Hindi News >>Home >>Odisha Trending

Russia Ukraine War: ଆତ୍ମସମର୍ପଣ କରିବେ ଜେଲେନସ୍କି, ବାଇଡେନଙ୍କଠୁ ମିଳିସାରିଛି ମଞ୍ଜୁରୀ!

Russia Ukraine War:  ଗତ କିଛି ମାସ ହେବ କ୍ରେମଲିନ୍ ସମର୍ଥିତ ଖବରକାଗଜ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିଷୟରେ ଭବିଷ୍ୟବାଣୀ କରୁଥିବା ଲୋକଙ୍କ ସହ ବାରମ୍ବାର କଥାବାର୍ତ୍ତା ହୋଇଛି । ଯୁଦ୍ଧକୁ ନେଇ ଗାସାନୋଭାଙ୍କ ଭବିଷ୍ୟବାଣୀ 'ୟୁକ୍ରେନ ବିରୁଦ୍ଧରେ' ରହିଛି ।

Advertisement
Russia Ukraine War: ଆତ୍ମସମର୍ପଣ କରିବେ ଜେଲେନସ୍କି, ବାଇଡେନଙ୍କଠୁ ମିଳିସାରିଛି ମଞ୍ଜୁରୀ!
Stop
Zee Odisha Desk|Updated: Feb 06, 2023, 10:50 AM IST

Russia Ukraine War: ଋଷ-ୟୁକ୍ରେନ ଯୁଦ୍ଧ ଏକ ବର୍ଷ ପୂରଣ ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଏହି ସମୟରେ ଋଷର 'ସାଇକିକ୍' (Psychic) ଯୁଦ୍ଧର ସମାପ୍ତି ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କରିଛି । ନିଜକୁ ଭବିଷ୍ୟବକ୍ତା, ବାୟୋଏନେରଗୋଥେରାପିଷ୍ଟ ଏବଂ ଜଣେ ଯାଦୁଗର ବୋଲି କହୁଥିବା ମିରେଲା ଗାସାନୋଭା (Mirela Gasanova) ଋଷର ଖବରକାଗଜ ମସ୍କୋଭସ୍କିଜ୍ କମସୋମୋଲେଟ୍ସ (Moskovskij Komsomolets) କୁ କହିଛନ୍ତି ଯେ କି ଏହି ଯୁଦ୍ଧ (Russia Ukraine War) କିପରି ଶେଷ ହେବ । ଗତ କିଛି ମାସ ହେବ କ୍ରେମଲିନ୍ ସମର୍ଥିତ ଖବରକାଗଜ ଋଷର ରାଷ୍ଟ୍ରପତି (Russian President) ଭ୍ଲାଦିମିର ପୁଟିନ (Vladimir Putin) ଙ୍କ ବିଷୟରେ ଭବିଷ୍ୟବାଣୀ କରୁଥିବା ଲୋକଙ୍କ ସହ ବାରମ୍ବାର କଥାବାର୍ତ୍ତା ହୋଇଛି । ଯୁଦ୍ଧକୁ ନେଇ ଗାସାନୋଭାଙ୍କ ଭବିଷ୍ୟବାଣୀ 'ୟୁକ୍ରେନ ବିରୁଦ୍ଧରେ' ରହିଛି ।

ଡେଲି ଷ୍ଟାର (Dailystar) ର ଖବର ଅନୁଯାୟୀ, ଗାସାନୋଭା କହିଛନ୍ତି ଯେ ଶାନ୍ତି ଚୁକ୍ତି ବିଷୟରେ ନ କହିବା ଭଲ । କୌଣସି ଚୁକ୍ତି ସେପର୍ଯ୍ୟନ୍ତ ନିଷ୍କ୍ରିୟ ଯେପର୍ଯ୍ୟନ୍ତ ତାକୁ କୌଣସି ବଳର ସମର୍ଥିତ ପ୍ରାପ୍ତ ନ ରହିଛି । ସେ  (Mirela Gasanova) କହିଛନ୍ତି ଯେ, "ଋଷର ନେତୃତ୍ୱ ଏହା ବୁଝନ୍ତି । ଆମେ ଶୀଘ୍ର ଏପରି ଘଟଣା ଦେଖିବା ଯାହା ଏହି ଯୁଦ୍ଧର ଦୃଶ୍ୟ ବଦଳାଇବ । ଖୁବ୍ ଶୀଘ୍ର ୟୁକ୍ରେନରେ ଋଷର ବେସ୍ ହେବ । ଯେତେବେଳେ ୟୁକ୍ରେନ ଦେଶରୁ ଆମ ଦେଶ ପାଇଁ କୌଣସି ବିପଦ ରହିବ ନାହିଁ ସେତେବେଳେ ଯୁଦ୍ଧ ଶେଷ ହେବ ।"

