Hindi News >>Home >>Odisha Trending

Weird Wedding: ଅଜବ ବାହାଘର, ବରକୁ ପିଟନ୍ତି ସେହିପରି କନ୍ୟାକୁ ଛେପ ପକାନ୍ତି !

Weird Wedding:  ଭାରତରେ ବିବାହ ପରେ ବର ଓ କନ୍ଯାକୁ ନେଇ ବିଭିନ୍ନ ପ୍ରକାରର ପରମ୍ପରା ଓ ବିଧି ବିଧାନ କରାଯାଇଥାଏ । ହେଲେ କ'ଣ ଆପଣ ଜାଣିଛନ୍ତି କି, ଅନ୍ୟ ଦେଶରେ ବିବାହ ସମୟରେ ଦେଖିବାକୁ ମିଳିଥାଏ କିଛି ଅଦ୍ଭୁତ ପୂର୍ବ ପରମ୍ପରା ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Feb 05, 2023, 01:28 PM IST

Weird Wedding: ବିଶ୍ୱର ବିଭିନ୍ନ ପ୍ରାନ୍ତରେ ବିବାହ ସମୟର ପରମ୍ପରା ଅଲଗା ରହିଥାଏ। ଏଥି ମଧ୍ୟରୁ ବିବାହ ସମୟରେ କିଛି ସ୍ଥାନରେ ଅଦ୍ଭୁତ ପୂର୍ବ ପରମ୍ପରା ଦେଖିବାକୁ ମିଳିଥାଏ। ଭାରତର କିଛି ସ୍ଥାନରେ ଗଛ କିମ୍ବା କୁକୁର ସହ ବିବାହ କଥା ତ ଆପଣ ଶୁଣିଥିବେ। ତେବେ ଜାଣନ୍ତୁ ଦକ୍ଷିଣ କୋରିଆ, ଜର୍ମାନୀ, କେନିଆ, ସ୍କଟଲ୍ୟାଣ୍ଡ, ମାଲେସିଆ ଓ ଇଣ୍ଡୋନେସିଆ ପରି ଦେଶରେ ମଧ୍ୟ କିଛି ଅଦ୍ଭୁତ ପରମ୍ପରା ଦେଖିବାକୁ ମିଳିଥାଏ ।

ଝିଅ ଉପରେ ଛେପ ପକାଇବା ପ୍ରଥା

ଶୁଣିବାକୁ ବିଚିତ୍ର ଲାଗୁଥିଲେ ମଧ୍ୟ କଥାଟି  ସତ। ଏହିପରି ପ୍ରଥା ଦେଖିବାକୁ ମିଳିଥାଏ କେନିଆ ଦେଶରେ। କେନିଆରେ ମାଶାଇ ସମ୍ପ୍ରଦାୟର ଜନଜାତି ବାସ କରିଥାନ୍ତି। ମାଶାଇ ପରିବାରରେ ବିବାହ ପରେ ବର ଓ କନ୍ୟାଙ୍କୁ ଆଶୀର୍ବାଦ ଦେବାର କାର୍ଯ୍ୟକ୍ରମ ଅତି ବିଚିତ୍ର ମନେ ହୁଏ। ବିବାହ ପରେ ଗୃହ ପ୍ରବେଶ ସମୟରେ ବର ପିତା କନ୍ୟାର ମୁଣ୍ଡ ଓ ସ୍ତନ ଉପରେ ଛେପ ପକାଇ ଉଭୟଙ୍କୁ ଆଶୀର୍ବାଦ କରିଥାଆନ୍ତି। ଏହାକୁ ସେମାନେ ସୌଭାଗ୍ୟର ପ୍ରତୀକ ଭାବରେ ମାନିଥାଆନ୍ତି।

