Hindi News >>Home >>Odisha Trending

Spy Balloon: ଭୟ ବଢାଉଛି ‘ସ୍ପାଏ ବେଲୁନ୍‌’, ଦେଶର ସୁରକ୍ଷାକୁ ନେଇ ଏମିତି କହିଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ

Spy Balloon: ଆମେରିକା ଆକାଶରେ ଭୟ ବଢାଇଥିବା ଚୀନର ସ୍ପାଏ ବେଲୁନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ(British Prime Minister Rishi Sunak ) । ସଂଦିଗ୍ଧ ଚୀନ ‘ସ୍ପାଏ ବେଲୁନ୍‌’(Chinese spy balloon fears) ବିଟ୍ରେନ୍‌କୁ ବି ଟାର୍ଗେଟ କରିଥାଇପାରେ ବୋଲି ଅଶଙ୍କା କରାଯିବା ପରେ ନିଜ ଦେଶକୁ ପୂର୍ଣ୍ଣ ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ଋଷି ସୁନକ। ନିଜ ଦେଶକୁ ସୁରକ୍ଷା ଦେବାକୁ ଯାହା ବି କରିବାକୁ ପଡ଼ିବ ସେ କରିବେ ବୋଲି କହିଛନ୍ତି।

Advertisement
ସୌଜନ୍ୟ- ସୋସିଆଲ ମିଡିଆ
Stop
Zee Odisha Desk|Updated: Feb 14, 2023, 10:15 AM IST

Spy Balloon: ଆମେରିକା ଆକାଶରେ ଭୟ ବଢାଇଥିବା ଚୀନର ସ୍ପାଏ ବେଲୁନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ(British Prime Minister Rishi Sunak ) । ସଂଦିଗ୍ଧ ଚୀନ ‘ସ୍ପାଏ ବେଲୁନ୍‌’(Chinese spy balloon fears) ବିଟ୍ରେନ୍‌କୁ ବି ଟାର୍ଗେଟ କରିଥାଇପାରେ ବୋଲି ଅଶଙ୍କା କରାଯିବା ପରେ ନିଜ ଦେଶକୁ ପୂର୍ଣ୍ଣ ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ଋଷି ସୁନକ। ନିଜ ଦେଶକୁ ସୁରକ୍ଷା ଦେବାକୁ ଯାହା ବି କରିବାକୁ ପଡ଼ିବ ସେ କରିବେ ବୋଲି କହିଛନ୍ତି। ଆମେରିକା ସୈନ୍ୟବାହିନୀ ଆମେରିକା ଆକାଶସୀମାରେ ଉଡୁଥିବା ୪ର୍ଥ ଉଡ଼ନ୍ତା ବସ୍ତୁକୁ ଗୁଳି ମାରି ଖସାଇବାର ଦିନ‌କ ପରେ ଏପରି କହିଛନ୍ତି ସୁନକ।

ଉତ୍ତର ଇଂଲଣ୍ଡରେ ଏକ ହସ୍ପିଟାଲ୍‌ ଗସ୍ତ ସମୟ‌ରେ ସୁନକ କହିଛନ୍ତି ଯେ ବ୍ରିଟେନ୍‌ ଆଟ୍‌ଲାଣ୍ଟିକ୍‌ ନିକଟସ୍ଥ ତାହାର ସମସ୍ତ ସ‌ହଯୋଗୀ ଦେଶ ସହ ଯୋଗାଯୋଗରେ ଅଛି ଏବଂ କୌଣସି ବି ପ୍ରକାରର ସୁରକ୍ଷା ଜବାବ ପାଇଁ ପ୍ରସ୍ତୁତ ରହିଛି। ପଶ୍ଚିମ ଆକାଶରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ବ୍ରିଟେନ୍ ସମୀକ୍ଷା କରୁଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ବେନ୍‌ ୱାଲେସ୍‌ ନିଶ୍ଚିତ କରିବା ପରେ ସୁନକ ଏହି ପ୍ରତିକ୍ରିୟା ରଖିଛନ୍ତି।ସୁନକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି,‘ଲୋକମାନେ ଜାଣିରଖନ୍ତୁ ଯେ ଦେଶକୁ ସୁରକ୍ଷିତ ରଖିବାକୁ ଯାହା କରିବାକୁ ପଡ଼ିବ ଆମେ କରିବୁ। ଆମ ନିକଟରେ କୁଇକ୍‌ ରିଆକ୍ସନ ଆଲର୍ଟ ଫୋର୍ସ ରହିଛି, ଯେଉଁଥିରେ ଟାଇଫୁନ୍ ବିମାନଗୁଡିକ ଆମ ‘ଏୟାର୍‌ସ୍ପେସ୍‌’ ୨୪/୭ (24/7 )ସୁରକ୍ଷା ଯୋଗାଇବେ। ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଯଦିଓ ମୁଁ ମୋର ମତ ରଖପାରିବି ନାହିଁ, ମାତ୍ର ଆମ ସହଯୋଗୀମାନଙ୍କ ସହ ଆମେ ରୀତିମତ ଯୋଗାଯୋଗରେ ଅଛୁ। ଦେଶକୁ ସୁରକ୍ଷା ଦେବାକୁ ଆମେ ପୂରା ପ୍ରସ୍ତୁତ ରହିଛୁ।’

