Hindi News >>Home >>Odisha Trending

ଅମ୍ବାନୀଙ୍କ ପରି ଅବସ୍ଥା ହେବକି ଆଦାନୀଙ୍କର? ପଢ଼ନ୍ତୁ ଏହି ରିପୋର୍ଟ

Reliance Group Loan: ଗୌତମ ଆଦାନୀଙ୍କ ଦଳ ବିରୁଦ୍ଧରେ ହିନ୍ଦେନବର୍ଗ ରିସର୍ଚ୍ଚର ରିପୋର୍ଟ ଆସିବା ପରେ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା । ସେତେବେଳେ ଆଦାନୀଙ୍କ ଗ୍ରୁପ୍‌ରେ ୨ ଲକ୍ଷ କୋଟି ଟଙ୍କାର ଋଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବର୍ତ୍ତମାନ ମୁକେଶ ଅମ୍ବାନୀଙ୍କ ମାଲିକାନାରେ ଥିବା ରିଲାଏନ୍ସ ଗ୍ରୁପରେ ମଧ୍ୟ ସମାନ ପରିସ୍ଥିତି ଘଟୁଥିବା ସୂଚନା ମିଳିଛି ।

Advertisement
ଅମ୍ବାନୀଙ୍କ ପରି ଅବସ୍ଥା ହେବକି ଆଦାନୀଙ୍କର? ପଢ଼ନ୍ତୁ ଏହି ରିପୋର୍ଟ
Stop
Soubhagya Ranjan Mishra|Updated: Sep 09, 2023, 09:26 PM IST

Reliance Group Loan: ବ୍ୟବସାୟ ଦୁନିଆର ରାଜା କୁହାଯାଉଥିବା ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ ଦିନକୁ ଦିନ ଅଧିକ ଆଗକୁ ବଢ଼ୁଥିବା କୁହାଯାଉଛି । ବହୁ ପୂର୍ବରୁ ଟେଲିକମ୍ ଦୁନିଆ (telecom industry)ରେ ରିଲାଏନ୍ସ ଜିଓ ଅନ୍ୟ ସମସ୍ତ ଟେଲିକମ ଅପରେଟର ଗୁଡିକୁ ପଛରେ ପକାଇ ଭାରତର ଏକ ନମ୍ବର (Number one) କମ୍ପାନୀ ହୋଇପାରିଛି । କେବଳ ସେତିକି ନୁହେଁ ନିକଟରେ ରିଲାଏନ୍ସ ଗ୍ରୁପ୍ ଖୁଚୁରା ବ୍ୟବସାୟ (Retail business)କୁ ଅଧିକ ମାତ୍ରାରେ ବଢାଇଥିବା ଜଣା ପଡିଛି । ଖୁଚୁରା ବଜାରରେ ପ୍ରବେଶରେ ମଧ୍ୟ ରିଲାଏନ୍ସ ୧ ନମ୍ୱର ସ୍ଥାନରେ ରହିଛି । ତେବେ ଏହି ସବୁ କାରଣରୁ ରିଲାଏନ୍ସ ଗ୍ରୁପ୍ ଉପରେ ଋଣ ଭାର ବଢୁଥିବା ଆଲୋଚନା ହେଉଛି । ତେଣୁ ରିଲାଏନ୍ସର ଅବସ୍ଥା କାଳେ ଆଦାନୀ ଗ୍ରୁପ୍ ପରି ହେବ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପୂର୍ବରୁ ହିନ୍ଦେନବର୍ଗ ରିସର୍ଚ୍ଚର ରିପୋର୍ଟରେ ସାମ୍ନାକୁ ଆସିଥିବା ତଥ୍ୟ ଅନୁଯାୟୀ ଆଦାନୀ ଗ୍ରୁପ୍‌ (Adani group)ର ୨ ଲକ୍ଷ କୋଟି ଟଙ୍କାର ଋଣ ନେଇ ପ୍ରଶ୍ନ ଉଠିଥିଲା। ଏହାପୂର୍ବରୁ, ଆଦାନୀ ଗ୍ରୁପର ଚେୟାରମ୍ୟାନ୍ ଗୌତମ ଆଦାନୀ (Goutam Adani)ଙ୍କ ଏକ ଟିଭି ସାକ୍ଷାତକାରରେ ତାଙ୍କ କମ୍ପାନୀର ବିପୁଳ ଋଣ ଦେଇ ଗତି କରୁଛି ବୋଲି ପ୍ରଶ୍ନ ଉଠିଥିଲା। ଏଭଳି ପରିସ୍ଥିତିରେ ନିଜର ବ୍ୟବସାୟକୁ ଅଧିକ ବଢାଇବାକୁ ଯାଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (Reliance Industries) ମଧ୍ୟ ଆଦାନୀ ଗ୍ରୁପ୍ ରାସ୍ତାକୁ ଆପଣାଉଛି କି?

