Hindi News >>Home >>Odisha Trending

Health Update:ଜାଣିଛନ୍ତି କି, ଛିଙ୍କିବା ସମୟରେ କାହିଁକି ଆଖି ବନ୍ଦ ହୋଇଯାଏ ?

ନୂଆଦିଲ୍ଲୀ: ଛିଙ୍କିବା ସମୟରେ ସମସ୍ତଙ୍କ ଆଖି ବନ୍ଦ ହୋଇଯିବା ଏକ ସ୍ୱାଭାବିକ ପ୍ରକ୍ରିୟା। ଆଉ ହୋଇଯାଇଥାଏ ମଧ୍ୟ । ତେବେ କାହିଁକି ବନ୍ଦ ହୋଇଯାଇଥାଏ ଆପଣ ଜାଣିଛନ୍ତି କି। ଆଜି ଆମେ ଆପଣଙ୍କୁ କହିବୁ ଛିଙ୍କ ହେବା ସମୟରେ ଆଖି କାହିଁକି ବନ୍ଦ ହୋଇଯାଇଥାଏ। ଛିଙ୍କ ହେବା ସମୟରେ ଆଖି ବନ୍ଦ ହେବାର ମୁଖ୍ୟ କାରଣ ହେଉଛି କି ରକ୍ଷାତ୍ମକ ପ୍ରତିକ୍ରିୟା। ନ

Advertisement
Health Update:ଜାଣିଛନ୍ତି କି, ଛିଙ୍କିବା ସମୟରେ କାହିଁକି ଆଖି ବନ୍ଦ ହୋଇଯାଏ ?
Stop
Zee Odisha Desk|Updated: Sep 01, 2023, 09:08 AM IST

Health Update: ନୂଆଦିଲ୍ଲୀ: ଛିଙ୍କିବା ସମୟରେ ସମସ୍ତଙ୍କ ଆଖି ବନ୍ଦ ହୋଇଯିବା ଏକ ସ୍ୱାଭାବିକ ପ୍ରକ୍ରିୟା। ଆଉ ହୋଇଯାଇଥାଏ ମଧ୍ୟ । ତେବେ କାହିଁକି ବନ୍ଦ ହୋଇଯାଇଥାଏ ଆପଣ ଜାଣିଛନ୍ତି କି। ଆଜି ଆମେ ଆପଣଙ୍କୁ କହିବୁ ଛିଙ୍କ ହେବା ସମୟରେ ଆଖି କାହିଁକି ବନ୍ଦ ହୋଇଯାଇଥାଏ। ଛିଙ୍କ ହେବା ସମୟରେ ଆଖି ବନ୍ଦ ହେବାର ମୁଖ୍ୟ କାରଣ ହେଉଛି କି ରକ୍ଷାତ୍ମକ ପ୍ରତିକ୍ରିୟା। ନିଶ୍ୱାସରେ କୌଣସି ସୂକ୍ଷ୍ମ ଧୂଳିକଣା ପଶି ଆସିଲେ, ଫ୍ଲୁ ଜନିତ କିଛି ଜୀବାଣୁ ରହିଥିଲେ କିମ୍ବା ଅଧିକ ଥଣ୍ଡା ଜନିତ ସମସ୍ୟା ହେଲେ ଛିଙ୍କ ଦ୍ୱାରା ଫୁସଫୁସର ପବନ ନାକ ଓ ପାଟି ମଧ୍ୟ ଦେଇ ପାହାରକୁ ଆସିଥାଏ। ଏହି ପବନ କ୍ଷତିକାରକ ଜୀବାଣୁ ମଧ୍ୟ ଶରୀରର ଭିତରୁ ବାହାରକୁ ଚାଲି ଆସିଥାଆନ୍ତି। 

ଛିଙ୍କିବା ସମୟରେ ଆଖି ବନ୍ଦ ହୋଇଯିବା ଏକ ଶାରିରୀକ ପ୍ରତିକ୍ରିୟା। କେହି ଚାହିଁଲେ ମଧ୍ୟ ଛିଙ୍କିବା ସମୟରେ ଆଖି ଖୋଲା କରିବା ରଖିବା ସମ୍ଭବ ନୁହେଁ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି କି ଆଖି ବନ୍ଦ ହୋଇଯିବା ପଛରେ  ଟ୍ରାଇଜୋମିନଲ ନାମକ ଏକ ସ୍ନାୟୁ କାମ କରିଥାଏ। ଏହି ସ୍ନାୟୁ ଚେହେରା, ଆଖି, ପାଟି, ନାକ ଓ କାନଠାରୁ ଗାଲ ପର୍ଯ୍ୟନ୍ତ ଅଂଶକୁ ନିୟନ୍ତ୍ରଣ କରିଥାଏ। ଛିଙ୍କ ଆସିବା ସମୟରେ କୌଣସି ଅବରୋଧ ଉତ୍ପନ ନ ହେବା ପାଇଁ ମସ୍ତିଷ୍କରୁ ନିର୍ଦ୍ଦେଶ ଆସିଥାଏ। ଏହି ସ୍ନାୟୁ ମଧ୍ୟ ମସ୍ତିଷ୍କର ନିର୍ଦ୍ଦେଶ ଅନୁସାରେ ଆପେ ଆପେ ବନ୍ଦ ହୋଇଯାଏ। 

