Hindi News >>Home >>Odisha Trending

Ganjam News: ଭୁଲିଗଲା ସାତ ଜନ୍ମର ସମ୍ପର୍କ, ସ୍ବାମୀକୁ ଜିଅନ୍ତା ଜାଳିଦେଲା ସ୍ତ୍ରୀ

Ganjam News In Odia: ସ୍ବାମୀ-ସ୍ତ୍ରୀର (Husband Wife Relationship) ସମ୍ପର୍କ ଏକ ପବିତ୍ର ସମ୍ପର୍କ । ସମ୍ପର୍କ ସାତ ଜନ୍ମର ବୋଲି କୁହାଯାଏ । ଏ-ହି ବନ୍ଧନ ସବୁଠୁ ନିଆରା ।  ସ୍ୱାମୀ-ସ୍ତ୍ରୀକୁ ଜଳି ଦେବା, ହାଣି ଦେବା ବା ମାରି ଦେବା ଭଳି ଅନେକ ଘଟଣା ଶୁଣିଥିଲେ । କିନ୍ତୁ ଆଜି ଯାହା ଘଟିଛି ସମ୍ପୁର୍ଣ୍ଣ ନିଆରା । ପାରିବାରିକ କଳହ କରୁଣ ପରିଣତି ଦେଖିବାକୁ ମିଳିଛି । ସ୍ୱାମୀ ଦେହରେ କିରୋସିନି(kerosene) ଡାଳି ନିଅଁ ଲଗାଇ ଦେଇଛି ସ୍ତ୍ରୀ । 

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
Zee Odisha Desk|Updated: Apr 04, 2023, 01:53 PM IST

Ganjam News In Odia: ସ୍ବାମୀ-ସ୍ତ୍ରୀର (Husband Wife Relationship) ସମ୍ପର୍କ ଏକ ପବିତ୍ର ସମ୍ପର୍କ । ସମ୍ପର୍କ ସାତ ଜନ୍ମର ବୋଲି କୁହାଯାଏ । ଏ-ହି ବନ୍ଧନ ସବୁଠୁ ନିଆରା । ତେବେ ଏହି ପବିତ୍ର ସମ୍ପର୍କରେ ଯେବେ ଫାଟ ସୃଷ୍ଟି ହୁଏ । ସେବେ ଭୟଙ୍କର ରୂପ ନିଏ । ତେବେ, ଆଜି ଆମେ ଏଭଳି ଏକ ଘଟଣା ବିଷୟରେ ଆମେ କହିବାକୁ ଯାଉଛୁ । ଯାହା ଆପଣଙ୍କୁ ସ୍ତବ୍ଧ କରିଦେବ । ସ୍ୱାମୀ-ସ୍ତ୍ରୀକୁ ଜଳି ଦେବା, ହାଣି ଦେବା ବା ମାରି ଦେବା ଭଳି ଅନେକ ଘଟଣା ଶୁଣିଥିଲେ । କିନ୍ତୁ ଆଜି ଯାହା ଘଟିଛି ସମ୍ପୁର୍ଣ୍ଣ ନିଆରା । ପାରିବାରିକ କଳହ କରୁଣ ପରିଣତି ଦେଖିବାକୁ ମିଳିଛି । ସ୍ୱାମୀ ଦେହରେ କିରୋସିନି(kerosene) ଡାଳି ନିଅଁ ଲଗାଇ ଦେଇଛି ସ୍ତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଗଞ୍ଜାମ (Ganjam) ଜିଲ୍ଲା ଭଞ୍ଜନଗର କୁଲାଡରେ ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଜଲ୍ୟ ସୃଷ୍ଟି ହୋଇଛି । 

ସୂଚନାଯୋଗ୍ୟ, କୌଣସି କଥାକୁ ସ୍ୱାମୀ -ସ୍ତ୍ରୀ (Husband -Wife )ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ସ୍ତ୍ରୀ ସ୍ୱାମୀ ଦେହରେ କରୋସିନି ଡାଲି ନିଆଁ ଲଗାଇ ଦେଇଥିଲା (quarelling with husband)। ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ନିକଟସ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେତେବେଳକୁ ତାଙ୍କ ଶରୀର ୫୦ ପ୍ରତିଶତ ଜଳି ସାରିଥିଲା । ବର୍ତ୍ତମାନ ସେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଆହତ ବ୍ୟକ୍ତି ଜଣଙ୍କ ଅବସରପ୍ରାପ୍ତ ବନକର୍ମଚାରୀ ବୋଲି ଜଣାପଡିଛି । ତାଙ୍କ ସ୍ତ୍ରୀ ତାଙ୍କୁ ନିଆଁରେ ଜାଳି ମାରିଦେବାକୁ ଉଦ୍ୟମ କରିଥିଲା ବୋଲି ଆହତ ଅଭିଯୋଗ କରିଛନ୍ତି । ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଏପର୍ଯ୍ୟନ୍ତ ନିଆଯାଇନାହିଁ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

Also Read : Sambalpur News: ସ୍ବାମୀ କଲା ସ୍ତ୍ରୀର ଅଶ୍ଲୀଳ ଫଟୋ ଭାଇରାଲ, ଆଉ ତା'ପରେ...

