Hindi News >>Home >>Odisha Trending

Same Sex Marriage: ସମଲିଙ୍ଗୀ ବିବାହକୁ କାହିଁକି ମନା କଲେ ସୁପ୍ରିମକୋର୍ଟ? କାରଣ କଣ?

Same Sex Marriage: ସମଲିଙ୍ଗୀ ବିବାହକୁ ମୌଳିକ ଅଧିକାର ଭାବରେ ଆଇନଗତ ମାନ୍ୟତା ଦେବା ପାଇଁ ମଙ୍ଗଳବାର (୧୭ ଅକ୍ଟୋବର) ଦିନ ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ମନା କରି ଦେଇଛନ୍ତି ।

Advertisement
Same Sex Marriage: ସମଲିଙ୍ଗୀ ବିବାହକୁ କାହିଁକି ମନା କଲେ ସୁପ୍ରିମକୋର୍ଟ? କାରଣ କଣ?
Stop
Soubhagya Ranjan Mishra|Updated: Oct 17, 2023, 03:59 PM IST

Same Sex Marriage: ସମଲିଙ୍ଗୀ ଯୋଡିଙ୍କ ପାଇଁ ଏକ ନିରାଶ ହାବା ପରି ଖବର ଆସିଛି । ଭାରତର ପ୍ରଧାନ ବିଚାରପତି ସିଜେଆଇ ଡି ୟାଇ ଚନ୍ଦ୍ରଚୁଡ (CJI DY Chandrachud) ସମଲିଙ୍ଗୀ ବିବାହ ଉପରେ ଏକ ରାୟ ଦେଇ ଏହାକୁ ମନା ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ପରେ ଏଭଳି ରାୟ ଦେଇଛନ୍ତି । ଆଇନରେ ପରିବର୍ତ୍ତନ ଆଣିବା ସଂସଦର ଅଧିକାର ଓ ସମଲିଙ୍ଗୀ ବିବାହ ଏକ ମୌଳିକ ଅଧିକାର ନୁହେଁ ବୋଲି କୁହାଯାଇଛି ।

ସମଲିଙ୍ଗୀ ଯୋଡିମାନେ ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏକଥା ମଧ୍ୟ କୁହାଯାଇଛି କେବଳ ସହରାଞ୍ଚଳର  ନୁହେଁ ବରଂ ଗ୍ରାମାଞ୍ଚଳର ମହିଳାମାନେ ମଧ୍ୟ ସମଲିଙ୍ଗୀ ସମ୍ପର୍କ ତଥା ବିବାହ ପାଇଁ ଅନୁମତି ଦେବାକୁ ଦାବି କରୁଛନ୍ତି । ଆପଣଙ୍କୁ କହିରଖୁଛୁ ଯେ, ସରକାର ଏକ କମିଟି ଗଠନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଉଥିବାବେଳେ LGBTQ ସମ୍ପ୍ରଦାୟର ଚିନ୍ତାଧାରା ପ୍ରତି ଧ୍ୟାନ ଦେବା ଏବଂ ସେମାନଙ୍କୁ କୌଣସି ପ୍ରକାର ଅସିବିଧାରେ ନପକାଇବା ଉପରେ କୋର୍ଟ ଗୁରୁତ୍ୱାରୋପ କରିଥିଲେ।

ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ପାଇବା ପାଇଁ ଆଇନଗତ ଆଧାର ଉପଯୁକ୍ତ ନୁହେଁ ବୋଲି ସୁପ୍ରିମକୋର୍ଟଙ୍କ ବେଞ୍ଚ ସ୍ପଷ୍ଟ ମତ ରଖିଛି। ଏଥିପାଇଁ ଶହ ଶହ ଆଇନରେ ସଂଶୋଧନ ଆବଶ୍ୟକ ହେବ । ଏହା ସହିତ, ବ୍ୟକ୍ତିଗତ ନିୟମର ବିଦ୍ୟମାନ ବ୍ୟବସ୍ଥା ଏବଂ କୌଣସି ସାଧାରଣ ସିଭିଲ୍ କୋଡର ଅନୁପସ୍ଥିତି ମୁଖ୍ୟ କାରଣ ଥିଲା ଯେଉଁଥିପାଇଁ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଦେଇଥିଲେ।  ଜୀବନସାଥୀ ବାଛିବାରେ ସମସ୍ତଙ୍କ ନିକଟରେ ଅଧିକାର ରହିଛି। କୌଣସି ବର୍ଗଙ୍କୁ ଲିଙ୍ଗଗତ କାରଣରୁ ଅଧିକାରରୁ ବଞ୍ଚିତ କରାଯାଇ ପାରିବନି। ଏଥିସହ ହରମୋନ ଥେରାପି ପାଇଁ କାହାକୁ ବାଧ୍ୟ କରାଯାଇ ପାରିବନି । ସମଲିଙ୍ଗୀ ସମ୍ପ୍ରଦାୟର ଅଭିଯୋଗର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ପରାମର୍ଶ ଅନୁଯାୟୀ ଏକ ସ୍ୱତନ୍ତ୍ର କମିଟି ଗଠନ କରିବାକୁ କୋର୍ଟ କହିଛନ୍ତି। ଗତ ଏପ୍ରିଲ ମାସ ୧୧ ତାରିଖ ଦିନ ଏହା ଉପରେ ହୋଇଥିବା ଆବେଦନର ଶୁଣାଣି ଆରମ୍ଭ ହୋଇଥିବାବେଳେ ମେ ୧୧ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମ କୋର୍ଟ । 

Also Read- Success Story: କରୋନାରେ ପିତାଙ୍କୁ ହରାଇଥିଲେ, କିନ୍ତୁ ଭାଙ୍ଗି ନଥିଲା ସାହସ, ପାଇଲେ ସଫଳତା

Also Read- ବାସ୍ତୁପୁରୁଷ କିଏ ? କ’ଣ ପାଇଁ କୌଣସି ଶୁଭକାର୍ଯ୍ୟରେ ଯଜ୍ଞରେ ପ୍ରଥମେ ଆହୁତି ବାସ୍ତୁ ପୁରୁଷଙ୍କୁ ଦିଆଯାଏ ?

Read More
{}{}