Hindi News >>Home >>Odisha Trending

Asia Cup 2023: ତେଜୁଛି ଏସିଆ କପ ବିବାଦ: ଜୟ ଶାହାଙ୍କ ଉପରେ ବର୍ଷିଲେ ଓ୍ୱାସିମ ଆକ୍ରମ

ନିକଟରେ ଆନ୍ତର୍ଜାତୀୟ କ୍ରିକେଟ୍ ପାକିସ୍ତାନକୁ ଫେରିଛି। ଅନେକ ଦଳ ଏହି ଦେଶ ଯାତ୍ରା ଟୁର୍ଣ୍ଣାମେଣ୍ଟ ଖେଳିସାରିଛନ୍ତି।

Advertisement
Asia Cup 2023: ତେଜୁଛି ଏସିଆ କପ ବିବାଦ: ଜୟ ଶାହାଙ୍କ ଉପରେ ବର୍ଷିଲେ ଓ୍ୱାସିମ ଆକ୍ରମ
Stop
Prabhudatta Moharana|Updated: Oct 21, 2022, 02:41 PM IST

Asia Cup 2023: ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଏସିଆ କପକୁ (Asia Cup 2023) ନେଇ ବିବାଦ ତେଜିବାରେ ଲାଗିଛି। ଜୟ ଶାହଙ୍କ (Jay Shah) ଖେଳିବା ପାଇଁ ଭାରତ (India) ପାକିସ୍ତାନ (Pakistan) ନଯିବା ବୟାନ ଏହି ବିବାଦରେ ଘିଅ ଢାଳିଛି। ପ୍ରତିଦିନ ଏହାକୁ ନେଇ ଉଭୟ ପାକିସ୍ତାନ (Pakistan) ଓ ଭାରତର (India) କ୍ରୀଡ଼ ପ୍ରଶଂସକ ତଥା ପ୍ରଶାସକ ପରସ୍ପରକୁ ସମାଲୋଚନା କରୁଛନ୍ତି। ଏଭଳି ପରିସ୍ଥିତିରେ ଏକ ନିରପେକ୍ଷ ସ୍ଥାନରେ (Neutral Venue) ଏହି ଟୁର୍ଣ୍ଣାମେଣ୍ଟ (Asia Cup Tournament) ଆୟୋଜନ କରିବାକୁ ଦାବି ଜୋର ଧରିଛି। ଜୟ ଶାହାଙ୍କ (Jay Shah) ବିବୃତ୍ତି ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ସମେତ ତାଙ୍କ ପୂର୍ବତନ କ୍ରିକେଟର ଓ୍ୱାସିମ ଆକ୍ରମ କ୍ଷୋଭ ପ୍ରକାଶ କରିଛନ୍ତି। ତେବେ ଏହି ବୟାନ ପାଇଁ ବିସିସିଆଇ ସଚିବ ତଥା ଏସିଆ କ୍ରିକେଟ କାଉନସିଲର ଅଧ୍ୟକ୍ଷ ଜୟ ଶାହଙ୍କୁ ପାକିସ୍ତାନର ପୂର୍ବତନ କ୍ରିକେଟର ଓ୍ୱାସିମ ଆକ୍ରମ କଡ଼ା ଭାଷାରେ ସମାଲୋଚାନ କରିଛନ୍ତି। 

ସେପଟେ ନିକଟରେ ଆନ୍ତର୍ଜାତୀୟ କ୍ରିକେଟ୍ ପାକିସ୍ତାନକୁ ଫେରିଛି। ଅନେକ ଦଳ ଏହି ଦେଶ ଯାତ୍ରା ଟୁର୍ଣ୍ଣାମେଣ୍ଟ ଖେଳିସାରିଛନ୍ତି। ଜୟ ଶାହାଙ୍କ ଏହି ବିବୃତ୍ତି ପରେ ପାକିସ୍ତାନର ପୂର୍ବତନ କ୍ରିକେଟର କ୍ରୋଧରେ ନଜର ଆସିଛନ୍ତି। ଅନେକ ଅଭିଜ୍ଞ ଖେଳାଳି ଭାରତକୁ ବହିଷ୍କାର କରିବାକୁ ମଧ୍ୟ ଦାବି କରିଛନ୍ତି। ଆଉ କେହି କେହି ଆସନ୍ତା ବର୍ଷ ହେବାକୁ ଥିବା ବିଶ୍ୱକପ ଖେଳିବାକୁ ଦଳ ପାକିସ୍ତାନ ନ ଯିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। 