Also Read : Delivery Boy: ‘ଡେଲିଭରୀ ବୟ’ ଫିଲ୍ମ ଉପରୁ ପ୍ରମୋଦ କର ଛାଡ଼ କଲେ ରାଜ୍ୟ ସରକାର

ସେହିପରି ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ନିଶାସକ୍ତ ଅବସ୍ଥାରେ ସବୁବେଳେ ପତ୍ନୀଙ୍କୁ ମାଡ଼ ମାରିବା ସ୍ବାମୀ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ନିର୍ଯାତନା‌ରେ ଅତିଷ୍ଠ ହେବା ପରେ ସ୍ବାମୀ ଆକ୍ରମଣରୁ ବଞ୍ଚିବାକୁ ଯାଇ ସ୍ତ୍ରୀ ଶେଷରେ ନିଶାଡ଼ି ସ୍ବାମୀ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଏହି ଅଘଟଣଟି ଭୁବନେଶ୍ବରକ ନୂଆପଲ୍ଲୀ ଥାନା ଗଣପତିନଗର ବସ୍ତିରେ ଘଟିଛି। ନିଆଁରେ ପୋଡ଼ିହୋଇ ଗୁରୁତର ହୋଇଥିବା ଏନ୍ ସୂର୍ଯ୍ୟ ରେଡ୍ଡୀକୁ କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରର ପ୍ରାୟ ୬୦ପ୍ରତିଶତ ପ୍ରଭାବିତ ହୋଇଛି। ସ୍ତ୍ରୀ ତାଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରି ଏଭଳି କାଣ୍ଡ କରିଛି ବୋଲି ଏନ୍ ସୂର୍ଯ୍ୟ ପୋଲିସକୁ ବୟାନ୍‌ ଦେଇଥିବା ବେଳେ ବସ୍ତିବାସିନ୍ଦାମାନେ ଭିନ୍ନ କଥା କହିଛନ୍ତି। ଏନ୍ ସୂର୍ଯ୍ୟ ରେଡ୍ଡୀ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇଛି ଓ ବିଚାରି ସ୍ତ୍ରୀକୁ ଫସାଇବାକୁ ବସିଛି ବୋଲି ସେମାନେ କହିଛନ୍ତି। ନୂଆପଲ୍ଲୀ ଥାନା ପୋଲିସ ତଦନ୍ତ ଜାରି ରଖିଛି।

ଖବର ଅନୁସାରେ, ଏନ୍ ସୂର୍ଯ୍ୟ ରେଡ୍ଡୀ ନିଶାରେ ଚୁର ହୋଇ ଘରକୁ ଫେରି ଥିଲା । ଏନ୍ ସୂର୍ଯ୍ୟ ରେଡ୍ଡୀକୁ ଦେଖି ପତ୍ନୀ ମାଡ ଭୟରେ ପଡ଼ୋଶୀ ଘରକୁ ଦୌଡ଼ି ପଳାଇଥିଲେ। ଏନ୍ ସୂର୍ଯ୍ୟ  ପଛେ ପଛେ ଯାଇ ଗାଳିମନ୍ଦ କରିବା ସହ ସ୍ତ୍ରୀଙ୍କୁ ଘରକୁ ଟାଣିଟାଣି ନେଇଆସିଥିଲା। ଏତିକିବେଳେ ହଠାତ୍ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା। ଜୀବନ ବିକଳରେ ସେ ଦାଣ୍ଡକୁ ଧାଇଁ ଆସି ପାଟି କରିଥିଲା। ବସ୍ତି ଲୋକେ ନିଆଁ ଲିଭାଇ ତୁରନ୍ତ ପୋଲିସ ଓ ଆମ୍ବୁଲାନ୍‌ସକୁ ଖବର ଜଣାଇଥିଲେ। ପ୍ରାୟ ୩୦ ମିନିଟ୍‌ ବିଳମ୍ବରେ ଆମ୍ବୁଲାନ୍‌ସ ପହଞ୍ଚିଥିଲା ଓ ଗଣପତିଙ୍କୁ ହସ୍ପିଟାଲ ନେଇଥିଲା। ସୂଚନାଯୋଗ୍ୟ ଯେ ସୂର୍ଯ୍ୟ ସବୁଦିନ ନିଶା ଖାଇ ପତ୍ନୀଙ୍କୁ ମାର୍‌ଧର୍ କରନ୍ତି। କିଛି ମାସ ପୂର୍ବେ ଏନେଇ ନୂଆପଲ୍ଲୀ ଥାନାରେ ତାଙ୍କ ସ୍ତ୍ରୀ ଅଭିଯୋଗ କରିଥିଲେ। ଘରୋଇ କଳିକୁ ପୋଲିସ ଆପୋସ ସମାଧାନ କରାଇଥିଲା। କିଛି ଦିନ ବି ସବୁ ଠିକ୍‌ଠାକ୍‌ ଚାଲିଥିଲା ଓ ଉଭୟ ଭଲରେ ଚଳୁଥିଲେ। କିନ୍ତୁ ଗତ କିଛି ଦିନ ହେଲା ଏନ୍ ସୂର୍ଯ୍ୟ ର ପୁରୁଣା ରୋଗ ବାହାରିଥିଲା।

Read More
{}{}