Hindi News >>Home >>Odisha Trending

Red cloth on street food stall: ଠେଲା ଗାଡ଼ିରେ ବିକ୍ରି କରୁଥିବା ବ୍ୟବସାୟୀ କାହିଁକି ବାନ୍ଧି ଥାଆନ୍ତି ଲାଲ କପଡା଼, ଜାଣନ୍ତୁ କାରଣ

Red cloth on street food stall: ଆଗକୁ ଆସୁଛି ଗ୍ରୀଷ୍ମ ଋତୁ। ଏବେଠାରୁ ବଜାରରେ ଓ ରାସ୍ତା କଡ଼ରେ ବିଭିନ୍ନ ପ୍ରକାର ଥଣ୍ଡା ପାନୀୟ ଦୋକାନ ସହ ଠେଲା ଗାଡି଼ର ଆସର ଜମୁଥିବା ଦେଖିବାକୁ ମିଳିଲାଣି।  ଯେଉଁମାନେ ରାସ୍ତା କଡ଼ରେ ଥଣ୍ଡା ପାନୀୟ ପିଇବାକୁ ପସନ୍ଦ କରିଥାଆନ୍ତି, ସେମାନେ ଦୋକାନରେ ଲାଲ କପଡା଼ରେ ସବୁ ଜିନିଷ ଘୋଡାଇ ଥିବାର ଦେଖିଥିବେ ନିଶ୍ଚିନ୍ତ। ତେବେ କେବେ ଆପଣ ଭାବିଛନ୍ତି କି, କଣ ପାଇଁ ଦୋକାନୀ ସମସ୍ତ ଜିନିଷକୁ ଲାଲ କପଡା଼ରେ ଘୋଡେଇକି ରଖନ୍ତି ? ଆସନ୍ତୁ ଜାଣିବା ଏହା ପଛରେ କାରଣ ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Mar 15, 2023, 05:25 PM IST

Red cloth on street food stall: ଆଗକୁ ଆସୁଛି ଗ୍ରୀଷ୍ମ ଋତୁ। ଏବେଠାରୁ ବଜାରରେ ଓ ରାସ୍ତା କଡ଼ରେ ବିଭିନ୍ନ ପ୍ରକାର ଥଣ୍ଡା ପାନୀୟ ଦୋକାନ ସହ ଠେଲା ଗାଡି଼ର ଆସର ଜମୁଥିବା ଦେଖିବାକୁ ମିଳିଲାଣି। ଖରା ଦିନେ ଲସି, ସରବତ, ଫଳ ରସ, ଲେମ୍ବୁ ପାଣି ମସାଲା ଜିରା, ସୋଡା଼ ଆଦି ବିଭିନ୍ନ ପ୍ରକାର ଥଣ୍ଡା ପାନୀୟର ଚାହିଦା ବଢିଥାଏ। ତେବେ ଯେଉଁମାନେ ରାସ୍ତା କଡ଼ରେ ଥଣ୍ଡା ପାନୀୟ ପିଇବାକୁ ପସନ୍ଦ କରିଥାଆନ୍ତି, ସେମାନେ ଦୋକାନରେ ଲାଲ କପଡା଼ରେ ସବୁ ଜିନିଷ ଘୋଡାଇ ଥିବାର ଦେଖିଥିବେ ନିଶ୍ଚିନ୍ତ। ତେବେ କେବେ ଆପଣ ଭାବିଛନ୍ତି କି, କଣ ପାଇଁ ଦୋକାନୀ ସମସ୍ତ ଜିନିଷକୁ ଲାଲ କପଡା଼ରେ ଘୋଡେଇକି ରଖନ୍ତି ? ଆସନ୍ତୁ ଜାଣିବା ଏହା ପଛରେ କାରଣ ।

ରାସ୍ତା କଡ଼ରେ ଠେଲାରେ କାହିଁକି ବ୍ୟବହାର କରାଯାଏ ଲାଲ କପଡା?

