Hindi News >>Home >>Odisha Trending

Weather Update: କାଳବୈଶାଖୀ ପ୍ରଭାବରେ ଭିଜୁଛି ରାଜ୍ୟ! ୧୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

Weather Update: କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଶୁକ୍ରାବାର ଦିନରୁ ବଦଳିଛି ପାଗ । ଅସହ୍ୟ ଗରମରୁ ମୁକ୍ତି ପାଇଛନ୍ତି ରାଜ୍ୟବାସୀ । ଗଲା କିଛି ଦିନ ହେବ ରାଜ୍ୟରେ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ଯୋଗୁଁ କଲବଲ ହେଉଥିଲେ ଲୋକେ । 

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Apr 23, 2023, 10:03 AM IST

Weather Update: ଅସହ୍ୟ ତାତରୁ ଆଶ୍ବସ୍ତି ଦେଇଛି କାଳବୈଶାଖୀ । ଏହା ପ୍ରଭାବରେ ରାଜ୍ୟରେ ଶୁକ୍ରାବାର ଦିନରୁ ବଦଳିଛି ପାଗ । ଅସହ୍ୟ ଗରମରୁ ମୁକ୍ତି ପାଇଛନ୍ତି ରାଜ୍ୟବାସୀ । ଗଲା କିଛି ଦିନ ହେବ ରାଜ୍ୟରେ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ଯୋଗୁଁ କଲବଲ ହେଉଥିଲେ ଲୋକେ । ଅସହ୍ୟ ତାତି (Heat Wave) ସହ ପ୍ରବଳ ଖରାରେ ପଦାକୁ ଗୋଡ଼ କାଢିବା ମୁସ୍କିଲ ହୋଇପଡ଼ିଥିଲା । ସ୍ଥିତି ଏମିତି ହୋଇଥିଲା ଯେ, ଦିନ ୧୦ଟା ବେଳକୁ ଖାଁ ଖାଁ ହୋଇଯାଉଥିଲା ରାସ୍ତାଘାଟ । ତାପମାତ୍ରାରେ ଅହେତୁକ ବୃଦ୍ଧି ହେତୁ କଲବଲ ହେଉଥିଲେ ଲୋକେ । ତେବେ ଶୁକ୍ରବାର ଦିନଠାରୁ ପାଗରେ ପରିବର୍ତ୍ତନ ଆସିଥିଲା, ଥଣ୍ତା ପବନ ସହ କିଛି ସ୍ଥାନରେ ହାଲୁକା ବର୍ଷା ମଧ୍ଯ ହୋଇଥିଲା । ଫଳରେ ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ତାପମାତ୍ରା ୪୦ ଡ଼ିଗ୍ରୀ ତଳେ ରହିଛି । ତେବେ ଆଗାମୀ ୩ରୁ ୪ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ (Bhubaneswar Metrology Department) ପକ୍ଷରୁ ଆକଳନ କରାଯାଇଛି ।

କାଳବୈଶାଖୀ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଛି। ରବିବାର ଦିନ ୧୮ଟି ଜିଲ୍ଲା ବିଶେଷ କରି ଖୋର୍ଦ୍ଧା, ପୁରୀ, କଟକ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ନୟାଗଡ଼, ଗଞ୍ଜାମ, ଗଜପତି, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ, କଳାହାଣ୍ତି, ମାଲକାନଗିରି, କୋରାପୁଟ, ରାୟଗଡ଼ାରେ ଘଡ଼ଘଡ଼ି ସହ ଝଡ଼ବର୍ଷା ନେଇ ଅରେଞ୍ଜ ଆଲର୍ଟ (Orange Alert) ଜାରି କରାଯାଇଛି । ସେହିପରି ୮ଟି ଜିଲ୍ଲା ଯଥା, ଢେଙ୍କାନାଳ, କଳାହାଣ୍ତି, ରାୟଗଡ଼ା, ବୌଦ୍ଧ, କଟକ, ଯାଜପୁର, କୋରାପୁଟ ଓ କନ୍ଧମାଳର କିଛି ସ୍ଥାନରେ କୁଆପଥର ବର୍ଷା (Hail rain) ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ (Orange Alert) ଜାରି କରାଯାଇଛି ।ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିବ।