କାରଣ ଆଖି ଖୋଲା ରଖିବା ଦ୍ୱାରା ଠିକ ଭାବେ ଛିଙ୍କ ଆସିପାରିନଥାଏ। ଏହା ଶରୀର ଭିତରେ ରହିବା ଦ୍ୱାରା ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ଛିଙ୍କିବା ସମୟରେ ଯେଉଁ ଶବ୍ଦ ହୁଏ, ତାହା ମଧ୍ୟ ଫୁସଫୁସରେ ଭରି ରହିଥିବା ପବନ ଯୋଗୁଁ ହୋଇଥାଏ। ପବନ ଯେତେବେଳେ ନାକର ରନ୍ଧ୍ର ଦେଇ ବାହାରକୁ ଆସେ, ଏହା କମ୍ପନ ସୃଷ୍ଟି କରେ ଓ କମ୍ପନରୁ ଶବ୍ଦ ସୃଷ୍ଟି ହୋଇଥାଏ। ଯେତେ ଅଧିକ ପବନ ଫୁସଫୁସରୁ ବାହାରକୁ ଆସିଥାଏ, ସେତେ ଅଧିକ ଶବ୍ଦ ହୋଇଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ଛିଙ୍କକୁ ରୋକିବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଛିଙ୍କିବା ସମୟରେ ଯେଉଁ ଦ୍ରୁତ ଗତିରେ ଫୁସଫୁସରେ ଥିବା ପବନକୁ ବାହାରକୁ ଆସିଥାଏ, ତାହାକୁ ରୋକିବା ଦ୍ୱାରା ଉକ୍ତ ପବନର ଚାପ ଶରୀରର ସ୍ନାୟୁ ସହିତ ଆଘାତ ହୋଇତାଏ। ଏହାଦ୍ୱାରା ସୂକ୍ଷ୍ମ ସ୍ନାୟୁ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇତାଏ। ଗଳାରେ ଥିବା ସ୍ନାୟୁ ଏହା ଦ୍ୱାରା ଅଧିକ ପ୍ରଭାବିତ ହୋଇଥାନ୍ତି। 

କେବଳ ଏତିକି ନୁହେଁ, ଏହା କାନର ପର୍ଦ୍ଦା, ଆଖି ଓ ନାକର ସ୍ନାୟୁକୁ ମଧ୍ୟ ପ୍ରଭାବିତ କରିଥାଏ। ଏସବୁ ଦ୍ୱାରା ଶ୍ରବଣ ଶକ୍ତି, ଦୃଷ୍ଟିଶକ୍ତି ଓ ଆଘ୍ରାଣ ଶକ୍ତି ହ୍ରାସ ହୋଇଥାଏ। କାନର ଇୟର ଡ୍ରମସ ଫାଟିଯିବାର ଆଶଙ୍କା ମଧ୍ୟ ରହିଥାଏ। ଅନେକ ସମୟରେ ଛିଙ୍କ ରୋକିବା ଦ୍ୱାରା ମସ୍ତିଷ୍କ ଉପରେ ମଧ୍ୟ ତାହାର କୁପ୍ରଭାବ ଦେଖିବାକୁ ମିଳିଥାଏ। ତେଣୁ ଛିଙ୍କିବା ସମୟରେ ମସ୍ତିଷ୍କ ନିର୍ଦ୍ଦେଶ ଅନୁସାରେ କୌଣସି ଅବରୋଧ ନ ରହିବା ପାଇଁ ଆଖି ବନ୍ଦ ହୋଇ ଯାଇଥାଏ। 

Also Read: Puri News: ଜଗନ୍ନାଥ ଦର୍ଶନ ଲାଗି ଏଣିକି ଲାଗୁ ହେବ ଟିକେଟ୍‍, ଜାଣନ୍ତୁ କେବେଠୁ ?

Also Read: Friday Remedies: ବିବାହରେ ହେଉଛି କି ବିଳମ୍ବ ? ଶୁକ୍ରବାର ଦିନ କରନ୍ତୁ ଏହି ସବୁ ଉପାୟ...

Also Read: Gas Price: ପୁଣି ଖସିଲା ଗ୍ୟାସ ଦର, ଜାଣନ୍ତୁ ଆପଣ ସହରରେ କେତେ ରହିଛି ଗ୍ୟାସ ଦର

Read More
{}{}