Hindi News >>Home >>Odisha Trending

West Bengal Budget: ଏତେ ରହିଛି ମୁଣ୍ଡ ପିଛା ଋଣ ଭାର, ଆଶ୍ଚର୍ଯ୍ୟଜନକ ତଥ୍ୟ ଉପସ୍ଥାପନ କଲେ ସରକାର; ଆପଣ ମଧ୍ୟ ଜାଣି ନିଅନ୍ତୁ

Odisha Per Capita Debt​: କେନ୍ଦ୍ର ସରକାର ବ୍ୟତୀତ ବିଶ୍ୱ ବ୍ୟାଙ୍କ କିମ୍ବା ଅନ୍ୟ କୌଣସି ଅନୁଷ୍ଠାନରୁ ନିଆଯାଇଥିବା ଋଣ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । କିନ୍ତୁ ସେତେବେଳେ କ'ଣ ହେବ ଯେତେବେଳେ ସରକାର ତରଫରୁ ନିଆଯାଇଥିବା ଋଣରେ ସମସ୍ତେ ବୁଡ଼ି ଯିବେ? ଗତ ବର୍ଷ ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓଡ଼ିଶାର ମୁଣ୍ଡ ପିଛା ଋଣ ଭାର ବିଷୟରେ ମଧ୍ୟ ସୂଚନା ଦେଇଥିଲେ ।

Advertisement
West Bengal Budget: ଏତେ ରହିଛି ମୁଣ୍ଡ ପିଛା ଋଣ ଭାର, ଆଶ୍ଚର୍ଯ୍ୟଜନକ ତଥ୍ୟ ଉପସ୍ଥାପନ କଲେ ସରକାର; ଆପଣ ମଧ୍ୟ ଜାଣି ନିଅନ୍ତୁ
Stop
Zee Odisha Desk|Updated: Feb 17, 2023, 05:18 PM IST

Per Capita Debt: ଭିତ୍ତିଭୂମି ବିକାଶ ସମେତ ସମସ୍ତ କାର୍ଯ୍ୟ ପାଇଁ ପ୍ରତ୍ୟେକ ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କାର ଋଣ ନେଇଥାଆନ୍ତି । ଏଥିରେ କେନ୍ଦ୍ର ସରକାର ବ୍ୟତୀତ ବିଶ୍ୱ ବ୍ୟାଙ୍କ କିମ୍ବା ଅନ୍ୟ କୌଣସି ଅନୁଷ୍ଠାନରୁ ନିଆଯାଇଥିବା ଋଣ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । କିନ୍ତୁ ସେତେବେଳେ କ'ଣ ହେବ ଯେତେବେଳେ ସରକାର ତରଫରୁ ନିଆଯାଇଥିବା ଋଣରେ ସମସ୍ତେ ବୁଡ଼ି ଯିବେ? ଆମେ ପଶ୍ଚିମବଙ୍ଗ ସରକାର (West Bengal Govt) ବିଷୟରେ କହୁଛୁ । ୯ କୋଟି ଜନସଂଖ୍ୟା ବିଶିଷ୍ଟ ପଶ୍ଚିମବଙ୍ଗର ମୋଟ ଋଣ ୫.୮୬ ଲକ୍ଷ କୋଟି ରହିଛି । ଏହି କ୍ଷେତ୍ରରେ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ୬୦,୦୦୦ ଟଙ୍କା ଋଣ ଭାର (Per Capita Debt Of West Bengal) ରହିଛି ।

ସେପଟେ ଗତ ବର୍ଷ ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ ଯେ, "୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ରାଜ୍ୟରେ ମୁଣ୍ଡ ପିଛା ଋଣ (Per Capita Debt Of Odisha) ୨୨ ହଜାର ୪୨ ଟଙ୍କା ରହିଛି । ଏହି ସମୟରେ ମୁଣ୍ଡ ପିଛା ଆୟ ୧ ଲକ୍ଷ ୨୭ ହଜାର ଟଙ୍କା ରହିଛି । ୧୯୯୯ ମସିହା ତଥ୍ୟ ତୁଳନା କରି କହିଛନ୍ତି ୧୯୯୯-୨୦୦୦ ମସିହାରେ ମୁଣ୍ଡ ପିଛା ଋଣ ୪୯୧୮ ଥିବା ବେଳେ ମୁଣ୍ଡ ପିଛା ଆୟ ୧୩ ହଜାରରୁ ୧୨ ହଜାର ଥିଲା । ଏହି ସମୟରେ ମୁଣ୍ଡପିଛା ଋଣ ତୁଳନାରେ ମୁଣ୍ଡ ପିଛା ଆୟ ୨.୬୫ ପ୍ରତିଶତ ଥିବା ବେଳେ ୨୦୨୧-୨୦୨୨ରେ ମୁଣ୍ଡପିଛା ରୁଣ ତୁଳନାରେ ମୁଣ୍ଡ ପିଛା ଆୟ ୫.୮ ପ୍ରତିଶତ ରହିଛି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ନିମ୍ନ ସ୍ଥାନରେ ରହିଛି ।"

