜିଆଇ) ପ୍ରମାଣପତ୍ର ମିଳିଥିଲା ।

ତେବେ ଚାଲନ୍ତୁ ଜାଣିବା କିପରି ପ୍ରସ୍ତୁତ ହୁଏ ରସଗୋଲା-:

ରସଗୋଲା ଛେନା ଓ ଚିନିରୁ ତିଆରି ଏକ ସିରାଯୁକ୍ତ ମିଠା ଓ ଏହା ଭାରତୀୟ ଉପମହାଦେଶ ଓ ଦକ୍ଷିଣ ଏସୀୟ ବଂଶୋଦ୍ଭବମାନେ ବାସ କରୁଥିବା ସ୍ଥାନଗୁଡ଼ିକରେ ଜଣାଶୁଣା।  ଏହା ଛେନା ଓ ସୁଜିରୁ ତିଆରି ହୋଇ ଚିନି ସିରାରେ ଛଣାଯାଇଥାଏ । ସିରାରେ ରସଗୋଲା ସମ୍ପୂର୍ଣ୍ଣ ଭରିଯିବାଯାଏ ଏହାକୁ ଛଣାଯାଇଥାଏ ।

ଖାଦ୍ୟସାର :-୧୦୦ ଗ୍ରାମର ରସଗୋଲାରେ ୧୮୬ କାଲୋରି ଥାଏ, ଯେଉଁଥିରୁ ପଖାପାଖୂ ୧୫୩ କାଲୋରିର କାର୍ବୋହାଇଡ୍ରେଟ, ୧.୮୫ ଗ୍ରାମର ଫ୍ୟାଟ ଓ ୪ ଗ୍ରାମର ପ୍ରୋଟିନ ଥାଏ ।

ପ୍ରସ୍ତୁତ ପ୍ରଣାଳୀ :-

ରସଗୋଲା ତିଆରି ପାଇଁ ସବୁଠାରୁ ମୁଖ୍ୟ ସାମଗ୍ରୀ ହେଉଛି ଛେନା । ଆଉ ଛେନା ସବୁବେଳେ ତାଜା ବା ସତେଜ ରହିଥ‌ିବ ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ । ଛେନାକୁ ପ୍ରଥମେ ହାତରେ ସାମାନ୍ୟ ଘିଅ ବାହରିଲା ଯାଏଁ ଚକଟା ଯାଇଥାଏ । ପୁଣି କିଛି ସମୟ ପରେ ଏଥିରେ ସାମାନ୍ୟ ଅଳେଇଚ ଗୁଣ୍ଡ ମିଶାଇ ଆଉ କିଛି ସମୟ ଚକଟା ଯାଇ ରଖାଯାଇଥାଏ । ବେଳେ ବେଳେ ଏହି ସମୟରେ ଛେନା ସହ ମ‌ଇଦା, ଆରାରୋଟ୍, ସୁଜି ମିଶାଇବାର ନଜିର୍ ରହିଛି । ଏହାକୁ ସେପର୍ଯ୍ୟନ୍ତ ଚକଟାଯାଇଥାଏ ଯେପର୍ଯ୍ୟନ୍ତ ଏହା ଅଟା ଭଳି ହୋଇଯିବ । ଏହା ପରେ ଆବଶ୍ୟକ ଅନୁଯାୟୀ ଏହାର ଛୋଟ ଛୋଟ ଗୋଲା ତିଆରି କରାଯାଏ । ଏହାପରେ ସିରା ତିଆରି ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଚିନିରେ ପାଣି ମିଶାଯାଇ ଏହାକୁ ଗରମ କରାଯାଇଥାଏ । ସିରା ଗରମ ହୋଇଗଲା ପରେ ଏଥିରେ ଛେନାରେ ତିଆରି ହୋଇଥ‌ିବା ଗୋଲାକୁ ପକାଯାଇଥାଏ । ଏହାପରେ ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ଏହାକୁ ସିରାପାଣିରେ ରନ୍ଧାଯାଇଥାଏ । ମଝିରେ ମଝିରେ ଅଳ୍ପ ଅଳ୍ପ ପାଣି ମିଶାଯାଇଥାଏ । ଓଡ଼ିଶାରେ ସାଧାରଣତଃ ଅମିଶା ଛେନାରୁ ରସଗୋଲା ତିଆରି କରଯାଏ ଏବଂ ଇଷତ ନାଲି ରଙ୍ଗ ସିଝିବାକ ଦିଆଯାଏ ।ଯେତେବେଳେ ରସଗୋଲା ପ୍ରାୟ ନିଜ ଆକାରର ଦୁଇ ଗୁଣ ହୋଇଯାଏ, ସେତେବେଳେ ଜାଣିବେ ଆପଣଙ୍କ ରସଗୋଲା ତିଆରି ପ୍ରକ୍ରିୟା ଶେଷ ହୋଇଛି।ଏହାପରେ ରସଗୋଲାକୁ ସେହି ସିରା ଥଣ୍ଡା ହେବାକୁ ଦିଅନ୍ତୁ ।ଯାହାଦ୍ଵାରା। ରସଗୋଲା ମିଠା ଏବଂ ନରମ ହୋଇଥାଏ।

ବିକଳାନନ୍ଦ କରଙ୍କ ସାଲେପୁର ରସଗୋଲା ଓ ପାହାଳରେ ପ୍ରସ୍ତୁତ ରସଗୋଲା ଭାରତ ତଥା ଭାରତ ବାହାରେ ମଧ୍ୟ ପରିଚିତ । ଉନ୍ନବିଂଶ ଶତାବ୍ଦୀର ଶେଷାଦ୍ଧ ବେଳକୁ “କେଳୁ ଚରଣ ବେହେରା”, ପାହାଳଠାରେ ରସଗୋଲା ପ୍ରସ୍ତୁତକରି, ବ୍ୟବସାୟ ଆରମ୍ଭ କରିଥିଲେ ।ଓଡ଼ିଶାର ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଗୋଶାଲା ଛକ ଭଗବାନ ପାଣିଙ୍କ ରସଗୋଲା ମଧ୍ୟ ବେଶ୍ ପ୍ରସିଦ୍ଧ । ଏହି ରସଗୋଲା ସ୍ଥାନୀୟ ଅଂଚଳରେ ଗୋଶାଲା ମିଠା ନାମରେ ପରିଚିତ। ତାଙ୍କ ପରେ ଏବେ ଏହାକୁ ଅନେକ ଦୋକାନୀ ଅନୁସରଣ କରି ରସଗୋଲାକୁ ବିଶ୍ଵ ସ୍ତରରେ ପହଞ୍ଚାଇବାକୁ ଉଦ୍ୟମ କରୁଛନ୍ତି।

Read More
{}{}