ଶରୀର ମୁହଁରେ କଳା ରଙ୍ଗ ବୋଳିବା ପରମ୍ପରା

ଭାରତରେ ଥିବା କିଛି ଅଦ୍ଭୁତ ପରମ୍ପରା ପରି ସ୍କଟଲ୍ୟାଣ୍ଡରେ ଏହିପରି ଏମିତି ଏକ ବିଚିତ୍ର ପରମ୍ପରା ରହିଛି, ଯେଉଁଠି ବାହାଘର ସମୟରେ ଉଭୟ ବର ଓ କନ୍ୟାଙ୍କ ସାଙ୍ଗ ମାନେ ସେମାନଙ୍କ ଉପରେ କଳା ରଙ୍ଗ ବୋଳିଥାଆନ୍ତି। ନବ ଦମ୍ପତିଙ୍କୁ ତାଙ୍କର ସାଙ୍ଗ ମାନେ କଳା ରଙ୍ଗରେ ଗୋଡରୁ ମୁଣ୍ଡ ପର୍ଯ୍ୟନ୍ତ ବୋଳି ଦେଇ ଥାଆନ୍ତି ଯାହାକି ଦେଖିବା ପାଇଁ ବହୁତ ମଜାଳିଆ ଲାଗିଥାଏ। ପରେ ଏହି ନବ ଦମ୍ପତିଙ୍କୁ ତାଙ୍କ ସାଙ୍ଗ ମାନେ ଶୋଭାଯାତ୍ରାରେ ନେଇ ଥାଆନ୍ତି। କେଉଁ ଆଦିମ କାଳରୁ ଏହି ପରମ୍ପରା ସେଠାରେ ଚାଲି ଆସିଛି। ମନ୍ଦ ଆତ୍ମାକୁ ଦୂରେଇ ରଖିବା ପାଇଁ ବାହାଘର ସମୟରେ ନବ ଦମ୍ପତିଙ୍କୁ କଳା ବୋଳାଯାଏ ବୋଲି ବିଶ୍ୱାସ ରହିଛି।

ମାଟିର ପ୍ଲେଟ ଭାଙ୍ଗିବା ପ୍ରଥା

ଘରର ରୋଷେଇଶାଳା ଓ ଡାଏନିଂ ଟେବୁଲର ସୌନ୍ଦର୍ଯ୍ୟ ବଢାଇବା ପାଇଁ ବିଭିନ୍ନ ରକମର ଚିନା ମାଟି ପ୍ଲେଟ ବା ଶଙ୍ଖର ପ୍ଲେଟ ବ୍ୟବହାର କରିଯାଇଥାଏ । ଅନେକ ମଧ୍ୟ ଏହିପରି ଥାଳିରେ ଖାଇବା ପସନ୍ଦ କରନ୍ତି। ଥରେ ଏହି ପ୍ଲେଟ ହାତରୁ ଖସି ଭାଙ୍ଗିଗଲେ ମନ ବହୁତ କଷ୍ଟ ହୁଏ। କିନ୍ତୁ ଏହିପରି ଏକ ପରମ୍ପରା ରହିଛି ଯେଉଁଠି ବିବାହ ପରେ କନ୍ୟା ଘରକୁ ଆସିଥିବା ଅତିଥି ମାନେ ପ୍ଲେଟ ଭାଙ୍ଗି ନବ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଥାଆନ୍ତି। ଏହା ପରେ ଭଙ୍ଗାଯାଇଥିବା ପ୍ଲେଟ ଗୁଡିକୁ ନବ ଦମ୍ପତି ମିଶି ସଫା କରି ଥାଆନ୍ତି। ଏହାର ଅର୍ଥ ସେମାନେ ସବୁ ସମୟରେ ଏକାଠି ମିଳିମିଶି କାମ କରିବେ ଓ ସମସ୍ତ ବାଧାବିଘ୍ନକୁ ଉଭୟ ମିଶିକି ଦୂର କରିବେ। ଏହି ପରମ୍ପରାକୁ ପୋଲଟେରାବେଣ୍ଡ (Polterabend) କୁହାଯାଇଥାଏ। ବିଶ୍ୱାସ ରହିଛି କି ଏହା ନବ ଦମ୍ପତିଙ୍କ ପାଇଁ ଶୁଭ ଫଳ ଆଣିଦିଏ।

