Hindi News >>Home >>Odisha Trending

Polygraph Test Of Seema Haider: ପ୍ରେମ ନା ଷଡଯନ୍ତ୍ର, ସତ ଖୋଲିବ ପଲିଗ୍ରାଫ ଟେଷ୍ଟ!

Polygraph Test Of Seema Haider: ସୋସିଆଲ ମିଡିଆ ହେଉ କି ଗଣମାଧ୍ୟମ । ଏବେ ସବୁଠି ଗୋଟିଏ ନାଁ ସୀମା ହାଇଦର (Seema Haider) । ସୀମା ହାଇଦର ସଚିନଙ୍କ(Sachin) ପ୍ରେମିକା ନା ପାକିସ୍ତାନୀ ଏଜେଣ୍ଟ(Pakistani agent) ? ତାହା ଏବେ ସବୁଠୁ ବଡ ପ୍ରଶ୍ନ । ପ୍ରତିଦିନ ସୀମାଙ୍କୁ ନେଇ ଆସୁଛି ନୂଆ ଅପଡେଟ୍। ତେବେ, ଏହାରି ଭିତରେ ଆଉ ଏକ ଅପଡେଟ୍ ଆସିଛି । ପଢନ୍ତୁ ଏହି ରିପୋର୍ଟ...

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
Zee Odisha Desk|Updated: Jul 23, 2023, 01:49 PM IST

Polygraph Test Of Seema Haider: ସୋସିଆଲ ମିଡିଆ ହେଉ କି ଗଣମାଧ୍ୟମ । ଏବେ ସବୁଠି ଗୋଟିଏ ନାଁ ସୀମା ହାଇଦର (Seema Haider) । ସୀମା ହାଇଦର ସଚିନଙ୍କ(Sachin) ପ୍ରେମିକା ନା ପାକିସ୍ତାନୀ ଏଜେଣ୍ଟ(Pakistani agent) ? ତାହା ଏବେ ସବୁଠୁ ବଡ ପ୍ରଶ୍ନ ।  ସତରେ କ'ଣ ପ୍ରେମ ପାଇଁ ସାତ ଦରିଆ ପାର ହୋଇ ଆସିଛନ୍ତି ସୀମା ନା ଆଉ କିଛି । ସୀମା ହାଇଦରଙ୍କ ପବ୍‌ଜି(PUBG), ପାକିସ୍ତାନ ଓ ସୀମାପାର୍‌ ପ୍ରେମ କାହାଣୀ ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି । ପ୍ରତିଦିନ ସୀମାଙ୍କୁ ନେଇ ଆସୁଛି ନୂଆ ଅପଡେଟ୍। ତେବେ, ଏହାରି ଭିତରେ ଆଉ ଏକ ଅପଡେଟ୍ ଆସିଛି ।  ପାକିସ୍ତାନରୁ ଆସିଥିବା ସୀମା ହାଇଦର ଅସୁସ୍ଥ ହୋଇ ପଡିଛନ୍ତି ।  ହଠାତ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ସୀମା କଥା କହିପାରୁନଥିବା ଜଣାପଡ଼ିଛି । ସୀମାଙ୍କ ସହ ସ୍ୱାମୀ ସଚିନ ମଧ୍ୟ ଅସୁସ୍ଥ ଅଛନ୍ତି । ସଚିନଙ୍କ ପିତା ଏହି ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ଉଭୟଙ୍କ ଚିକିତ୍ସା ପାଇଁ ଡାକ୍ତର ଘରେ ପହଞ୍ଚିଥିଲେ । ସଚିନଙ୍କ ପିତା କହିଛନ୍ତି ଯେ,ଗତରାତିରୁ  ଉଭୟଙ୍କ ସ୍ବାସ୍ଥ୍ୟ ଖରାପ ରହିଛି । ଏନେଇ ଉଭୟଙ୍କୁ ପରିବାର ଲୋକେ ଡାକ୍ତରଖାନା ନେଇଥିବା ଜଣାପଡିଛି। 

Also Read: Kendujhar News: ରାତିରେ କୋଚିଂ ସେଣ୍ଟରରେ ଶୋଇଥିବା ବେଳେ କାମୁଡ଼ି ଦେଲା ସାପ, ୩ ଛାତ୍ରଛାତ୍ରୀ ମୃତ

