Hindi News >>Home >>Odisha Trending

Employment News: ଆଗାମୀ ୫ ବର୍ଷରେ ଭାରତୀୟ ରୋଜଗାର ବଜାରରେ ଉତଥାନ-ପତ୍ତନ ହେବ କମ, ପଢନ୍ତୁ ପୁରା ରିପୋର୍ଟ

WEF Report: ଆଜିର ବିଜ୍ଞାନ ଯୁଗରେ ଦିନକୁ ଦିନକୁ ଦିନ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ବିକଶିତ ହେଉଥିବା ବେଳେ, କେତେକ କ୍ଷେତ୍ରରେ ରୋଜଗାର ସମ୍ଭାବନା ବଢୁଥିବା ବେଳେ ଆଉ କେତେକ କ୍ଷେତ୍ରରେ ହ୍ରାସ ପାଉଛି। 

Advertisement
Employment News: ଆଗାମୀ ୫ ବର୍ଷରେ ଭାରତୀୟ ରୋଜଗାର ବଜାରରେ ଉତଥାନ-ପତ୍ତନ ହେବ କମ, ପଢନ୍ତୁ ପୁରା ରିପୋର୍ଟ
Stop
Zee Odisha Desk|Updated: May 01, 2023, 07:32 PM IST

Indian Job Market: ବିଶ୍ୱ ଅର୍ଥନୈତିକ ଫୋରମ ପକ୍ଷରୁ ପ୍ରକାଶିତ ହୋଇଛି ଏକ ରିପୋର୍ଟ। ଯେଉଁଥିରେ ଦର୍ଶାଯାଇଛି ଆସନ୍ତା ୫ ବର୍ଷ ମଧ୍ୟରେ ବିଶ୍ୱ ରୋଜଗାର ବଜାରକୁ ସଙ୍କଟର ବାଦଲ ଘେରି ହୋଇ ରହିବ। ହେଲେ  ତଥାପି ଏହା ସତ୍ତ୍ୱେ ଭାରତୀୟ ରୋଜଗାର ବଜାର ପାଇଁ ଆସିଛି ଏକ ଆଶ୍ୱସ୍ତି ପ୍ରଦାନ କରିବା ଭଳି ଖବର। ବିଶ୍ୱ ରୋଜଗାର ବଜାର ତୁଳନାରେ, ଭାରତୀୟ ରୋଜଗାର ବଜାରରେ ଆସନ୍ତା ୫ ବର୍ଷ ମଧ୍ୟରେ ହାରାହାରି ଅସ୍ଥିରତା କମ୍ ଦେଖାଯିବ। 

ନିକଟରେ ବିଶ୍ୱ ଅର୍ଥନୈତିକ ଫୋରମ (World Economic Forum) "ଫ୍ୟୁଚର ଅଫ୍ ଜବ୍ସ" (Future of Jobs) ନାମରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି। ଯେଉଁଥିରେ ଦର୍ଶାଯାଇଛି ଯେ ଆସନ୍ତା ୫ ବର୍ଷ ମଧ୍ୟରେ ଭାରତୀୟ ରୋଜଗାର ବଜାରରେ (Indian Job Market) ୨୨ ପ୍ରତିଶତ ପରିବର୍ତ୍ତନ ଦେଖାଯିବ। ହେଲେ ଅନ୍ୟପଟେ ବିଶ୍ୱ ରୋଜଗାର ବଜାରରେ ୨୩ ପ୍ରତିଶତ ପରିବର୍ତ୍ତନ ଦୃଶ୍ୟମାନ ହୋଇପାରେ। ରୋଜଗାର କ୍ଷେତ୍ରରେ (Chaos in Employment Sector) ବିଶ୍ୱ ବଜାର ତୁଳନାରେ ଭାରତୀୟ ବଜାରରେ କମ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଆନ୍ତର୍ଜାତୀୟ ଆଡଭୋକେସୀ ଗ୍ରୁପ୍ ପକ୍ଷରୁ ଏହି ରିପୋର୍ଟ (International Advocacy Group Report) ୨୭ ଇଣ୍ଡଷ୍ଟ୍ରି ଗ୍ରୁପ୍ ଏବଂ ବିଶ୍ୱର ୪୫ ଅର୍ଥନୈତିକ କ୍ଷେତ୍ରର ୮୦୦ ସଂସ୍ଥା ପକ୍ଷରୁ ହୋଇଥିବା ସର୍ଭେ ଆଧାରରେ ପ୍ରସ୍ତୁତ କରାଯାଇଛି।