 

ପ୍ରକାଶଥାଉ କି, ଶନିବାର ଦିନ ରାଜ୍ୟର ଅଧିଂକାଶ ସ୍ଥାନରେ ତାପମାତ୍ରା କମ୍ ରହିଥିବା ବେଳେ କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହୋଇଥିଲା । ଖାସ୍ କରି ବରଗଡ଼ ଜିଲ୍ଲାର ଅତାବିରା, ଲସ୍ତଲା, ଗୋଡ଼ଭଗା ଆଦି ସ୍ଥାନରେ ପ୍ରବଳ କୁଆପଥର ବର୍ଷା (Hail rain) ହୋଇଥିବା ଦେଖି୍ବାକୁ ମିଳିଥିଲା । ସେପଟେ ଭଦ୍ରକ ଜିଲ୍ଲା କୁବେର ପଞ୍ଚାୟତ କସଟି ଗାଁରେ ବଜ୍ରପାତ ଯୋଗୁଁ ୩ଟି ପରିବାରର ପ୍ରାୟ ୬ ବଖରା ଘର ଜଳି ଯାଇଥିବା ସୂଚନା ମିଳିଛି । ଏପିରିକି ଏଥିରେ ଘରର କିଛି ଜିନିଷପତ୍ର ମଧ୍ଯ ନଷ୍ଟ ହୋଇଛି । ତେବେ ଆଜି ମଧ୍ଯ ବଜ୍ରପାତର (Thunderstorm) ଆଶଙ୍କା ଥିବାରୁ ସତର୍କ ରହିବା ତଥା ବିଜୁଳି ଓ ଘଡ଼ଘଡ଼ି ସମୟରେ ସୁରକ୍ଷିତ ସ୍ଥାନରେ ରହିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଆଜି ଓ ଆସନ୍ତାକାଲି କାଳବୈଶାଖୀ ଜନିତ ବର୍ଷାର ପରିମାଣ ବଢିପାରେ ଏହା ଫଳରେ ରାଜ୍ୟର ତାପମାତ୍ରା ୨ରୁ ୩ ଡ଼ିଗ୍ରୀ ପର୍ଯ୍ୟନ୍ତ କମ୍ ରହିବ ।

ପ୍ରକାଶ ଥାଉ କି, ପ୍ରକାଶ ଥାଉ କି, ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଏପ୍ରିଲ ୧୯ ତାରିଖରେ ରାଜ୍ୟ ସରକାର ଖରା ଛୁଟି ( School Closed) ଘୋଷଣା କରିଥିଲେ। ଏବେ ରାଜ୍ୟର ସମସ୍ତ ସରକାର ଓ ବେସରକାରୀ ସ୍କୁଲ ବନ୍ଦ ରହିଛି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍‌ ଛୁଟି ଘୋଷଣା ହୋଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ( Odisha government) ଆଗୁଆ ଛୁଟି ଘୋଷଣା କରିଛନ୍ତି। ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ଣ ପ୍ରବାହ ସହ ଏକାଧିକ ସହରରେ ତାପମାତ୍ରା ୪୦ ଡିଗ୍ରୀକୁ ପାର୍‌ କରିଛିା  ତେଣୁ ପୂର୍ବରୁ ସାଧାରଣତଃ ମେ’ ମାସରେ ହେଉଥିବା ଖରା ଛୁଟିକୁ ଏଥର ଆଗୁଆ ଛୁଟି ଘୋଷଣା କରାଯାଇଛି।

 

 

 

 

 

 

 

 

Read More
{}{}