Also Read : US News: ଆଲାସ୍କା ଠାରୁ ୪୦ ହଜାର ଫୁଟ ଉପରେ ଉଡ଼ୁଥିଲା ଅଜ୍ଞାତ ବସ୍ତୁ, ମାରି ତଳକୁ ଖସାଇ ଦେଲା ଆମେରିକୀୟ ବିମାନ

ସୂଚନା ଅନୁସାରେ,ଗତ କିଛି ଦିନ ତଳେ,  ଆମେରିକା ଆକାଶରେ ଦେଖା ଦେଇଥିବା ଏହି ପର୍ଯ୍ୟବେକ୍ଷଣକାରୀ ବେଲୁନ୍‌ଟି ସମଗ୍ର ଉତ୍ତର ଆମେରିକାରେ ଥିବା ଗୁରୁତ୍ୱପୂର୍ଣ୍ଣ ସାମରିକ ସ୍ଥଳୀଗୁଡ଼ିକୁ ପର୍ଯ୍ୟବେକ୍ଷଣ କରୁଥିଲା ବୋଲି ଆମେରିକା କହିଛି। ବାଇଡେନ୍‌ କହିଛନ୍ତି,ବେଲୁନ୍‌ଟିକୁ ବିସ୍ଫୋରକ ମାରି ଖସାଇ ଦେବାଲାଗି ବୁଧବାର ଦିନ ସେ ଆଦେଶ ଜାରି କରିଥିଲେ। କିନ୍ତୁ, ତିନୋଟି ବସ୍‌ର ସମୁଦାୟ ଆକାର ଭଳି ଉକ୍ତ ପ୍ରକାଣ୍ଡ ବେଲୁନ୍‌ଟି ସ୍ଥଳଭାଗ ଉପରେ ଥିବାରୁ ବିସ୍ଫୋରଣ ପରେ ତାହାର ଭଗ୍ନାଂଶଗୁଡ଼ିକ ଜନବସତି ଅଞ୍ଚଳରେ ପଡ଼ି ଅନିଷ୍ଟ କରିବାର ଆଶଙ୍କା ଥିବା ଦର୍ଶାଇ ପେଣ୍ଟାଗନ୍‌ କହିଥିଲା କି, ବେଲୁନ୍‌ଟି ସମୁଦ୍ର ଉପର ଆକାଶକୁ ଗଲେ ଯାହା କିଛି କରାଯିବ। ଏବେ ସେମାନେ ତାହାକୁ ଖସାଇବାରେ ସଫଳ ହୋଇଛନ୍ତି। ବେଲୁନ୍‌ଟିକୁ ଖସାଇଥିବା ବୈମାନିକମାନଙ୍କୁ ମଧ୍ୟ ବାଇଡେନ୍ ଅଭିନନ୍ଦନ ଜଣାଇଥିଲେ।  ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ‌ଯେ, ରବିବାର ଆମେରିକା ସେନା ଦେଶର ଆକାଶସୀମାରେ ଉଡୁଥିବା ୪ର୍ଥ ଉଡ଼ନ୍ତା ବସ୍ତୁକୁ ଗୁଳି ମାରି ଖସାଇବା ପରେ ଏହାର ଧ୍ବଂସାବଶେଷକୁ ଖୋଜିବା ଜାରି ରଖିଛି।

 

 

{}{}