Hindi News >>Home >>Odisha Trending

Vigilance Raid: ପୁଣି ଜଣେ ସରକାରୀ ଅଫିସରଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ପୋଚିଲିମା ଗ୍ରାମପଞ୍ଚାୟତ ବୁଗୁଡାପଲ୍ଲୀ ଗ୍ରାମର ଜନେକ ଅବସରପ୍ରାପ୍ତ ଆର୍ମି ଯବାନ ଭିଜିଲାନ୍ସ ଅଫିସ ର ଦ୍ୱାରସ୍ଥ ହୋଇଥିଲେ। ଗୋଟିଏ ପଟା କରାଇଦେବାପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗୁଥିବା ହିଞ୍ଜିଳି ତହସିଲ ବରିଷ୍ଠ କୋଷାଧକ୍ଷ କିରାଣୀ (ସିନିୟର ରେଭେ ନ୍ୟୁ ଆସିଷ୍ଟାଣ୍ଟ) ଏନ .ଜଗଦୀଶ ରାଓ ଦାବି କରୁଥିଲେ। ଏହାକୁ ଭିତ୍ତିକରି ଭିଜିଲାନ୍ସ କାର୍ଯ୍ୟାଳୟ ତରଫରୁ ଆଜି ଅପରାହ୍ନ ୦୨-୪୫ ମିନଟ ସମୟରେ ହିଞ୍ଜିଳି ତହସିଲ କାର୍ଯ୍ୟାଳୟରେ ଚଢ଼ାଉ କରାଯିବାସହ ଉତ୍କୋଚ ନେଇଥିବା ରାଶି ଜବତ କରିଥିଲେ । ଏହାକୁ ଭିତ୍ତିକରି ବ୍ରହ୍ମପୁର ଭିଜିଲାନ୍ସ ପୋଲିସ କେସ ନଂ -୧୧ ତା-୨୧/୦୭/୨୦୨୨ ସେକ୍ସନ ୦୭ ପି.ସି ଧାରା ୨୦୧୮ ନିୟମ ପ୍ରକାରେ କେସ ରେଜିଷ୍ଟ୍ରେସନ ସହ ଗିରଫ କରାଯାଇଥିବା ସୁଚନା ମିଳିଛି।

Advertisement
Vigilance Raid: ପୁଣି ଜଣେ ସରକାରୀ ଅଫିସରଙ୍କୁ ମାଡ଼ି ବସିଲା ଭିଜିଲାନ୍ସ
Stop
Zee Odisha Desk|Updated: Jul 22, 2022, 09:40 PM IST