ଯେବେ ବି ଆପଣ ଥଣ୍ଡା ପାନୀୟ ବିକ୍ରି କରୁଥିବା ଠେଲା ନିକଟକୁ ଯାଆନ୍ତି, ସେଠାରେ ଲାଲ ରଙ୍ଗର କପଡା଼ ଆପଣମାନେ ନିଶ୍ଚୟ ଦେଖି ଥିବେ। ଗରମ ଦିନରେ ଲସି ବିକ୍ରି କରୁଥିବା ଦୋକାନୀ ମାନେ ମଧ୍ୟ ମାଠିଆ ଗୁଡି଼କ ଲାଲ କପଡା଼ରେ ଘୋଡା଼ଇ ରଖି ଥାଆନ୍ତି। ଏହାର କାରଣ ହେଲା, ଲାଲ ରଙ୍ଗ ବହୁତ ଉଜ୍ଜ୍ୱଳ ହୋଇଥାଏ ଯାହା ବହୁତ ଦୂରରୁ ମଧ୍ୟ ଦେଖା ଯାଇଥାଏ। ତେଣୁ ଲୋକଙ୍କୁ ନିଜ ଦୋକାନ ପ୍ରତି ଆକର୍ଷିତ କରିବା ପାଇଁ ସମସ୍ତ ଦୋକାନୀ ନିଜ ଦୋକାନରେ ଲାଲ ରଙ୍ଗର କପଡ଼ା ବ୍ୟବହାର କରିଥାଆନ୍ତି। କେବଳ ଥଣ୍ଡା ପାନୀୟ ନୁହେଁ ରାସ୍ତା କଡ଼ରେ ଯେ ଖାଦ୍ୟ ବିକ୍ରି କରୁଥିବା ଦୋକାନୀ ଏହି ଲାଲ ରଙ୍ଗର କପଡା଼ ବ୍ୟବହାର କରିଥାଆନ୍ତି।

ଜାଣନ୍ତୁ ଲାଲ ରଙ୍ଗ ଅଧିକ ଉଜ୍ଜ୍ୱଳ ହେବା ପଛର ବୈଜ୍ଞାନିକ କାରଣ

ଆମ ସମସ୍ତେ ସ୍କୁଲରେ ଆଲୋକ ଓ ତାର ୱେଭ୍‌ ଲେଙ୍ଗ୍‌ଥ (Wave length) କିମ୍ବା ତରଙ୍ଗ ଦୈର୍ଘ୍ୟ ବିଷୟରେ ପଢିଥିବା। ଏହାସହ ଆମେ ସମସ୍ତେ ଜାଣିଛନ୍ତି ଯେ, ଆଲୋକ ସାତୋଟି ରଙ୍ଗର ମିଶ୍ରଣ ଅଟେ। ପ୍ରତ୍ୟେକ ରଙ୍ଗର ନିଜର ୱେଭ୍‌ ଲେଙ୍ଗ୍‌ଥ (wave length)  ଓ ଫ୍ରିକ୍ୱେନ୍ସି (Frequency) ରହିଛି। ଏହି ୱେଭ୍‌ ଲେଙ୍ଗ୍‌ଥ (wave length)  ଓ ଫ୍ରିକ୍ୱେନ୍ସି (Frequency) ବଳରେ ରଙ୍ଗ ଗୁଡି଼କ ଅଧିକ ଉଜ୍ଜ୍ୱଳ କିମ୍ବା ଫିକା ଦେଖା ଯାଇଥାଏ। ଏହି ୱେଭ୍‌ ଲେଙ୍ଗ୍‌ଥ ଓ ଫ୍ରିକ୍ୱେନ୍ସି ଉଭୟ ବିପରୀତ ଆନୁପାତିକ ଅଟନ୍ତି। ଏହାର ଅର୍ଥ ୱେଭ୍‌ ଲେଙ୍ଗ୍‌ଥ ବଢିଲେ ଫ୍ରିକ୍ୱେନ୍ସି କମିଥାଏ ଓ ଫ୍ରିକ୍ୱେନ୍ସି ବଢିଲେ ୱେଭ୍‌ ଲେଙ୍ଗ୍‌ଥ କମିଥାଏ। ଯେଉଁ ରଙ୍ଗର ୱେଭ୍‌ ଲେଙ୍ଗ୍‌ଥ ଅଧିକ ଓ ଫ୍ରିକ୍ୱେନ୍ସି କମ୍ ଥାଏ, ସେହି ରଙ୍ଗ ଅଧିକ ଉଜ୍ଜ୍ୱଳ ଦେଖା ଯାଇଥାଏ। ଲାଲ ରଙ୍ଗର ୱେଭ୍‌ ଲେଙ୍ଗ୍‌ଥ ସବୁଠାରୁ ଅଧିକ ଓ ଫ୍ରିକ୍ୱେନ୍ସି କମ୍ ଥିବାରୁ ଏହା ସବୁଠାରୁ ଉଜ୍ଜ୍ୱଳ ଦେଖାଯାଏ। ନିଜ ଚାରି ପାର୍ଶ୍ୱରେ ଥିବା ଜିନିଷ ଗୁଡି ମଧ୍ୟରୁ ଆମକୁ ଲାଲ ରଙ୍ଗର ଜିନିଷ ପ୍ରତି ଅଧିକ ଆକର୍ଷିତ କରିଥାଏ।

ଏହା ବି ପଢନ୍ତୁ- DA Hike: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଜରୁରୀ ଖବର, ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ଆସିଲା ବଡ଼ ଅପଡେଟ୍

 

 

 

 

 

 

 

 

 

 

 

 

 

 

 

 

 

 

 

 

Read More
{}{}