Hindi News >>Home >>Odisha Trending

Hemant Soren on ED: ସମନକୁ ବେଖାତିର, ଦମ ଅଛି ତ ଗିରଫ କରିକି ଦେଖାଅ: ସୋରେନ

ସେ ଆହୁରି ମଧ୍ୟ କହିଛନ୍ତି କି ମୋତେ ଆଜି ଇଡ଼ି ପକ୍ଷରୁ ସମନ ଜାରି କରାଯାଇଛି। ଯେତେବେଳେ କି ଆଜି ମୋର ଛତିଶଗଡ଼ରେ କାର୍ଯ୍ୟକ୍ରମ ରହିଛି। ଇଡ଼ି ଅଫିସ ବାହାରେ ଏତେ କଡ଼ ସୁରକ୍ଷା କାହିଁକି ବଢାଇ ଦିଆଯାଇଛି। ଯଦି କୌଣସି ଅପରାଧ କରିଛି ତେବେ ମୋତେ ଗିରଫ କର। ଜେରା କାହିଁକି କରୁଛ। ଆପଣ ଝାଡ଼ଖଣ୍ଡୀଙ୍କୁ କାହିଁକି ଡରୁଛ ବୋଲି ସେ ପ୍ରଶ୍ନ କରିଥିଲେ। 

Advertisement
Hemant Soren on ED: ସମନକୁ ବେଖାତିର, ଦମ ଅଛି ତ ଗିରଫ କରିକି ଦେଖାଅ: ସୋରେନ
Stop
Zee Odisha Desk|Updated: Nov 03, 2022, 05:47 PM IST

Hemant Soren on ED: ରାଞ୍ଚି: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହେବା ପାଇଁ ସମନ ଜାରି ହୋଇଥିଲା। କିନ୍ତୁ ସମନ ହେବା ସତ୍ତ୍ୱେ ଇଡିରେ ହାଜର ହୋଇ ନାହାନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ସେପଟେ କେନ୍ଦ୍ରରେ ଶାସନ କରୁଥିବା ବିଜେପି ଉପରେ ବର୍ଷିଛନ୍ତି ହେମନ୍ତ ସୋରେନ। ସେ କହିଛନ୍ତି କି ଯଦି ମୋର କିଛି ଭୁଲ ଅଛି କିମ୍ବା ମୁଁ କିଛି ଅପରାଧ କରିଛି ତେବେ ମୋତେ ସିଧା ଗିରଫ କର। ଜେରା ପାଇଁ ସମନ କାହିଁକି କରାଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ। 

ସେ ଆହୁରି ମଧ୍ୟ କହିଛନ୍ତି କି ମୋତେ ଆଜି ଇଡ଼ି ପକ୍ଷରୁ ସମନ ଜାରି କରାଯାଇଛି। ଯେତେବେଳେ କି ଆଜି ମୋର ଛତିଶଗଡ଼ରେ କାର୍ଯ୍ୟକ୍ରମ ରହିଛି। ଇଡ଼ି ଅଫିସ ବାହାରେ ଏତେ କଡ଼ ସୁରକ୍ଷା କାହିଁକି ବଢାଇ ଦିଆଯାଇଛି। ଯଦି କୌଣସି ଅପରାଧ କରିଛି ତେବେ ମୋତେ ଗିରଫ କର। ଜେରା କାହିଁକି କରୁଛ। ଆପଣ ଝାଡ଼ଖଣ୍ଡୀଙ୍କୁ କାହିଁକି ଡରୁଛ ବୋଲି ସେ ପ୍ରଶ୍ନ କରିଥିଲେ। 

ହେମନ୍ତ ସୋରେନ ଆହୁରି ମଧ୍ୟ କହିଥିଲେ କି ଆମେମାନେ ରାଜ୍ୟ ବାହାରର କିଛି ଗ୍ୟାଙ୍ଗର ସଦସ୍ୟଙ୍କୁ ଚିହ୍ନଟ କରିଛୁ। ଯେଉଁମାନେ ଝାଡ଼ଖଣ୍ଡର ଉନ୍ନତି ଦିଗରେ ବାଧା ସୃଷ୍ଟି କରୁଛନ୍ତି। ଯେଉଁମାନେ ଚାହୁଁଛନ୍ତି କି ଝାଡ଼ଖଣ୍ଡବାସୀ ସେମାନେ ନିଜ ଗୋଡ଼ରେ ନିଜେ ଛିଡ଼ା ନ ହୁଅନ୍ତୁ। ଝାଡ଼ଖଣ୍ଡରେ ଝାଡ଼ଖଣ୍ଡୀଙ୍କ ଶାସନ ଜାରି ରହିବ। ଏଠାରେ କୌଣସି ବାହାର ଲୋକଙ୍କ ବେଦଖଲକୁ ବରଦାସ୍ତ କରାଯିବ ନାହିଁ। ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ ରାଜ୍ୟରୁ ବିଜେପିକୁ ଉଚିତ ଜବାବ ଦିଆଯିବ। ଏହା ମଧ୍ୟରେ ହେମନ୍ତ ସୋରେନଙ୍କୁ ଇଡ଼ି ଦ୍ୱାରା ଜାରି କରାଯାଇଥିବା ସମନ ବିରୋଧରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ରାସ୍ତାକୁ ଓହ୍ଲାଇଛି। ଶତାଧିକ ସଂଖ୍ୟାରେ କାର୍ଯ୍ୟକର୍ତ୍ତାମାନେ ରାଜଧାନୀ ରାଞ୍ଚିରେ ମୋରହାବାଦରେ ଏକତ୍ରିତ ହୋଇ ଏକ ରାଲି ବାହାର କରିଥିଲେ। 

