Hindi News >>Home >>Odisha Trending

ଜଣେ ଯନ୍ତ୍ରୀଙ୍କ ପାଖରେ କେତେ ଟଙ୍କା ଥାଇପାରେ, ଭିଜିଲାନ୍ସ ତଥ୍ୟକୁ ଦେଖି ରାଜ୍ୟବାସୀ ଜଳକା

ଜଣେ ଅବସର ନେଇଥିବା ଯନ୍ତ୍ରୀଙ୍କ ପାଖରେ କେତେ ସମ୍ପତ୍ତି ଥିବ? ତାଙ୍କ ପାଖରେ ନଗଦ କେତେ ଟଙ୍କା ପଡ଼ିଥିବ ଆଉ କେତେଟି ଘର ବା ଥିବ? ଏ ପ୍ରଶ୍ନସବୁ ପାଇଁ ଉତ୍ତର ଖୋଜୁଥିବା ବେଳେ ରାଜ୍ୟ ଭିଜିଲାନ୍ସ ଯେଉଁ ତଥ୍ୟ ଦେଇଛି ତାହା ସମସ୍ତଙ୍କୁ ଜଳକା କରି ଦେଇଛି।

Advertisement
ଜଣେ ଯନ୍ତ୍ରୀଙ୍କ ପାଖରେ କେତେ ଟଙ୍କା ଥାଇପାରେ, ଭିଜିଲାନ୍ସ ତଥ୍ୟକୁ ଦେଖି ରାଜ୍ୟବାସୀ ଜଳକା
Stop
Soubhagya Ranjan Mishra|Updated: Aug 12, 2024, 04:57 PM IST

ଭୁବନେଶ୍ୱର: ଜଣେ ଅବସର ନେଇଥିବା ଯନ୍ତ୍ରୀଙ୍କ ପାଖରେ କେତେ ସମ୍ପତ୍ତି ଥିବ? ତାଙ୍କ ପାଖରେ ନଗଦ କେତେ ଟଙ୍କା ପଡ଼ିଥିବ ଆଉ କେତେଟି ଘର ବା ଥିବ? ଏ ପ୍ରଶ୍ନସବୁ ପାଇଁ ଉତ୍ତର ଖୋଜୁଥିବା ବେଳେ ରାଜ୍ୟ ଭିଜିଲାନ୍ସ ଯେଉଁ ତଥ୍ୟ ଦେଇଛି ତାହା ସମସ୍ତଙ୍କୁ ଜଳକା କରି ଦେଇଛି। ଆଜି ସକାଳେ ପୂର୍ତ୍ତ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିବା ବେଳେ ଏମିତି ସମ୍ପତ୍ତି ଠାବ କରିଛି ଯାହା ଜଣେ ଦରମାଭୋଗୀ ସରକାରୀ କର୍ମଚାରୀଙ୍କ ପାଇଁ ସାତ ସପନ ହୋଇଥାଏ।

ଏ ସମ୍ପତ୍ତି କେତେ ଜାଣିଛନ୍ତି? ଏଥିରେ ଯୋଡ଼ି ହୋଇଛି  ଭୁବନେଶ୍ୱର ଏବଂ ଝାରସୁଗୁଡ଼ାରେ ୧୦ ଆପାର୍ଟମେଣ୍ଟ। ୭ ଘରବାଡ଼ି ପ୍ଲଟ, ୨କୋଟି ୭୦ ଲକ୍ଷ ଟଙ୍କାର ଜମା ରାଶି, ଦେଢ଼ କେଜି ସୁନା, ୬ ଲକ୍ଷ ଟଙ୍କାର ନଗଦ ରାଶି, ୨ଟି ସୌଖିନ କାର, ବରେଲେକ୍ସ ପରି ଅନେକ ଦାମୀ ହାତଘଣ୍ଟା ଏମିତି ଅନେକ। 

ଆସନ୍ତୁ ନଜର ପକାଇବା ଭିଜିଲାନ୍ସ ଦେଇଥିବା ସମ୍ପତ୍ତି ତାଲିକା ଉପରେ: 

