Hindi News >>Home >>Odisha Trending

Weather Update Today: ଜାରି ରହିଛି ଶୀତ ଲହରୀ; କେବେ ମିଳିବ ଥଣ୍ଡାରୁ ଆଶ୍ୱସ୍ତି?

Weather Alert Today: ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ହାଡ଼ ଭଙ୍ଗା ଶୀତ ସହ ଘନ କୁହୁଡ଼ିରୁ ଏବେ ମୁକ୍ତି ମିଳିବାର ସମ୍ଭାବନା ନାହିଁ।

Advertisement
Weather Update Today: ଜାରି ରହିଛି ଶୀତ ଲହରୀ; କେବେ ମିଳିବ ଥଣ୍ଡାରୁ ଆଶ୍ୱସ୍ତି?
Stop
Zee Odisha Desk|Updated: Jan 22, 2024, 09:23 PM IST

Weather Forecast Today: ଉତ୍ତର ଭାରତରେ ଜାରି ରହିଛି ଶୀତ ଲହରୀ। ଯାହାର ଫଳ ସ୍ୱରୂପ ପ୍ରବଳ ଥଣ୍ଡା ଅନୁଭୂବ ହେବା ସହ ଘନ କୁହୁଡ଼ି ହେଉଛି। ଜାନୁଆରୀ ୨୧ ତାରିଖ ରବିବାର ସକାଳେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଅନେକ ଅଞ୍ଚଳରେ କୁହୁଡି ହୋଇଥିବାର ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଲୋକେ ବେଶ ଚିନ୍ତିତ ହୋଇଉଠିଛନ୍ତି। ବେଶ କିଛି ଦିନ ଧରି ଜାରି ରହିଥିବା ଶୀତ ଲହରୀରୁ କେବେ ମିଳିବ ମୁକ୍ତି ସେ ବିଷୟରେ ଚିନ୍ତା କରୁଛନ୍ତି। ଆପଣଙ୍କୁ କହିରଖୁଛୁ ଯେ ଏବେ ଶୀତ ଲହରୀ ହ୍ରାସ ପାଇବା ଭଳି କୌଣସି ସମ୍ଭାବନା ନାହିଁ। 

ରବିବାର ସକାଳେ ଅନେକ ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ରାଜଧାନୀ ଦିଲ୍ଲୀର ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୧୮ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ପ୍ରାୟ ୭ ଡିଗ୍ରୀ ରହିବା ନେଇ ପୂର୍ବାନୁମାନ କରାଯାଇଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଏବଂ ଏହା ସଂଲଗ୍ନ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆଗାମୀ ୨ ଦିନ ପାଇଁ ସମଗ୍ର ଉତ୍ତର ଭାରତରେ ଘନ କୁହୁଡି ସହ ପ୍ରବଳ ଥଣ୍ଡା ଅନୁଭୂତ ହେବାର ସମ୍ଭାବନା ରହିଛି।

ହାଡ଼ ଭଙ୍ଗା ଶୀତରୁ କେବେ ମିଳିବ ମୁକ୍ତି?
ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ପ୍ରଦେଶ, ଉତ୍ତର ମଧ୍ୟ ପ୍ରଦେଶ, ବିହାର ଏବଂ ରାଜସ୍ଥାନର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୭ ଡିଗ୍ରୀ ଠାରୁ ୧୦ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଛି। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ପଞ୍ଜାବ, ଚଣ୍ଡିଗଡ଼, ହରିୟାଣା, ଦିଲ୍ଲୀ, ପଶ୍ଚିମ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନର ତାପମାତ୍ରା ସ୍ୱାଭାବିକ ଠାରୁ ୧-୩ ଡିଗ୍ରୀ ସେଲସିୟସ ହ୍ରାସ ପାଇଛି।

Also Read: Weather Update Today: ଆହୁରି କେତେ ଦିନ ପର୍ଯ୍ୟନ୍ତ ଜାରି ରହିବ ଶୀତ ଲହରୀ? ପୂର୍ବାନୁମାନ କରି ଜଣାଇଦେଲା ଆଇଏମଡି

କେଉଁଠି ଛାଇ ଯିବ କୁହୁଡ଼ି?
ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ଜାନୁଆରୀ ୨୩ ତାରିଖ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ କୁହୁଡି ପ୍ରଭାବରୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିବ ନାହିଁ। ପଶ୍ଚିମ ଉତ୍ତର ପ୍ରଦେଶର କେତେକ ଅଞ୍ଚଳରେ ସକାଳ ସହ ରାତି ସମୟରେ ଘନ କୁହୁଡି ଛାଇ ରହିବ। ରବିବାର ଉତ୍ତର ପ୍ରଦେଶ ଏବଂ ଉତ୍ତର ରାଜସ୍ଥାନର ଅନେକ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ହରିୟାଣା, ପଞ୍ଜାବ ଏବଂ ଚଣ୍ଡିଗଡ଼ ଠାରେ ଘନ କୁହୁଡି  ହୋଇପାରେ।

ଆଗାମୀ ୨୪ ଘଣ୍ଟା ମଧ୍ୟରେ କିପରି ରହିବ ପାଣିପାଗ ସ୍ଥିତି?
ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ରିପୋର୍ଟ ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ ଏବଂ ଉତ୍ତରଖଣ୍ଡ ଆଦି ରାଜ୍ୟର କେତେକ ଅଞ୍ଚଳରେ ସକାଳ ସହ ରାତି ସମୟରେ ଘନ କୁହୁଡ଼ି ପରିସ୍ଥିତି ଉପୁଜିପାରେ। ଏହା ସହିତ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଉତ୍ତର ରାଜସ୍ଥାନ, ଉତ୍ତର ମଧ୍ୟ ପ୍ରଦେଶ ଏବଂ ଉତ୍ତର ପ୍ରଦେଶର କେତେକ ଅଞ୍ଚଳରେ ଶୀତ ଲହରୀ ଆହୁରି ବଢିପାରେ।

 

Read More
{}{}