ମିଳିଥିବା ସୂଚନା ମୁତାବକ ରିଲାଏନ୍ସ ଗ୍ରୁପର କମ୍ପାନୀ ରିଲାଏନ୍ସ ରିଟେଲ ୨୦୨୨-୨୩ ଆର୍ଥିକ ବର୍ଷ ( 2022- 23 financial year) ରେ ବ୍ୟାଙ୍କରୁ ପ୍ରାୟ ୩୨,୩୦୩ କୋଟି ଟଙ୍କା ଋଣ ନେଇସାରିଛି । ବର୍ତ୍ତମାନ କମ୍ପାନୀର ସମସ୍ତ ଦାୟିତ୍ୱ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ଉପରେ ନ୍ୟସ୍ତ ରହିଛି । ୨୦୨୨-୨୩ ଆର୍ଥିକ ବର୍ଷର ରିପୋର୍ଟ କହୁଛି  ରିଲାଏନ୍ସ ରିଟେଲର ୧୯,୨୪୩ କୋଟି ଟଙ୍କା ଅଣ-ସାମ୍ପ୍ରତିକ, ଦୀର୍ଘକାଳୀନ ଋଣ ଥିବାବେଳେ ରିଲାଏନ୍ସ ରିଟେଲର ୧.୭୪ କୋଟି ଟଙ୍କା ବ୍ୟାଙ୍କ ଲୋନ (Bank Loan) ରହିଛି। କେବଳ ସେତିକି ନୁହେଁ କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ (Reliance Retail Ventures Ltd)ରୁ ୧୩,୩୦୪ କୋଟି ଟଙ୍କାର ଦୀର୍ଘକାଳୀନ ଲୋନ ନେଇଛି। ତେଣୁ ସବୁକୁ ହିସାବ କଲେ ଗତ ବର୍ଷ ତୁଳନାରେ କମ୍ପାନୀର ଲୋନ ୭୩ ପ୍ରତିଶତ ବୃଦ୍ଧି ପାଇ ୭୦,୯୪୩ କୋଟି ଟଙ୍କାରେ ପହଞ୍ଚି ସାରିଛି ।

ଆଉ ଏକ କଥା ଆପଣ ଜାଣି ରଖନ୍ତୁ କମ୍ପାନୀର ଏକ ବଡ଼ ଅଂଶ ପାଲଟିଛି କମ୍ପାନୀର ଋଣ । ଆସନ୍ତା ଏକ ବର୍ଷ ମଧ୍ୟରେ କମ୍ପାନୀକୁ ଋଣ ଭାରର ଏକ ବଡ଼ ଅଂଶ ପରିଶୋଧ କରିବାକୁ ପଡିବ । କମ୍ପାନୀର ବର୍ତ୍ତମାନର ଲୋନ ୨୦୨୨ ମସିହାରେ ୨୮,୭୩୫ କୋଟି ଥିଲାବେଳେ ବର୍ଷକ ପରେ ଅର୍ଥାତ ୨୦୨୩ ରେ ଏହା ୨୬,୩୬୮ କୋଟି ଟଙ୍କା ହେବ ।

ରିଲାଏନ୍ସ ଗ୍ରୁପ ବର୍ଷକରେ ୩୩୦୦ ଷ୍ଟୋର ଖୋଲିଛି
୨୦୨୨-୨୩ ଆର୍ଥିକ ବର୍ଷରେ ରିଲାଏନ୍ସ ରିଟେଲ ନିଜର ନେଟୱାର୍କକୁ ଖୁବ ଅଧିକ ବଢାଇଥିଲା । ରିଲାଏନ୍ସ ରିଟେଲ୍ କମ୍ପାନୀ ୩୩୦୦ ନୂତନ ଆଉଟଲେଟ୍ ଦେଶରେ ଖୋଲିବାରେ ସକ୍ଷମ ହୋଇଛି । ଶିଳ୍ପ ତଥା ବାଣିଜ୍ୟ ବିଶେଷଜ୍ଞମାନଙ୍କ କହିବାନୁଯାୟୀ କମ୍ପାନୀ ଋଣରୁ ଏହାର ସମ୍ପୂର୍ଣ୍ଣ ବ୍ୟବସାୟକୁ ଆଗକୁ ବଢାଉଛି । ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍ ଗ୍ରୁପ୍ ରିଲାଏନ୍ସ ରିଟେଲରେ ବିନିଯୋଗ କରୁଥିବା ଟଙ୍କାର ଅଧିକାଂଶ ଅଂଶ ଲୋନ (Loan)ରୁ ଆଣୁଛି । ବର୍ତ୍ତମାନ ରିଲାଏନ୍ସ ଆଉଟଲେଟ୍ ସଂଖ୍ୟା ସମଗ୍ର ଦେଶରେ ୧୮,୦୪୦ରେ ପହଞ୍ଚିଥିବାବେଳେ ଆଗକୁ ଏହି ସଂଖ୍ୟା ଆହୁରୀ ବଢିବ ବୋଲି ଜଣାପଡିଛି ।

Also Read- G-20 Summit: ମୁହଁ ଖୋଲିଲେ ରାହୁଲ ଗାନ୍ଧୀ, 'ଭାରତର ବାସ୍ତବତାକୁ ଲୁଚାଇବା ଆବଶ୍ୟକ ନାହିଁ'

Read More
{}{}