ବିବାହର ତିନି ଦିନ ପର୍ଯ୍ୟନ୍ତ ବାଥରୁମ ମନା

ଜଣେ ବ୍ୟକ୍ତି ବାଥରୁମ ନ ଯାଇ କେତେ ସମୟ ରହି ପାରିବ?  କଥାଟି ସାଧାରଣ ଲାଗୁଥିଲେ ମଧ୍ୟ ଯିଏ ଅଙ୍ଗେ ନିଭେଇଛି, ସେ ହିଁ ଜାଣିଛି ଏହା କେତେ କଷ୍ଟ ଦାୟକ ହୋଇପାରେ। ଏହିପରି ଏକ ଅଦ୍ଭୁତ ପରମ୍ପରା ଦେଖିବାରୁ ମିଳିଥାଏ ଇଣ୍ଡୋନେସିଆ ଓ ମାଲେସିୟା ଦେଶରେ। ଇଣ୍ଡୋନେସିଆର ବର୍ଣ୍ଣେଓ ସହରରେ ରହୁଥିବା ଟିଡୋଙ୍ଗ ସମ୍ପ୍ରଦାୟର ଲୋକେ ବିବାହ ପରେ ୩ ଦିନ ପର୍ଯ୍ୟନ୍ତ ନବ ଦମ୍ପତିଙ୍କୁ ବାଥରୁମ ଯିବାକୁ ଦିଅନ୍ତି ନାହିଁ କି ଘର ବାହାରକୁ ମଧ୍ୟ ଛାଡନ୍ତି ନାହିଁ। କୁହାଯାଏ ଯେ ସେମାନଙ୍କ ଉପରେ ନଜର ରଖିବା ପାଇଁ ଜଣେ ଗାର୍ଡ ମଧ୍ୟ ରଖି ଥାଆନ୍ତି। ତେବେ ଶୁଭ ଫଳ ମିଳିବା ସହ ସନ୍ତାନ ମୃତ୍ୟୁକୁ ରୋକିବା ପାଇଁ ଏହି ପରମ୍ପରା ପାଳନ କରାଯିବା ନେଇ ସେଠାକାର ଲୋକ ମାନଙ୍କ ମଧ୍ୟରେ ବିଶ୍ୱାସ ରହିଛି।

ବରର ପାଦକୁ ପିଟିବା ପରମ୍ପରା

ଆମର ଓଡିଆ ରୀତିନୀତି ଅନୁଯାୟୀ ଶଳା ବିଧାର ପରମ୍ପରା ରହିଛି। ଯେଉଁଥିରେ ବାହାଘର ସମୟରେ କନ୍ୟାର ଭାଇ ବରକୁ ବେଦୀ ଉପରେ ବିଧା ମାରିଥାଏ। କିନ୍ତୁ ଦକ୍ଷିଣ କୋରିଆରେ ବାହାଘର ପରେ ନିଜ ସ୍ତ୍ରୀକୁ ଘରକୁ ନେବା ପାଇଁ ବରକୁ ଛେଚା ଖାଇବାକୁ ପଡି଼ଥାଏ। ବରର ପରିବାର କିମ୍ବା ବନ୍ଧୁ ସେ ପିନ୍ଧିଥିବା ଚପଲ ଖୋଲି ୨ ଗୋଡ଼କୁ ବାନ୍ଧି ଦେଇଥାଆନ୍ତି। ପରେ ପାଦରେ ପିଟିବା ପରି ବରରକୁ ଶୁଆଇ ବାଡି଼ରେ ମାଡ଼ ମରାଯାଇଥାଏ । ପିଟିବା ସମୟରେ ବରକୁ ନିରନ୍ତର ପ୍ରଶ୍ନ ପଚାରାଯାଏ। ସାଧାରଣତଃ ବରର ପୁରୁଷତ୍ୱ ଓ ତାର ଚରିତ୍ର ଜାଣିବା ପାଇଁ ଏହି ପରମ୍ପରା ରହିଛି।

Read More
{}{}