ୟୁକ୍ରେନର ରାଜନୈତିକ ବ୍ୟବସ୍ଥାରେ ପରିବର୍ତ୍ତନ ହେବାର ଭବିଷ୍ୟବାଣୀ କରିଥିବା ମହିଳାଙ୍କୁ ଯେତେବେଳେ ପଚରାଯାଇଥିଲା କି ଏସବୁ ଘଟଣା କେବେ ଘଟିବ, ତେବେ ସେ ଏହାର ଉତ୍ତର ଦେଇ କହିଛନ୍ତି ଯେ, "ଖୁବ୍ ଶୀଘ୍ର । ୟୁକ୍ରେନ ରାଷ୍ଟ୍ରପତି (Ukrainian President) ଭୋଲୋଡିମିର ଜେଲେନସ୍କି (Volodymyr Zelensky) ଙ୍କ 'ଆତ୍ମସମର୍ପଣ' ମାଧ୍ୟମରେ ଏହି ପରିବର୍ତ୍ତନ ଆସିବ । ଏହାକୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।" ଗାସାନୋଭା ଦାବି କରିଛନ୍ତି ଯେ, "ଆମେରିକାର ରାଷ୍ଟ୍ରପତି (US President) ଜୋ ବାଇଡେନ (Joe Biden) ବୁଝିଛନ୍ତି ଯେ ଜେଲେନସ୍କି ଅଧିକ ଦିନ ତିଷ୍ଠି ରହିପାରିବେ ନାହିଁ । ସେ ପୂର୍ବରୁ ହିଁ ତାଙ୍କ ଆତ୍ମସମର୍ପଣକୁ ଅନୁମୋଦନ କରିସାରିଛନ୍ତି ।"

ଅଧିକ ପଢ଼ନ୍ତୁ:-ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଲେ କେଏଲ ରାହୁଲ! BCCIର ଏହି ଟ୍ୱିଟ୍ରୁ ହଠାତ୍ ସୃଷ୍ଟି ହେଲା ହଙ୍ଗାମା

ଅଧିକ ପଢ଼ନ୍ତୁ:-୩୦ ବର୍ଷ ପରେ ଦେଖାଦେଇଛି ଅତି ଦୁର୍ଲଭ ସଂଯୋଗ, ମହାଶିବରାତ୍ରୀରୁ ଚମକିବ ଏସବୁ ଲୋକଙ୍କ ଭାଗ୍ୟ

ଅଧିକ ପଢ଼ନ୍ତୁ:-ନୂଆ ପେନସନ ପାଉଥିବା କର୍ମଚାରୀଙ୍କୁ ଜୋରଦାର ଝଟକା, ସରକାର ନେଲେ ବଡ଼ ପଦକ୍ଷେପ

ପୁଟିନ (Putin) ସମର୍ଥକ ମହିଳା ଦାବି କରିଛନ୍ତି ଯେ, "ମୁଁ ପୁନରାବୃତ୍ତି କରୁଛି,  ଚଳିତ ବର୍ଷ ଆମେ ଯୁଦ୍ଧର ଫଳାଫଳ ଦେଖିବା ।" ତେବେ ଏହି ଦାବିକୁ ସମର୍ଥନ କରି ସେ କୌଣସି ପ୍ରମାଣ ଦେଇନାହାଁନ୍ତି । ଖବର ଅନୁଯାୟୀ, ୟୁକ୍ରେନ ଯୁଦ୍ଧରେ ଋଷ ଏପର୍ଯ୍ୟନ୍ତ ୫,୨୩,୦୦ ସୈନିକଙ୍କୁ ହରାଇଥିବାବେଳେ ୪ ଲକ୍ଷରୁ ଅଧିକ ସୈନିକ ଏତେ ଗୁରୁତର ଆହତ ହୋଇଛନ୍ତି ଯେ ସେମାନେ ଯୁଦ୍ଧକ୍ଷେତ୍ରକୁ ଫେରି ପାରିବେ ନାହିଁ । ଅନ୍ୟପକ୍ଷରେ, ନୂଆ ବର୍ଷରେ ଆମେରିକା ମଧ୍ୟ ୟୁକ୍ରେନକୁ ଦିଆଯାଇଥିବା ପ୍ରତିରକ୍ଷା ସହାୟତା ବୃଦ୍ଧି କରିଛି ।

 

Read More
{}{}