Hindi News >>Home >>Odisha Trending

Weather Update Today: ଶୀତ ଲହରୀରୁ କେତେ ଦୂରରେ ରହିଛି ଦେଶ? ଜାଣନ୍ତୁ ପାଣିପାଗ ସ୍ଥିତି?

Weather Alert Today:  ଆସନ୍ତା ଡିସେମ୍ବର ମାସରୁ ଦେଶରେ ଶୀତର ପ୍ରକୋପ ବଢିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

Advertisement
Weather Update Today: ଶୀତ ଲହରୀରୁ କେତେ ଦୂରରେ ରହିଛି ଦେଶ? ଜାଣନ୍ତୁ ପାଣିପାଗ ସ୍ଥିତି?
Stop
Zee Odisha Desk|Updated: Nov 24, 2023, 04:50 PM IST

Weather Forecast Today: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଥଣ୍ଡା ଧିରେ ଧିରେ ବୃଦ୍ଧି ପାଉଛି। ପାର୍ବତ୍ୟଞ୍ଚଳରେ ହେଉଥିବା ତୁଷାରପାତର ପ୍ରଭାବ ସମତଳ ଅଞ୍ଚଳରେ ଦୃଶ୍ୟମାନ ହୋଇଛି। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ଗୁରୁବାର ସକାଳେ ଦିଲ୍ଲୀରେ ସବୁଠାରୁ ଶୀତ ଥିଲା। କାରଣ ପ୍ରଥମ ଥର ପାଇଁ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳକୁ ଖସି ଆସିଥିଲା। ଯାହା ସାଧାରଣ ଠାରୁ ଦୁଇ ଡିଗ୍ରୀ କମ୍ ରେକର୍ଡ କରାଯାଇଥିଲା। ଗୁରୁବାର ସର୍ବାଧିକ ତାପମାତ୍ରା ୨୬.୭ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୯.୨ ଡିଗ୍ରୀ ସେଲସିୟସ ରହିଥିଲା। ବୁଧବାର ରେକର୍ଡ ହୋଇଥିବା ସର୍ବନିମ୍ନ ତାପମାତ୍ରା ୧୦.୬ ଡିଗ୍ରୀ ରହିଥିଲା। ଯାହା ସ୍ୱାଭାବିକ ଠାରୁ ଏକ ଡିଗ୍ରୀ କମ୍ ରହିଥିଲା। ଶୁକ୍ରବାର ସମାନ ଧାରା ଜାରି ରହିବ ବୋଲି ଆଶା କରାଯାଉଛି।

ବର୍ଷାରୁ ବଢିବ ଥଣ୍ଡା
ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ପୂର୍ବାନୁମାନ (Indian Meteorological Department Forecast) ସତ୍ୟ ପ୍ରମାଣିତ ହୋଇଛି। କୁହୁଡ଼ି ଆରମ୍ଭ ହେତୁ ସକାଳେ ଦୃଶ୍ୟମାନତା ହ୍ରାସ ପାଇଥିବାର ଖବର ରହିଛି। ଶୁକ୍ରବାର ମଧ୍ୟ ସର୍ବାଧିକ ତାପମାତ୍ରା ୨୬ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ କିମ୍ବା ଏହା ଠାରୁ କମ୍ ହୋଇପାରେ। ନଭେମ୍ବର ୨୭ ତାରିଖରୁ ଆସନ୍ତା କିଛି ଦିନ ମଧ୍ୟରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବର୍ଷା ହେବାର ସମ୍ଭାବନା ଅଛି। ଏଭଳି ପରିସ୍ଥିତିରେ ଯଦି ବର୍ଷା ହୁଏ ତାହେଲେ ତାପମାତ୍ରା ଆହୁରି ହ୍ରାସ ପାଇଥିବା ନେଇ ରେକର୍ଡ କରାଯିବ। ଯଦିଓ ବର୍ଷା ଥଣ୍ଡା ବଢାଇବ କିନ୍ତୁ ବାୟୁ ପ୍ରଦୂଷଣରେ ନିଶ୍ଚିତ ଭାବରେ କିଛି ମାତ୍ରାରେ ହ୍ରାସ ପାଇବ। ଡିସେମ୍ବର ପ୍ରଥମ ସପ୍ତାହରେ ସ୍ଥିତିରେ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି। ଶୁକ୍ରବାର ଉତ୍ତର ପ୍ରଦେଶରେ କୁହୁଡି ରହିବ ଏବଂ ପରେ ଆକାଶ ସ୍ୱଚ୍ଛ ରହିବ। ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ସେଲସିୟସ ଏବଂ ସର୍ବାଧିକ ୨୮ ଡିଗ୍ରୀ ରହିବା ନେଇ ପୂର୍ବାନୁମାନ କରାଯାଉଛି।

ବର୍ଷା ହେବାର ରହିଛି ସମ୍ଭାବନା 
ମଙ୍ଗଳବାର ଠାରୁ ଆସନ୍ତା ୨ ଦିନ ପାଇଁ ଆନ୍ଧ୍ର ପ୍ରଦେଶର ଉତ୍ତର ଉପକୂଳବର୍ତ୍ତୀ ଅଞ୍ଚଳରେ ବିଶେଷ କରି ଦକ୍ଷିଣ ଉପକୂଳ ଏବଂ ରାୟାଲସୀମା ଅଞ୍ଚଳରେ ବର୍ଷା ଏବଂ ବଜ୍ରପାତ ହେବାର ପୂର୍ବାନୁମାନ କରାଯାଇ ସାରିଛି। ମହାରାଷ୍ଟ୍ରର କିଛି ଅଂଶରେ ନଭେମ୍ବର ୨୪ ତାରିଖରୁ ୨୭ ପର୍ଯ୍ୟନ୍ତ ଆର୍ଦ୍ର ପଶ୍ଚିମ ପବନ ହେତୁ ଉପକୂଳ କୋଙ୍କଣ ଅଞ୍ଚଳ ଏବଂ ଗୋଆରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ପୁଣେ ସ୍ଥିତ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ପ୍ରବଳ ପଶ୍ଚିମ ପବନ କାରଣରୁ କୋଙ୍କଣ, ଗୋଆ, କେନ୍ଦ୍ରୀୟ ମହାରାଷ୍ଟ୍ର ଏବଂ ପଶ୍ଚିମ ମହାରାଷ୍ଟ୍ରରେ ବର୍ଷା ହେବାର ସମ୍ଭାବନା ରହିଛି। ନଭେମ୍ବର ୨୪ ତାରିଖରୁ ୨୭ ନଭେମ୍ବର ମଧ୍ୟରେ ଏଠାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। 

Read More
{}{}