ସେପଟେ ସୀମାଙ୍କୁ ନେଇ ପ୍ରତିଦିନ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ନେପାଳରେ ଥିବା ବେଳେ ସୀମା ନିଜକୁ ଭାରତୀୟର ପରିଚୟ ଦେଇଥିବା ସୂଚନା ମିଳିଛି । ତେବେ ସବୁଠୁ ବଡ କଥା ହେଉଛି ସତରେ କଣ ସଚିନଙ୍କ ପ୍ରେମ ପାଇଁ ସୀମା ଆସିଛନ୍ତି । ନା ପାକିସ୍ତାନର ଗୁଇନ୍ଦା ହୋଇ ଭାରତକୁ ପ୍ରବେଶ କରିଛନ୍ତି ସେ । ସୀମାଙ୍କ ପଲିଗ୍ରାଫ ଟେଷ୍ଟ କରାଯିବା ପରେ ସତ ସାମ୍ନାକୁ ଆସିବ ବୋଲି ଚର୍ଚ୍ଚା ଜୋର ଧରୁଛି । ପାକିସ୍ତାନୀ ନାଗରିକ ସୀମା ହାଇଦର ଜଣେ ପାକିସ୍ତାନୀ ଏଜେଣ୍ଟ ହେବା ପ୍ରଶ୍ନରେ ୟୁପିର ସ୍ୱତନ୍ତ୍ର ଡିଜି ଆଇନ ପ୍ରଶାନ୍ତ କୁମାର କହିଛନ୍ତି ଯେ ଏହା ଦୁଇ ଦେଶ ମଧ୍ୟରେ ଏକ ପ୍ରସଙ୍ଗ, ତେଣୁ କୌଣସି ପ୍ରମାଣ ମିଳିବା ପର୍ଯ୍ୟନ୍ତ ଆମେ କିଛି କହି ପାରିବୁ ନାହିଁ। ମାମଲାର ତଦନ୍ତ ଚାଲିଛି। ସମସ୍ତ ଏଜେନ୍ସି ସେମାନଙ୍କର କାର୍ଯ୍ୟ କରୁଛନ୍ତି । ସେ କହିଛନ୍ତି ଯେ ତାଙ୍କୁ (ସୀମା ହାଇଦର) ଥରେ ଜେଲ ପଠାଯାଇଛି, ଏବେ ସେ ଜାମିନରେ ଅଛନ୍ତି। ପଚରାଉଚରା ବେଳେ ସୀମା ହାଇଦର ବାରମ୍ବାର ବିବୃତ୍ତି ପରିବର୍ତ୍ତନ କରୁଛନ୍ତି। କେନ୍ଦ୍ରୀୟ ଗୁପ୍ତଚର ଏଜେନ୍ସିର ପ୍ରଶ୍ନରେ ପାକିସ୍ତାନୀ ନାଗରିକ ସୀମା ହାଇଦର ଏବେ ଦ୍ବନ୍ଦରେ।

ସୂଚନା ଅନୁସାରେ,  ପବଜି ଖେଳ ଖେଳୁଖେଳୁ ନୋଏଡାର ସଚିନ୍ ନାମକ ଜଣେ ବ୍ୟକ୍ତିଙ୍କ ସହ ପାକିସ୍ତାନୀ ମହିଳା ସୀମା ହାଇଦରଙ୍କ ଚିହ୍ନା ପରିଚିତ ହୋଇଥିଲା। ଏହା ପରେ ଭିଡିଓ କଲିଂ ମାଧ୍ୟମରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇବାରେ ଲାଗିଲା। ପରେ ପାକିସ୍ତାନୀ ମହିଳା ଜଣକ ଭାରତୀୟ ଯୁବକଙ୍କୁ ଭେଟିବା ପାଇଁ ଇଚ୍ଛା କରିଥିଲେ । ଭାରତ ଭିତରେ ପ୍ରବେଶ କିପରି କରିବେ ସେନେଇ ଅନେକ ଚିନ୍ତା କରିବା ପରେ ପାକିସ୍ତାନରୁ ନେପାଳ ଓ ପରେ ନେପାଳରୁ ଭାରତକୁ ଆସିବାରେ ସକ୍ଷମ ହୋଇଥିଲେ । ମେ ୧୩ ରେ, ସୀମା ହାଇଦର ନେପାଳ (Nepal) ଦେଇ ଏକ ବସରେ ବସି ଭାରତ ଆସିଥିଲେ । ସୀମା ରାବପୁରାର ଆମ୍ବେଦକର ନଗରରେ ଭଡା ଘର ନେଇ ସଚିନଙ୍କ ସହ ରହୁଥିଲେ । ଯେତେବେଳେ ଭାରତରେ ଜଣେ ପାକିସ୍ତାନୀ ମହିଳାଙ୍କ ବେଆଇନ ପ୍ରବେଶ ଓ ରହିବା ବିଷୟରେ ପୋଲିସକୁ ସୂଚନା ଦିଆଯାଇଥିଲା । ସେତେବେଳକୁ ସଚିନ୍, ସୀମା ଚାରି ପିଲାଙ୍କ ସହ ପଳାଇ ଯାଇଥିଲେ। ପୋଲିସ ଟିମ ହରିୟାଣାର ବଲ୍ଲଭଗଡରୁ ସମସ୍ତଙ୍କୁ ଧରିଥିଲା। ସଚିନ, ତାଙ୍କ ପିତା ନେତ୍ରପାଲ ଓ ସୀମାଙ୍କୁ ଗିରଫ (Arrest) କରାଯାଇ କୋର୍ଟରେ ହାଜର କରାଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶରେ ତିନି ଜଣଙ୍କୁ ଜେଲକୁ ପଠାଯାଇଥିଲା। ପିଲାମାନଙ୍କର ବୟସ କମ୍ ଥିବାରୁ କୋର୍ଟ ସେମାନଙ୍କୁ ସେମାନଙ୍କ ମା' ସୀମାଙ୍କ ସହ ଜେଲ ପଠାଇଥିଲେ। ତେବେ ପରେ ସମସ୍ତେ ଜାମିନ ପାଇଥିଲେ ।

Read More
{}{}