Hindi News >>Home >>Odisha Trending

US Presidential Election 2024: ରିପବ୍ଲିକାନ ପାର୍ଟି ପ୍ରାର୍ଥୀଙ୍କୁ ନେଇ ଆସିଲା ବଡ଼ ଖବର

2024  US Presidential Election: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟି ପ୍ରାର୍ଥୀତ୍ୱକୁ ନେଇ ଆସିଛି ଏକ ବଡ଼ ଖବର। ଯାହା ପୂର୍ବତନ ଆମେରିକୀୟ ରାଷ୍ଟ୍ରପତିଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ।

Advertisement
 US Presidential Election 2024: ରିପବ୍ଲିକାନ ପାର୍ଟି ପ୍ରାର୍ଥୀଙ୍କୁ ନେଇ ଆସିଲା ବଡ଼ ଖବର
Stop
Zee Odisha Desk|Updated: Jan 18, 2024, 08:55 PM IST

Vivek Ramaswamy withdraws from US Presidential Race 2024: ଚଳିତ ବର୍ଷ ନଭେମ୍ବର ୫ ତାରିଖ ମଙ୍ଗଳବାର ଅନୁଷ୍ଠିତ ହେବ ଯୁକ୍ତରାଷ୍ଟ୍ର ଆମେରିକାର ୬୦ ତମ ରାଷ୍ଟ୍ରପତି ନିର୍ବାଚନ। ଏହି ନିର୍ବାତନରେ ରିପବ୍ଲିକାନ ପାର୍ଟି ପ୍ରାର୍ଥୀଙ୍କୁ ନେଇ ଆସିଛି ଏକ ବଡ଼ ଖବର। ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଦୌଡ଼ରେ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସର୍ବାଗ୍ରେ ରହିଛନ୍ତି। ଏବେ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତିଙ୍କୁ ଆଶ୍ୱସ୍ତ କରିବା ଭଳି ଖବର ଆସିଛି। ଭାରତୀୟ-ଆମେରିକୀୟ ବଂଶୋଦ୍ଭବ ବ୍ୟବସାୟୀ ବିବେକ ରାମସ୍ୱାମୀ ୨୦୨୪ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନକୁ ନେଇ କରିଛନ୍ତି ବଡ଼ ଘୋଷଣା। 

ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଭାବେ (Republican Party Candidate for US Presidential Election 2024) ନିର୍ବାଚନ ଲଢିବାରୁ ନିଜର ପ୍ରାର୍ଥୀତ୍ୱ ପ୍ରତ୍ୟାହାର କରୁଥିବା ନେଇ ଜଣାଇ ଦେଇଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ (US Presidential Election 2024) ଡୋନାଲ୍ଡ ଟ୍ରମ୍ପଙ୍କୁ (Donald Trump) ସମର୍ଥନ ଘୋଷଣା କରିଛନ୍ତି। ଆୟୋବା ରିପବ୍ଲିକାନ କକସ (Iowa Republican Caucus 2024) ଠାରେ ନିଜର ଖରାପ ପ୍ରଦର୍ଶନ ପରେ ରାଷ୍ଟ୍ରପତି ନିର୍ବାଚନରୁ (2024 United States Primary Elections) ନିଜର ପ୍ରାର୍ଥୀତ୍ୱ ପ୍ରତ୍ୟାହାର କରୁଥିବା ନେଇ ଘୋଷାଣା କରିଛନ୍ତି। ଆୟବା କକସ ଠାରେ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଦୌଡ଼ରେ (epublican Party Candidate Race for US Presidential Election 2024) ଡୋନାଲ୍ଡ ଟ୍ରମ୍ପ ଆଗୁଆ ରହିଛନ୍ତି। ଆୟବା ଠାରେ ବିବେକ ରାମସ୍ୱାମୀ (Vivek Ramaswamy) ପ୍ରାୟ ୭.୭% ଭୋଟ୍ ହାସଲ କରି ଚତୁର୍ଥ ସ୍ଥାନରେ ରହିଛନ୍ତି।

ଗତ ବର୍ଷ ଫେବୃଆରୀ ମାସରେ ଯେତେବେଳେ ବିବେକ ରାମସ୍ୱାମୀ ରାଷ୍ଟ୍ରପତି ପଦ ପ୍ରାର୍ଥୀ ଦୌଡ଼ରେ ସାମିଲ ହୋଇଥିଲେ ସେତେବେଳେ ରାଜନୈତିକ ମହଲରେ ତାଙ୍କର ସେତେଟା ଲୋକପ୍ରିୟତା ନଥିଲା। ହେଲେ ଅପ୍ରବାସନ (Immigration in USA ଏବଂ ଆମେରିକା ପ୍ରଥମ ଆଭିମୁଖ୍ୟ (America First) ଉପରେ ନିଜର ସୁଦୃଢ ମତ ରଖିଥିବାରୁ ରିପବ୍ଲିକାନ୍ ପାର୍ଟି ମତଦାତାଙ୍କ (Republican Party Voter) ଦୃଷ୍ଟି ଆକର୍ଷଣ କରିବା ସହ ସେମାନଙ୍କ ସମର୍ଥନ ହାସଲ କରିବାରେ ସଫଳ ହୋଇଥିଲେ।

ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଅଲଗା ନଥିଲା ପ୍ରଚାର ଅଭିଯାନ 
ବିବେକ ରାମସ୍ୱାମୀଙ୍କ ନିର୍ବାଚନ ପ୍ରଚାର ରଣନୀତି, ଭାଷଣ ଏବଂ ପ୍ରସଙ୍ଗ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଭିନ୍ନ ନୁହେଁ। ରାମସ୍ୱାମୀ ସେହି ରକ୍ଷଣଶୀଳ ପ୍ରସଙ୍ଗରେ ଲାଭ ଉଠାଇବାକୁ ଚେଷ୍ଟା କରିଥିଲେ ଯାହା ପୂର୍ବ ଥରର ରାଷ୍ଟ୍ରପତି ନିର୍ବାଚନରେ ​​ଟ୍ରମ୍ପଙ୍କୁ ସଫଳତା ଦେଇଥିଲା। ଗତ ବର୍ଷ ଅଗଷ୍ଟ ୨୩ ତାରିଖରେ ରିପବ୍ଲିକାନ୍ ପାର୍ଟି ରାଷ୍ଟ୍ରପତି ପ୍ରାର୍ଥୀଙ୍କ ପ୍ରାଥମିକ ବିତର୍କ (Republican Party Presidential Primary Debate 2024) ପରେ ଆମେରିକୀୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବା ପରେ ଟ୍ରମ୍ପ ରାମସ୍ୱାମୀଙ୍କୁ ପ୍ରଶଂସା କରି ତାଙ୍କୁ ଜଣେ ଉଦୀୟମାନ ଯୁବକ ବୋଲି କହିଥିଲେ।

ଆୟୋବା କକସ ଠାରେ ରାମାସ୍ୱାମୀଙ୍କୁ ସମାଲୋଚନା କରିଥିଲେ ଟ୍ରମ୍ପ
ଆୟୋବା କକସ ପୂର୍ବରୁ ଡୋନାଲ୍ଡ  ଟ୍ରମ୍ପ ବିବେକ ରାମସ୍ୱାମୀଙ୍କୁ ସର୍ବସାଧାରଣରେ ସମାଲୋଚନା କରିଥିଲେ। ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ରାମସ୍ୱାମୀ ନାମାଙ୍କନ ପାଇବା ପାଇଁ ଜାଲିଆତି ଅଭିଯାନ କୌଶଳ ଗ୍ରହଣ କରୁଛନ୍ତି।

Read More
{}{}