Hindi News >>Home >>Odisha Trending

କାହିଁକି କୃଷ୍ଣଶୀଳା ଅର୍ଥାତ କଳାରଙ୍ଗରେ ହେଲା ରାମଙ୍କ ମୂର୍ତ୍ତି, ଜାଣନ୍ତୁ ରହସ୍ୟ

Ayodhya Ram Mandir: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ସରିଛି । ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ଦେଖିବା ପରେ ତାହା କାହିଁକି କଳା ରଙ୍ଗର ହୋଇଛି ଆପଣଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଛି କି ? ତେବେ ଆସନ୍ତୁ ଜାଣିବା ଏହା ପଛରେ କଣ ରହିଛି କାରଣ ।

Advertisement
କାହିଁକି କୃଷ୍ଣଶୀଳା ଅର୍ଥାତ କଳାରଙ୍ଗରେ ହେଲା ରାମଙ୍କ ମୂର୍ତ୍ତି, ଜାଣନ୍ତୁ ରହସ୍ୟ
Stop
Soubhagya Ranjan Mishra|Updated: Jan 22, 2024, 04:07 PM IST

Ram Idol in Ayodhya: ଜାନୁଆରୀ ୨୨ ଅର୍ଥାତ ଆଜି ଆମ ଦେଶ ପାଇଁ ଏକ ଐତିହାସିକ ଦିନ । କାରଣ ଅଯୋଧ୍ୟାରେ ନବନିର୍ମିତ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ପ୍ରତିମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ହୋଇଛି । ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଦେଶର ଅନେମ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ସମେତ ବହୁ ସାଧୁସନ୍ଥ, ନେତା, ମନ୍ତ୍ରୀ, ପ୍ରତିଷ୍ଠିତ ସିନେ କଳାକାର, ଖେଳାଳି, ବ୍ୟବସାୟୀ ମାନେ ଯୋଗ ଦେଇଥିଲେ । ପ୍ରଭୁ ଶ୍ରୀରାମଙ୍କ ପ୍ରତିମୂର୍ତ୍ତିକୁ ଦର୍ଶନ କରି ସମସ୍ତେ ଭକ୍ତିର ସହିତ ଖୁସି ପ୍ରକାଶ କରିଥିଲେ । କଳା ପଥରରେ ନିର୍ମିତ ପ୍ରଭୁ ଶ୍ରୀରାମଙ୍କ ବାଳକ ରୂପ ସଭିଙ୍କ ମନକୁ ଭକ୍ତିର ସାଗରରେ ଭିଜାଇଦେଇଛି । ତେବେ କିଛି ଭକ୍ତଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରିଛି ଯେ, ପ୍ରଭୁ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି କଳା ରଙ୍ଗର ପଥରରେ କାହିଁକି ନିର୍ମାଣ ହୋଇଛି ।

ପ୍ରଭୁ ଶ୍ରୀରାମ ପ୍ରତିମା କାହିଁକି କଳା?
ପ୍ରଭୁ ଶ୍ରୀରାମଙ୍କ ପ୍ରତିମା କଳା ପଥରରେ ନିର୍ମିତ ହୋଇଛି । ଏହି ପଥରକୁ କୃଷ୍ଣଶୀଳା ମଧ୍ୟ କୁହାଯାଇଥାଏ । ଯେଉଁ ପଥରରେ ପ୍ରଭୁ ଶ୍ରୀରାମଙ୍କ ପ୍ରତିମା ନିର୍ମାଣ ହୋଇଛି ସେ ପଥରର ଅନେକ ଗୁଣ ରହିଛି । ବିଭିନ୍ନ ବିଷୟକୁ ନେଇ ଉକ୍ତ ପଥରକୁ ପ୍ରତିମା ନିର୍ମାଣ ପାଇଁ ଚୟନ କରାଯାଇଥାଏ ।

ଏହି ପଥର କାହିଁକି ସ୍ୱତନ୍ତ୍ର?
ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ନିର୍ମାଣରେ ବ୍ୟବହୃତ ହୋଇଥିବା ଏହି ପଥରର ଏକ ଭଲ ଗୁଣ ହେଉଛି ଏହା ଯେ, ଯେତେବେଳେ ପ୍ରଭୁ ଶ୍ରୀରାମଙ୍କୁ କ୍ଷୀରରେ ଅଭିଷେକ କରାଯିବ ସେତେବେଳେ ପଥର କାରଣରୁ କ୍ଷୀରର ଗୁଣରେ କୌଣସି ପରିବର୍ତ୍ତନ ହେବ ନାହିଁ । ଉକ୍ତ କ୍ଷୀରକୁ ପାଦୁକା ବା ପ୍ରସାଦ ଭାବେ ବ୍ୟବହାର କରିବା ଦ୍ୱାରା ତାହା ସ୍ୱାସ୍ଥ୍ୟ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଇବ ନାହିଁ । ଏଥିସହ ଏହା ୧ ହଜାରରୁ ଅଧିକ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରହିପାରେ । ଏହାର ଅର୍ଥ ଏବି ମୂର୍ତ୍ତିରେ କୌଣସି ପରିବର୍ତ୍ତନ ହେବ ନାହିଁ ।

ବାଲ୍ମିକି ରାମାୟଣରେ ବର୍ଣ୍ଣନା
ଏହା ବ୍ୟତୀତ ବାଲ୍ମିକି ରାମାୟଣରେ ଭଗବାନ ଶ୍ରୀରାମଙ୍କ ରୂପକୁ କଳା ରଙ୍ଗ ବୋଲି ବର୍ଣ୍ଣନା କରାଯାଇଛି। ତେଣୁ ବିଭିନ୍ନ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତିକୁ କଳା ରଙ୍ଗର ପଥରରେ ନିର୍ମାଣ କରାଯାଏ । 

ଅଯୋଧ୍ୟାରେ ଶ୍ରୀ ରାମଙ୍କ ପ୍ରତିମା କିପରି?

ଶ୍ରୀ ରାମ ଜନ୍ମଭୂମୀ ତିର୍ଥ କ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କ କହିବାନୁଯାୟୀ, ଭଗବାନ ଶ୍ରୀ ରାମଙ୍କ ପ୍ରତିମା ଜଣେ ପାଞ୍ଚ ବର୍ଷର ବାଳକ ପରି ଦେଖାଯାଉଛି । ସେ କହିଛନ୍ତି ଯେ, ଏହି ମୂର୍ତ୍ତିର ଉଚ୍ଚତା ୫୧ ଇଞ୍ଚ ଏବଂ ଶ୍ରୀରାମଙ୍କ ମୂର୍ତ୍ତି କଳା ପଥରରେ ନିର୍ମିତ। ପ୍ରଭୁ ଶ୍ରୀରାମଙ୍କ ଏହି ପ୍ରତିମା ଭଗବାନଙ୍କ ଅନେକ ଅବତାରକୁ ଦର୍ଶାଉଛି ।

Also Read- Ayodhya Ram Mandir: ପ୍ରଭୁ ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା ସମାରୋହ: ଯୋଗଦେଲେ ପୁରୀ ଗଜପତି ମହାରାଜା

Read More
{}{}