Hindi News >>Home >>Odisha Trending

ମୁମ୍ୱାଇ ଯାଉଥିବା ବିମାନରେ ମହିଳାଙ୍କ ମୃତ୍ୟୁ, ବାରଣାସୀରେ ବିମାନର ଜରୁରୀକାଳୀନ ଅବତରଣ

Woman dies in flight: ବିହାରର ଦରବଙ୍ଗାରୁ ମୁମ୍ବାଇ ଉଡାଣ ଭରୁଥିବା ସମୟରେ ବିମାନରେ ଜଣେ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥିଲା । ବିମାନଟି ବାରାଣାସୀ ବିମାନବନ୍ଦରରେ ତୁରନ୍ତ ଅବତରଣ କରିଥିଲା।

Advertisement
ମୁମ୍ୱାଇ ଯାଉଥିବା ବିମାନରେ ମହିଳାଙ୍କ ମୃତ୍ୟୁ, ବାରଣାସୀରେ ବିମାନର ଜରୁରୀକାଳୀନ ଅବତରଣ
Stop
Soubhagya Ranjan Mishra|Updated: Dec 26, 2023, 02:24 PM IST

Woman dies in flight: ବିହାରର ଦରଭଙ୍ଗାରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଏକ ବିମାନରେ ଜଣେ ମହିଳାଙ୍କ ମୃତ୍ୟୁ ହେବା କାରଣରୁ ଉତ୍ତେଜନା ଦେଖାଦେଇଥିଲା। ବିମାନଟି ତୁରନ୍ତ ବାରାଣାସୀ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା। ମିଳିଥିବା ସୂଚନା ଅନୁଯାୟୀ, ମହିଳା ଯାତ୍ରୀ ଜଣକ ନିଜ ନାତିଙ୍କ ସହିତ ସ୍ପାଇସଜେଟ୍ ବିମାନରେ ବସି ମୁମ୍ବାଇ ଯାଉଥିଲେ। କୁହାଯାଉଛି ଯେ, ବିମାନ ଉଡ଼ାଣ ଭରିବା ସମୟରେ ମହିଳାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା। ବିମାନର କ୍ର୍ୟୁ ମେମ୍ୱର୍ସଙ୍କ ସୂଚନା ପରେ ବିମାନଟି ବାରାଣାସୀର ଲାଲ ବାହାଦୂର ଶାସ୍ତ୍ରୀ ବିମାନବନ୍ଦରରେ ଜରୁରୀକାଳୀନ ଚିକିତ୍ସା ପାଇଁ ଅବତରଣ କରିଥିଲା।

ଆପଣଙ୍କୁ ସୂଚନା ଦେବାକୁ ଚାହୁଁ ଯେ, ସ୍ପାଇସଜେଟ୍ ବିମାନଟି ବାରାଣାସୀ ବିମାନ ବନ୍ଦରରେ ଅବତରଣ କରିବା ପରେ ଡାକ୍ତରୀ ଟିମ୍ ମହିଳାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ପାଇଁ ଡାକ୍ତରଖାନାକୁ ନେଇଯାଇଥିଲେ। କିନ୍ତୁ କୌଣସି ଲାଭ ହେଲା ନାହିଁ । ଶେଷରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ। ମହିଳା ଯେଉଁ ବିମାନରେ ବସି ମୁମ୍ୱାଇ ଯାଉଥିଲେ ତାହା ହେଉଛି ସ୍ପାଇସଜେଟ୍ ର (SG 116) ଯାହା ଦାରବଙ୍ଗା ବିମାନବନ୍ଦରରୁ ମୁମ୍ବାଇ ଯାଉଥିଲା । ବିମାନଟି ମଝି ଆକାଶରେ ଥିବା ସମୟରେ 85 ବର୍ଷ ବୟସ୍କା ମହିଳା କାଲାବତୀ ଦେବୀଙ୍କ ସ୍ୱାସ୍ଥ୍ୟବସ୍ଥା ଖୁବ୍ ଖରାପ ହେବାରେ ଲାଗିଥିଲା । 

ମହିଳାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ଖବର ପାଇଲଟଙ୍କୁ ମିଳିବା ପରେ ସେ ତୁରନ୍ତ ବାରଣାସୀ ଏଟିସି ସହିତ ଯୋଗାଯୋଗ କରିଥିଲେ । ସମ୍ପର୍କ ସ୍ଥାପନ ପରେ ପାଇଲଟ ଜରୁରୀକାଳୀନ ପରିସ୍ଥିତି ବିଷୟରେ କହିଥିଲେ । ଏଟିସି ବିମାନ ଲ୍ୟାଣ୍ଡିଂ ପାଇଁ ଅନୁମତି ଦେବା ପରେ ବିମାନ ସନ୍ଧ୍ୟା ୬ଟା ସମୟରେ ବାରଣାସୀ ବିମାନବନ୍ଦରରେ ଅବତରଣ କରିଥିଲା । ମହିଳାଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରିବା ପରେ ପୁଣି ବିମାନଟି ସନ୍ଧ୍ୟା ୭.୨୫ ସମୟରେ ମୁମ୍ୱାଇ ଅଭିମୁଖେ ଯାତ୍ରା କରିଥିଲା । 

Also Read- PSPCL Recruitment 2024: ଦଶମ ପାସ୍ କରିଛନ୍ତି କି? ବିଦ୍ୟୁତ ବିଭାଗରେ ଖାଲି ୨୫୦୦ ପଦବୀ !

Also Read- Year Ender 2023: ଏହି ବର୍ଷର ୭ଟି ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର, ଜାଣନ୍ତୁ ଚର୍ଚ୍ଚାର କାରଣ...

Read More
{}{}