ରାଜ୍ୟସଭା  ସାଂସଦ ମହୁଆ ମାଜୀ, କେନ୍ଦ୍ରୀୟ ମହାସଚିବ ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ, ବିଧାୟକ ଦୀପକ ବିରୁଆ ଓ ବୈଜନାଥ ରାମ, ବରିଷ୍ଠ ନେତା ବିନୋଦ ପାଣ୍ଡେଙ୍କ ନେତୃତ୍ୱରେ କାର୍ଯ୍ୟକର୍ତ୍ତାଙ୍କ ଏକ ଟିମ ମୁଖ୍ୟମନ୍ତ୍ରୀ ବାସଭବନରେ ପହଞ୍ଚିଥିଲେ। କାର୍ଯ୍ୟକର୍ତ୍ତାଙ୍କ ଦଳୀୟ ପତାକାକୁ ସାଥିରେ ନେଇଥିଲେ। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ବାହାରେ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାର କର୍ମକର୍ତ୍ତା କେନ୍ଦ୍ର ସରକାର, ବିଜେପି ଓ କେନ୍ଦ୍ରୀୟ ଏଜେନ୍ସିଙ୍କ ବିପକ୍ଷରେ ଜୋରଦାର ନାରାବାଜି କରିଥିଲେ। 

ପ୍ରଦର୍ଶନରେ ସାମିଲ ହୋଇଥିବା ଦଳର କେନ୍ଦ୍ରୀୟ ମହାସଚିବ ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ, ଦୀପକ ବିରୁଆ ଓ ବୈଜନାଥ ରାମ ମୁଖ୍ୟ ବିପକ୍ଷ ଦଳ ବିଜେପିକୁ କଡ଼ା ଭାଷାରେ ସମାଲୋଚନା କରିଥିଲେ। ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ କହିଥିଲେ ୨୦୧୯ ନିର୍ବାଚନ ସମୟରେ ଆମେ ସ୍ପଷ୍ଟ ଓ ପୂର୍ଣ୍ଣ ଜନାଦେଶ ପାଇଥିଲୁ। ସାମନ୍ତବାଦୀ ଚିନ୍ତାଧାର ରଖୁଥିବା ଦଳ ଏହାକୁ ହଜମ କରିପାରୁନାହିଁ। ଆଦିବାସୀ ମୁଖ୍ୟମନ୍ତ୍ରୀ ତାହାକୁ ହଜମ କରିପାରୁ ନାହିଁ। ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ ଆହୁରି ମଧ୍ୟ କହିଥିଲେ କି ମୁଖ୍ୟମନ୍ତ୍ରୀ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ରହିଛନ୍ତି। ଏଥିପାଇଁ ଇଡ଼ି କାର୍ଯ୍ୟାଳୟ ଯାଇପାରିନାହାନ୍ତି। ବିଧାୟକ ଦୀପକ ବିରୁଆ କହିଛନ୍ତି କି ବିଜେପି ପାଇଁ ଅସାମ୍ବିଧାନିକ ନୀତିରେ କାର୍ଯ୍ୟ କରୁଛନ୍ତି। ଅଯଥାରେ ମୁଖ୍ୟମନ୍ତ୍ରୀଙ୍କୁ ସମନ ଜାରି କରିଛନ୍ତି। ଆମେମାନେ ସ୍ୱତନ୍ତ୍ର ଅଧିବେସନ ଡାକି ବହୁମତ ସାବ୍ୟସ୍ତ କରିଛୁ। କିନ୍ତୁ ଏମାନଙ୍କୁ ଏହା ହଜମ ହେଉନାହିଁ। ବିଧାୟକ ବୈଜନାଥ ରାମ କହିଥିଲେ କି ନିର୍ବାଚନ ଆୟୋଗଙ୍କ ଲଫାପା ଏତେ ଦିନ ଧରି ରାଜଭବନରେ କାହିଁକି ପଡ଼ି ରହିଛି। ଯଦି ସେଥିରେ କିଛି ତଥ୍ୟ ରହିଛି ତେବେ ରାଜ୍ୟପାଳ ତାକୁ ସାର୍ବଜନୀନ କାହିଁକି କରୁ ନାହାନ୍ତି। 

Read More
{}{}