ପଶ୍ଚିମବଙ୍ଗ ବିଧାନସଭାରେ ଉପସ୍ଥାପିତ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟରେ ବଜାରରୁ ୭୯,୦୦୦ କୋଟି ଟଙ୍କା ଋଣ ସଂଗ୍ରହ କରିବାକୁ ପ୍ରସ୍ତାବ ରଖାଯାଇଛି । ୨୦୨୨-୨୩ ପାଇଁ ୭୫,୦୦୦ କୋଟି ଟଙ୍କା ସଂଶୋଧିତ ଆକଳନଠାରୁ ଏହା ସାମାନ୍ୟ ଅଧିକ । ୨୦୧୧ରେ ଯେତେବେଳେ ଶାସକ ଦଳ ତୃଣମୂଳ କଂଗ୍ରେସ କ୍ଷମତାକୁ ଆସିଲା ସେତେବେଳେ ରାଜ୍ୟର ୧.୯୭ ଲକ୍ଷ କୋଟି ଟଙ୍କା ଋଣ ଥିଲା । ଅର୍ଥାତ୍ ମମତା ବାନାର୍ଜୀଙ୍କ କାର୍ଯ୍ୟକାଳ ସମୟରେ ସରକାରଙ୍କ ଉପରେ ଋଣ ୪ ଲକ୍ଷ କୋଟିରୁ ଅଧିକ ବୃଦ୍ଧି ପାଇଛି, ଯାହା ଏକ ଆଶ୍ଚର୍ଯ୍ୟଜନକ ଆକଳନ ।

ଅଧିକ ପଢ଼ନ୍ତୁ:-ପୁରୁଣା ପେନସନ ଯୋଜନାକୁ ନେଇ ବଦଳୁଛି ସରକାରଙ୍କ ମୁଡ୍, ବର୍ତ୍ତମାନ ଏହାକୁ ଲାଗୁ କରିବାକୁ କରୁଛନ୍ତି ପ୍ରସ୍ତୁତି!

ଅଧିକ ପଢ଼ନ୍ତୁ:-ଦ୍ୱିତୀୟ ଟେଷ୍ଟରେ ଏହି ମହାରେକର୍ଡରୁ ଇତିହାସ ରଚିବେ ବିରାଟ କୋହଲି, ଦୁନିଆର କୌଣସି ଆକ୍ଟିଭ୍ ବ୍ୟାଟ୍ସମ୍ୟାନ୍ କରିପାରିନାହାଁନ୍ତି ଏପରି

ଅଧିକ ପଢ଼ନ୍ତୁ:-ନା ଚୟନକର୍ତ୍ତା କଲେ ବାହାର, ନା ନେଲେ ଅବସର; ତଥାପି ସୁପରଷ୍ଟାର ଖେଳିବେନି ଦିଲ୍ଲୀ ଟେଷ୍ଟ, ଫ୍ୟାନ୍ସ ନିରାଶ

ଅଧିକ ଋଣ ବୋଝ ଉପରେ ଉଦ୍ବେଗ ପ୍ରକାଶ କରି ଅର୍ଥନୀତିଜ୍ଞ ଅମିତାଭ ରାୟ ଚୌଧୁରୀ କହିଛନ୍ତି ଯେ, ଯଦି ଏହିପରି ଉଚ୍ଚ ଋଣ ସହିତ ସମ୍ପତ୍ତିର ମଧ୍ୟ ସୃଷ୍ଟି ହୁଏ, ତେବେ ଭବିଷ୍ୟତ ପିଢ଼ି ଉପରେ ଋଣ ଭାର ହ୍ରାସ ପାଇବ । ଆପଣଙ୍କୁ କହି ରଖୁଛୁ ଯେ, ଏହି ସମୟରେ କେତେକ ରାଜ୍ୟ ପୁରୁଣା ପେନସନ୍ ଯୋଜନାକୁ ପୁନଃ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି । ବହୁ ରାଜ୍ୟ ସରକାରଙ୍କ ଏହି ଘୋଷଣା ପରେ ଆରବିଆଇ ଓ କେନ୍ଦ୍ର ସରକାର ନିରନ୍ତର ଚେତାବନୀ ଦେଉଛନ୍ତି ।

Read More
{}{}