ବ୍ରହ୍ମପୁର:  ହିଞ୍ଜିଳି ତହସିଲ (Hinjili Tehsil) ପାଲଟିଛି ଦୁର୍ନୀତିର ଗନ୍ତାଘର । ହାତ ଗୁଞ୍ଜା ନମିଳିଲେ ଘୁଞ୍ଚୁନି ଫାଇଲ । ତହସିଲ କାର୍ଯ୍ୟାଳୟକୁ ଆସି ଜନସାଧାରଣ ହନ୍ତସନ୍ତ ହେଉଥିବାର ବିଭିନ୍ନ ଜନସାଧାରଣ ମୌଖିକ ଅଭିଯୋଗ କରିଥିଲେ କିନ୍ତୁ ଆଇନ ର ନାଲିଆଖି ଆଗରେ ଚୁପ ରହିବାକୁ ବାଧ୍ୟ ହେଉଥିଲେ । ଏଭଳି ବହୁଦିନ ଧରି ଚାଲୁ ରହିଥିବା ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଜନସାଧାରଣ ନିଜର ମତ ପ୍ରକାଶ କରିଥିଲେ । ଆଜି ତାହାର ପ୍ରାଥମିକ ଯବନିକା ପଡିଛି । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଜଣେ ବରିଷ୍ଠ କିରାଣୀ । ବିଗତ କିଛିବର୍ଷ ହେବ ପଟାପାଇଁ ଓ ବିଭିନ୍ନ କାର୍ଯ୍ୟ ଆଳରେ ଲାଞ୍ଚ ନ ହେଲେ କାର୍ଯ୍ୟ ହେଉନି ତାହା ପ୍ରମାଣିତ ହୋଇଯାଇଛି ।ଏଭଳି କାର୍ଯ୍ୟ ଉଚ୍ଚ ପଦସ୍ଥ ପ୍ରଶାସନିକ ଅଧିକାରୀଙ୍କ ପରୋକ୍ଷ ତତ୍ୱାବଧାନ ରେ ଚାଲୁଛି ବୋଲି ଆଲୋଚନା ହେଉଛି। ଏଭଳି ଆଲୋଚ୍ୟ ବିଷୟ ଯଦି ସତ୍ୟହୁଏ ତାହେଲେ ତହସିଲ କାର୍ଯ୍ୟାଳୟ ଦୁର୍ନିତ ର ଗନ୍ତାଘର ବୋଲି ଆଲୋଚ୍ୟ ନିଶ୍ଚିତ ସତ୍ୟ । ପ୍ରକାଶ ଥାଉକି ପୋଚିଲିମା ଗ୍ରାମପଞ୍ଚାୟତ ବୁଗୁଡାପଲ୍ଲୀ ଗ୍ରାମର ଜନେକ ଅବସରପ୍ରାପ୍ତ ଆର୍ମି ଯବାନ ଭିଜିଲାନ୍ସ ଅଫିସ ର ଦ୍ୱାରସ୍ଥ ହୋଇଥିଲେ। ଗୋଟିଏ ପଟା କରାଇଦେବାପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗୁଥିବା ହିଞ୍ଜିଳି ତହସିଲ ବରିଷ୍ଠ କୋଷାଧକ୍ଷ କିରାଣୀ (ସିନିୟର ରେଭେ ନ୍ୟୁ ଆସିଷ୍ଟାଣ୍ଟ) ଏନ .ଜଗଦୀଶ ରାଓ ଦାବି କରୁଥିଲେ। ଏହାକୁ ଭିତ୍ତିକରି ଭିଜିଲାନ୍ସ କାର୍ଯ୍ୟାଳୟ ତରଫରୁ ଆଜି ଅପରାହ୍ନ ୦୨-୪୫ ମିନଟ ସମୟରେ ହିଞ୍ଜିଳି ତହସିଲ କାର୍ଯ୍ୟାଳୟରେ ଚଢ଼ାଉ କରାଯିବାସହ ଉତ୍କୋଚ ନେଇଥିବା ରାଶି ଜବତ କରିଥିଲେ । ଏହାକୁ ଭିତ୍ତିକରି ବ୍ରହ୍ମପୁର ଭିଜିଲାନ୍ସ ପୋଲିସ କେସ ନଂ -୧୧ ତା-୨୧/୦୭/୨୦୨୨ ସେକ୍ସନ ୦୭ ପି.ସି ଧାରା ୨୦୧୮ ନିୟମ ପ୍ରକାରେ କେସ ରେଜିଷ୍ଟ୍ରେସନ ସହ ଗିରଫ କରାଯାଇଥିବା ସୁଚନା ମିଳିଛି।
ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶା ଭିଜିଲାନ୍ସର ତତ୍ପରତା ଓଡ଼ିଶାବାସୀ ଦେଖିଛନ୍ତି। ଏତେ ମାତ୍ରାରେ ଭିଜିଲାନ୍ସ ରେଡ଼ ଧରାପଡ଼ିବା ପରେ ମଧ୍ୟ ସଜାଗ ହେଉନାହାନ୍ତି ସରକାରୀ କର୍ମଚାରୀ। ଗତ ୩ ମାସ ମଧ୍ୟରେ ଓଡ଼ିଶା ଭିଜିଲାନ୍ସ ଦୁର୍ନିତୀ ନିବାରଣ ବିଭାଗ ମାତ୍ରାଧିକ ଭାବରେ ରେଡ଼ କରୁଛି। ପାଖାପାଖି ୧୫ରୁ ଊର୍ଦ୍ଧ୍ୱ ମାମଲାରେ ଭିଜିଲାନ୍ସ ଜାଲରେ  ସରକାରୀ କର୍ମଚାରୀ ଛନ୍ଦି ହୋଇ ପଡ଼ିଛନ୍ତି। ଗତ ମାର୍ଚ ମାସରେ ଭିଜିଲାନ୍ସ ବିଭାଗ ମାଲକାନଗିରିର ଅଧିକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଠାରୁ ଜବତ କରିଥିବା ସମ୍ପତ୍ତି ର ମୂଲ୍ୟ ଏକ ରେକର୍ଡ ସ୍ତରକୁ ଯାଇଥିଲା। ଯେଉଁଥିରେ ଏକ କିଲୋ ୨୦୦ ଗ୍ରାମ ସୁନା ଜବତ ହୋଇଥିଲା। ଜବତ ସହିତ ୪ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଫିକ୍ସଡ ଡିପୋଜିଟ ମଧ୍ୟ ହୋଇଥିଲା। ସେଥି ମଧ୍ୟରେ ଆଶିଷ ଦାସଙ୍କ ନାମରେ ୧୮ ଲକ୍ଷ, ପତ୍ନୀଙ୍କ ନାଁରେ ୨୦ ଲକ୍ଷ ଅନ୍ୟାନ୍ୟ ସମ୍ପର୍କିୟଙ୍କ ନାମରେ ୧୫ ଓ ୨୫ ଲକ୍ଷ ଟଙ୍କାର ଜମାରାଶିକୁ ଭିଜିଲାନ୍ସ ଜବତ କରିଥିଲା। ଯାହାକି ସର୍ବସାଧାରଣରେ ଭିଜିଲାନ୍ସ ବିଭାଗକୁ ପ୍ରଶଂସିତ କରାଯାଇଥିଲା। 

Read More
{}{}