ଏହାରି ମଧ୍ୟରେ ପାକିସ୍ତାନର ପେସର ଓ୍ୱାସିମ ଆକ୍ରମଙ୍କ ବୟାନ ସାମ୍ନାକୁ ଆସିଛି। ଆକ୍ରମ କହିଛନ୍ତି କି ଜୟ ଶାହ ଏପରି ବୟାନ ଦେବା ପୂର୍ବରୁ ପାକିସ୍ତାନ ବୋର୍ଡର ଚେୟାରମ୍ୟାନଙ୍କ ସହିତ ଆଲୋଚନା କରିବାର ଥିଲା। ଏହି ସମସ୍ୟାର ସମାଧାନ ଏକ ବୈଠକ ଦ୍ୱାରା କରାଯାଇ ପାରିଥାନ୍ତା। 

ଓ୍ୱାସିମ ଆକ୍ରମ ଆହୁରି ମଧ୍ୟ କହିଥିଲେ କି କ୍ରିକେଟ ବୋର୍ଡ ଏକ ଜବରଦସ୍ତ ବୟାନ ଦେଇଛି। କିନ୍ତୁ ପାକିସ୍ତାନକୁ ଜ୍ଞାନ ଦେଇ ପାରିବ ନାହିଁ ଭାରତ।ପାକିସ୍ତାନ କେଉଁଭଳି ଢଙ୍ଗରେ କ୍ରିକେଟ ଖେଳିବ ସେନେଇ ଭାରତ ପରାମର୍ଶ ଦେଇ ପାରିବ ନାହିଁ। ମୁଁ ପାକିସ୍ତାନ ପାଇଁ ମଧ୍ୟ କ୍ରିକେଟ ଖେଳି ସାରିଛି। ୧୦ ରୁ ୧୫ ବର୍ଷ ଧରି ଦେଶ ପାଇଁ ଖେଳିଛି। ମୁଁ ଜଣେ ସ୍ପୋର୍ଟ ପର୍ସନ। ମୁଁ ଜାଣିନି ଯେ ରାଜନୈତିକ ସ୍ତରରେ କଣ ସବୁ ଆଲୋଚନା ହେଉଛି। କିନ୍ତୁ ଲୋକମାନଙ୍କ ମଧ୍ୟରେ କଣ ସବୁ ଆଲୋଚନା ହେଉଛି।

ତେବେ ଆପଣଙ୍କୁ ଜୟ ଶାହ କହି ରଖିବାକୁ ଚାହେଁ ଯେ ଆପଣ ଅତି କମରେ ଆମ ଚେୟାରମ୍ୟାନଙ୍କ ସହିତ ଆଲୋଚନା କରିବାର ଥିଲା। ଏସିଆ କ୍ରୀଡ଼ା ପରିଷଦର ବୈଠକ ଡକାଇବାର ଥିଲା। ଏହି ବୈଠକ ମାଧ୍ୟମରେ ଆଲୋଚନା କରି ଏହାର ସମାଧାନ କରିବାର ଥିଲା। ମାତ୍ର ଆପ ଏଭଳି ଏକତରଫା ନିଷ୍ପତି ନିଶ୍ଚିତ ଭାବେ ନିନ୍ଦନୀୟ ବୋଲି ଆକ୍ରାମ କହିଥିଲେ।

ଅଧିକ ପଢନ୍ତୁ: ଦିଗ ବଦଳାଇବ ସିତ୍ରାଙ୍ଗ, ଓଡ଼ିଶା ନୁହେଁ ଏହି ରାଜ୍ୟରେ ଛୁଇଁପାରେ ସ୍ଥଳଭାଗ

Read More
{}{}