Hindi News >>Home >>Odisha Trending

WhatsApp: ଭାରତରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା ହ୍ୱାଟସଆପ

ନୂଆଦିଲ୍ଲୀ: ମେଟା ମାଲିକାନା ମେସେଜିଂ ପ୍ଲାଟଫର୍ମ ହ୍ୱାଟସ୍ ଆପ୍ ଭାରତରେ ପ୍ରମୁଖ ପଦକ୍ଷେପ ନେଇଛି। ଫେବୃଆରୀ ମାସରେ ହ୍ୱାଟସ୍ ଆପ୍ ରେକର୍ଡ ୭୬.୨୮ ଲକ୍ଷ ଆକାଉଣ୍ଟ ଉପରେ ବ୍ୟାନ ଲଗାଇଛି। ଏହାପୂର୍ବରୁ ଗତ ଜାନୁଆରୀ ମାସରେ ହ୍ୱାଟସ୍ ଆପ୍ ପ୍ରାୟ ୬୭.୭୮ ଲକ୍ଷ ଆକାଉଣ୍ଟକୁ ବ୍ୟାନ କରିଥିଲା। ଆମେ ହ୍ୱାଟସ୍ ଆପରେ ଅଶ୍ଳୀଳ କିମ୍ବା ଉତ୍ତେଜନା ସୃଷ୍ଟି କାରୀ ପ

Advertisement
WhatsApp: ଭାରତରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା ହ୍ୱାଟସଆପ
Stop
Zee Odisha Desk|Updated: Apr 02, 2024, 06:33 AM IST

WhatsApp: ନୂଆଦିଲ୍ଲୀ: ମେଟା ମାଲିକାନା ମେସେଜିଂ ପ୍ଲାଟଫର୍ମ ହ୍ୱାଟସ୍ ଆପ୍ ଭାରତରେ ପ୍ରମୁଖ ପଦକ୍ଷେପ ନେଇଛି। ଫେବୃଆରୀ ମାସରେ ହ୍ୱାଟସ୍ ଆପ୍ ରେକର୍ଡ ୭୬.୨୮ ଲକ୍ଷ ଆକାଉଣ୍ଟ ଉପରେ ବ୍ୟାନ ଲଗାଇଛି। ଏହାପୂର୍ବରୁ ଗତ ଜାନୁଆରୀ ମାସରେ ହ୍ୱାଟସ୍ ଆପ୍ ପ୍ରାୟ ୬୭.୭୮ ଲକ୍ଷ ଆକାଉଣ୍ଟକୁ ବ୍ୟାନ କରିଥିଲା। ଆମେ ହ୍ୱାଟସ୍ ଆପରେ ଅଶ୍ଳୀଳ କିମ୍ବା ଉତ୍ତେଜନା ସୃଷ୍ଟି କାରୀ ପ୍ରସଙ୍ଗକୁ ସେୟାର କରିପାରିବୁ ନାହିଁ। ସୂଚନା ଅନୁଯାୟୀ, ହ୍ୱାଟସ୍ ଆପ୍ ସେହି ଆକାଉଣ୍ଟଗୁଡିକୁ ବ୍ୟାନ କରିଛି ଯାହାକି କମ୍ପାନୀର ନୀତି ଏବଂ ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରିଥାଏ। ଏଠାରେ କହି ରଖୁ ଯେ କୌଣସି ଉପଭୋକ୍ତା ଅଶ୍ଳୀଳ, ଘୃଣ୍ୟ, ଅବୈଧ, ବଦନାମ, ଧମକ, ଭୟଭୀତ, ହଇରାଣ କିମ୍ବା ହ୍ୱାଟସ୍ ଆପରେ ଥିବା ଉତ୍ତେଜନାମୂଳକ ପ୍ରସଙ୍ଗ ସେୟାର କରିପାରିବେ ନାହିଁ। ସମୟ ସମୟରେ ହ୍ୱାଟସ୍ ଆପ୍ ଲୋକଙ୍କୁ ଏ ବିଷୟରେ ଅବଗତ କରାଇଥାଏ।

ଭାରତରେ ୫୦ କୋଟିରୁ ଅଧିକ ୟୁଜର
ମିଳିଥିବା ସୂଚନା ଅନୁଯାୟୀ, ଭାରତରେ ୫୦ କୋଟିରୁ ଅଧିକ ଉପଭୋକ୍ତା ମେସେଜିଂ ପ୍ଲାଟଫର୍ମ ହ୍ୱାଟସ୍ ଆପ୍ ବ୍ୟବହାର କରନ୍ତି। କମ୍ପାନୀ ସୋମବାର ଏହାର ବାର୍ଷିକ ରିପୋର୍ଟରେ କହିଛି ଯେ ଗତ ଫେବୃଆରୀରେ ଦେଶରୁ ମୋଟ ୧୬୬୧୮ଟି ଅଭିଯୋଗ ଆସିଛି। ରିପୋର୍ଟ ଅନୁଯାୟୀ, ୨୦୨୧ ଆଇଟି ଆକ୍ଟ ଅନୁଯାୟୀ କମ୍ପାନୀ ଭାରତରେ ୭୬ ଲକ୍ଷରୁ ଅଧିକ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି। ଏଠାରେ କହି ରଖୁ ଯେ ହ୍ୱାଟସ୍ ଆପ୍ କ୍ରମାଗତ ଭାବରେ ଏହିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ।

୧ ଜୁନରୁ ଲାଗୁ ହେବ ଏହି ନୂଆ ନିୟମ
ଏହାପୂର୍ବରୁ ହ୍ୱାଟସ୍ ଆପ୍ ବ୍ୟବସାୟିକ ଆନ୍ତର୍ଜାତୀୟ ମେସେଜର ମୂଲ୍ୟ ୨୦ ଗୁଣ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଆସନ୍ତା ଜୁନ୍ ୧ ତାରିଖରୁ ଲାଗୁ ହେବ। କମ୍ପାନୀ ଅନୁଯାୟୀ ସାଧାରଣ ବ୍ୟବହାରକାରୀମାନେ ପୂର୍ବ ପରି ମାଗଣାରେ ହ୍ୱାଟସ୍ ଆପ୍ ବ୍ୟବହାର ଜାରି ରଖିବେ। ନୂତନ ନିୟମ କେବଳ ବ୍ୟବସାୟ SMS ପାଇଁ ପ୍ରଯୁଜ୍ୟ ହେବ।

{}{}