1)  ଭୁବନେଶ୍ୱରରର ନୟାପଲ୍ଲୀସ୍ଥିତ ଅର୍ପଣ ଆପାର୍ଟମେଣ୍ଟରେ ଫ୍ଲାଟ ନଂ 103
2) ଭୁବନେଶ୍ୱରର କସମୋପଲିସରେ ତୃତୀୟ ମହଲାରେ ରହିଛି ଫ୍ଲାଟ ନମ୍ବର K-035,
3) ଭୁବନେଶ୍ୱରର କସମୋପଲିସରେ 15 ତମ ମହଲରେ ରହିଛି ଫ୍ଲାଟ ନମ୍ବର K-155-A,
4) ଭୁବନେଶ୍ୱରର ଫାଲକନ୍ କ୍ରେଷ୍ଟରେ ଫ୍ଲାଟ 
5) ଭୁବନେଶ୍ୱରର ଗ୍ରାଣ୍ଡ ଆୱାସରେ ଫ୍ଲାଟ 
6) ଭୁବନେଶ୍ୱରର ଆସୋଟେକ୍ ଠାରେ 2 ଫ୍ଲାଟ
7)  ଝାରସୁଗୁଡ଼ା ସ୍ଥିତ ଆଶିଆନା ଆପାର୍ଟମେଣ୍ଟରେ ଫ୍ଲାଟ ନଂ 17 ଓ 207 , 307
10) ଭୁବନେଶ୍ୱର, କଟକ ଏବଂ ଜଟଣୀରେ 7 ଟି ପ୍ଲଟ୍ । 
11) 2.7 କୋଟିରୁ ଅଧିକ ବ୍ୟାଙ୍କ ଜମା
12) ସୁନା ପାଖାପାଖି 1.5 କେଜି
13) 6 ଲକ୍ଷରୁ ଅଧିକ ନଗଦ
14) ଆମେରିକା, ଥାଇଲ୍ୟାଣ୍ଡ, ଭିଏତନାମ, ୟୁଏଇ, କାନାଡା, ମେକ୍ସିକୋ, ମାଲେସିଆ ଏବଂ ସିଙ୍ଗାପୁରର ବିଦେଶୀ ମୁଦ୍ରା 
15) ଶ୍ରୀ ମିଶ୍ର ତାଙ୍କ ଝିଅ ପାଇଁ ଖର୍ଚ୍ଚ କରିଥିବା ଡାକ୍ତରୀ ଶିକ୍ଷା ଉପରେ 80 ଲକ୍ଷ ଟଙ୍କା।
16) ପାଖାପାଖି 13 ଲକ୍ଷ ଟଙ୍କା ମୂଲ୍ୟର ଏକ ରୋଲକ୍ସ ଘଣ୍ଟା 
17) ସେୟାର ଏବଂ ମ୍ୟୁଚୁଆଲ୍ ଫଣ୍ଡରେ ଥିବା ଅନ୍ୟ ଜମା ଏବଂ ବିନିଯୋଗଗୁଡିକ ଅନୁସନ୍ଧାନ କରାଯାଉଛି 
18) 2 ବିଳାସପୂର୍ଣ୍ଣ କାର (ମର୍ସିଡିଜ୍ ବେଞ୍ଜ୍ ଏବଂ କିଆ ସେଲ୍ଟୋସ୍) 

Also Read- ବନ୍ଦ ହୋଇଯିବ କଳିଙ୍ଗ ପୁରସ୍କାର, ହସ୍ତକ୍ଷେପ ପାଇଁ ବିଜ୍ଞାନ ମନ୍ତ୍ରୀଙ୍କୁ ନବୀନଙ୍କ ଅନୁରୋଧ

Also Read- ଲୋକସେବା ଭବନରେ ‘ହର୍ ଘର୍ ତିରଙ୍ଗା’ ଅଭିଯାନ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

Read More
{}{}