ଆସନ୍ତା ୨୦୨୭ ବର୍ଷ ପର୍ଯ୍ୟନ୍ତ ସୃଷ୍ଟି ହେବ ୬.୯୦ କୋଟି ନୂତନ ନିଯୁକ୍ତି
ବିଶ୍ୱ ଅର୍ଥନୈତିକ ଫୋରମ ରିପୋର୍ଟ ଅନୁଯାୟୀ ଆସନ୍ତା ୨୦୨୭ ବର୍ଷ ପର୍ଯ୍ୟନ୍ତ ୬୯ ନିୟୁତ ଅର୍ଥାତ୍ ୬.୯୦ କୋଟି ନୂତନ ନିଯୁକ୍ତି ସୃଷ୍ଟି ହେବାକୁ ଯାଉଥିବା ବେଳେ, ୮୩ ନିୟୁତ ଅର୍ଥାତ ୮.୩୦ କୋଟି ଚାକିରି ସମାପ୍ତ ହୋଇଯିବା ନେଇ ଆଶା କରାଯାଉଛି। ଯଦି ଏହି ଉପାୟରେ ଦେଖାଯାଏ ତାହେଲେ ପ୍ରାୟ ୧୪ ନିୟୁତ ଅର୍ଥାତ ୧.୪୦ କୋଟି ଚାକିରି କଟିଯିବ। ଯାହା ଉପଲବ୍ଧ ହେଉଥିବା ରୋଜଗାରର ପ୍ରାୟ ୨ ପ୍ରତିଶତ ସହିତ ସମାନ।

ଏହିସବୁ କାରଣରୁ ରୋଜଗାର ବଜାରରେ ଦେଖାଯିବ ଉତଥାନ-ପତ୍ତନ
ଏହା ସହିତ ଏହି ରିପୋର୍ଟ ମାଧ୍ୟମରେ ଆହୁରି ମଧ୍ୟ କୁହାଯାଇଛି ଯେ, ଯେଉଁ କାରଣରୁ ଚାକିରି ରୋଜଗାର ବଜାରରେ ଉତଥାନ-ପତ୍ତନ ଜାରି ରହିବ, ତାହେଲେ ମଧ୍ୟ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ମେସିନ୍ ଲର୍ନିଂ ଏବଂ ଡାଟା ସେଗମେଣ୍ଟ ଭଳି କ୍ଷେତ୍ରରେ ସର୍ବାଧିକ ଅବଦାନ ରହିବ। କେତେକ କ୍ଷେତ୍ରରେ ଚାକିରି ବୃଦ୍ଧି ପାଇବାର ରହିଥିବା ବେଳେ, ଅନ୍ୟ କେତେକ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ହ୍ରାସ ପାଇବ।

ଏହି କ୍ଷେତ୍ରରେ ବଢିବ ଚାକିରି ସୁଯୋଗ
ଆସନ୍ତା ୨୦୨୭ ବର୍ଷ ପର୍ଯ୍ୟନ୍ତ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ ମେସିନ୍ ଲର୍ନିଂ କ୍ଷେତ୍ରରେ ୩୮ ପ୍ରତିଶତ, ଡାଟା ଆନାଲିଷ୍ଟ ଏବଂ ବୈଜ୍ଞାନିକ କ୍ଷେତ୍ରରେ ୩୩ ପ୍ରତିଶତ ଏବଂ ଡାଟା ଏଣ୍ଟ୍ରି କ୍ଲର୍କ କ୍ଷେତ୍ରରେ ୩୨ ପ୍ରତିଶତ ରୋଜଗାର ୨୦୨୭ ସୁଦ୍ଧା ବିଶ୍ୱ ଚାକିରୀ ବଜାରରେ ନିଯୁକ୍ତି ସୃଷ୍ଟି କରିବେ ବୋଲି ଆଶା କରାଯାଉଛି।

ଏହି କ୍ଷେତ୍ରରେ ଚାକିରି ଉପରେ ରହିଛି ସଙ୍କଟ 
ଅପରପକ୍ଷରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଅର୍ଥାତ୍ କୁତ୍ରିମ ବୁଦ୍ଧିମତା କାରଣରୁ କେତେକ କ୍ଷେତ୍ରରେ ରୋଜଗାର ସୁଯୋଗ ବଢିବାକୁ ଯାଉଥିବା ବେଳେ, ଆଉ କେତେକ କ୍ଷେତ୍ରରେ କମ୍ ଚାକିରି ସୃଷ୍ଟି ହେବ। ଯେଉଁ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ହ୍ରାସ ପାଇବ ତାହା ହେଉଛି ଆକାଉଣ୍ଟାଣ୍ଟ ଏବଂ ଅଡିଟର ୫ ପ୍ରତିଶତ, ଅପରେସନ୍ ମ୍ୟାନେଜର ୧୪ ପ୍ରତିଶତ ଏବଂ କାରଖାନା କର୍ମଚାରୀ ୧୮ ପ୍ରତିଶତ। ଏହି କ୍ଷେତ୍ରରେ ସର୍ବାଧିକ ପରିମାଣରେ ଚାକିରି ହ୍ରାସ ପାଇବ ବୋଲି ଆଶା କରାଯାଉଛି।

 

Read More
{}{}