Hindi News >>Home >>Odisha Trending

Viral Video: ରାଜରାସ୍ତାରେ ଖୁଲମଖୁଲା ବୁଲୁଛନ୍ତି ୮ ସିଂହ, ଦେଖନ୍ତୁ ଭିଡିଓ...

Viral Video News In Odia: ସୋସିଆଲ ମିଡିଆ ଟ୍ୱିଟରରେ ଘୁରି ବୁଲୁଛି ଏକ ଭାଇରାଲ ଭିଡିଏ । ଏହି ଭିଡିଓରେ ଦୃଶ୍ୟମାନ ହେଉଛି ଯେ, ୮ ରୁ ଅଧିକ ସିଂହ ଓ ସିଂହୀ ଖୁଲମଖୁଲା ରାଜରାସ୍ତାରେ ବୁଲୁଛନ୍ତି । ବହୁତ ଶୀଘ୍ର ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ଫଳରେ ଇଣ୍ଟରନେଟର ପାରା ବଢିଯାଇଛି । ୟୁଜର୍ସ ମାନେ ଭିନ୍ନ ଭିନ୍ନ କମେଣ୍ଟସ୍ ଦେଇଛନ୍ତି । 

Advertisement
Viral Video:  ରାଜରାସ୍ତାରେ ଖୁଲମଖୁଲା ବୁଲୁଛନ୍ତି ୮ ସିଂହ, ଦେଖନ୍ତୁ ଭିଡିଓ...
Stop
Rasmita Sahoo|Updated: Feb 16, 2023, 02:45 PM IST

Viral Video News In Odia: ରାଜରାସ୍ତାରେ ଖୁଲମ ଖୁଲା ବୁଲୁଛନ୍ତି ଜଙ୍ଗଲୀ ଜନ୍ତୁ । ଗୋଟେ କି ଦୁଇଟି ନୁହେଁ ୮ଟି ସିଂହ ଓ ସିଂହୀ ଏମିତି ଖୁଲମଖୁଲା ରାସ୍ତାରେ ବୁଲୁଥିବା ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓଟି ଇଣ୍ଟରନେଟର ପାରା କୁ ଦ୍ୱି-ଗୁଣିତ କରିଛି । ଖୁଲମଖୁଲା ଜଙ୍ଗଲୀ ଜନ୍ତୁ ବୁଲୁଥିବାର ଭିଡିଓଟି ହେଉଛି ଗୁଜୁରାଟର (Gujarat)। ତେବେ ଏହି ଭିଡିଓଟି ଏକ ସୁରକ୍ଷିତ ସ୍ଥାନରୁ ରେକର୍ଡ କରାଯାଇଛି। ହେଲେ ଭିଡିଓ ଦେଖି ଲାଗୁଛି ଏହା ଏକ ଜନବସତି ଅଞ୍ଚଳ । ଏଠାରେ ବିଳମ୍ବିତ ରାତିରେ ସିଂହ ମାନେ ଏମିତି ଖୁଲମଖୁଲା ବୁଲୁଥିବାର ନଜର ଆସିଛନ୍ତି । 

ଏହି ଭିଡିଓଟି ଗତକାଲି ଅର୍ଥାତ୍ ଫେବୃଆରୀ ୧୫ ତାରିଖରେ ଟ୍ୱିଟରରେ ଅପଲୋଡ ହୋଇଥିଲା । ତେବେ କିଛି ସମୟ ମଧ୍ୟରେ ଏହି ଭିଡିଓକୁ  ୨ ଲକ୍ଷ ଲୋକଙ୍କ ରେସପନ୍ସ ମିଳିଛି। ବହୁତ ଶୀଘ୍ର ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ଫଳରେ ଇଣ୍ଟରନେଟର ପାରା ବଢିଯାଇଛି । ୟୁଜର୍ସ ମାନେ ଭିନ୍ନ ଭିନ୍ନ କମେଣ୍ଟସ୍ ଦେଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ମନୁଷ୍ୟ ସମାଜର ଅତ୍ୟାଚାର କାରଣରୁ ଏବେ ଏମାନେ ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହୋଇଛନ୍ତି । ଯାହା ଫଳରେ ଏ ଦୃଶ୍ୟ ଦେଖି ଭୟ ଲାଗୁଛି। 

ଦେଖନ୍ତୁ ଭିଡିଓ: https://zeenews.india.com/hindi/zeeodisha/video/viral-video-lions-roaming-on-the-streets-in-gujarat/1574190

ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି,(Twitter User) "ଏହିପରି ଦର୍ଶନୀୟ ସ୍ଥାନଗୁଡିକୁ ଯିବାର ମୋର ସ୍ୱପ୍ନ ଥିଲା । ହେଲେ ଏପରି ଭିଡିଓ ଦେଖିବା ପରେ ଲାଗୁଛି ଆମକୁ ଯିବା ଦରକାର ନାହିଁ। କାରଣ ଆମର ଭୁଲ ପାଇଁ ଆଜି ଏସବୁ ଦେଖିବାକୁ ମିଳୁଛି। ଆମର ଜଙ୍ଗଲ ଚାରିପାଖରେ ଆମର ରାସ୍ତା ତେଣୁ ସେମାନେ ଏହିପରି ବୁଲିବେ! ଭୟଙ୍କର। "

ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ଏହା ସ୍ପଷ୍ଟ ଯେ ଗିର୍ ଅଭୟାରଣ୍ୟ (Gir sanctuary) ସିଂହରେ ଭରି ରହିଛି ଏବଂ ସେଥିମଧ୍ୟରୁ କିଛି ବାହାରକୁ ଆସି ଚଳପ୍ରଚଳ କରିବା କଥା ସ୍ୱାଭାବିକ । ତେବେ ଏହି ଭିଡିଓ ଟି ଜଣେ ଆଇଏଫଏସ ଅଫିସର Susanta Nanda ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଯାହା ବାଦ୍ ଏହି ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି। 

Also Read: ରାଜରାସ୍ତାରେ ଖୁଲମଖୁଲା ବୁଲୁଛନ୍ତି ୮ ସିଂହ, ଦେଖନ୍ତୁ ଭିଡିଓ...

Also Read: Free TV Channels: ସରକାରଙ୍କ ବଡ଼ ଘୋଷଣା; ଏଣିକି ଆପଣ ମାଗଣାରେ ଦେଖିପାରିବେ ୨୦୦ ଟିଭି ଚ୍ୟାନେଲ୍ସ , ସେଟ୍-ଟପ୍ ବକ୍ସର ହେବନି ଆବଶ୍ୟକତା

Read More
{}{}