Hindi News >>Home >>Odisha Trending

Snake Viral Video: ଗଛ ଚଢୁଥିଲା ବିରାଟକାୟ ଅଜଗର; ଭିଡ଼ିଓ ଦେଖି ଚକିତ ହୋଇଯିବେ ଆପଣ

Python Viral Video: ବିଭିନ୍ନ ସମୟରେ ଅଜର ଭଳି ବିଶାଳକାୟ ସାପର ଭିଡ଼ିଓ ଭାଇରାଲ ହୋଇଥାଏ। ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ।

Advertisement
Snake Viral Video: ଗଛ ଚଢୁଥିଲା ବିରାଟକାୟ ଅଜଗର; ଭିଡ଼ିଓ ଦେଖି ଚକିତ ହୋଇଯିବେ ଆପଣ
Stop
Zee Odisha Desk|Updated: Jul 05, 2023, 08:34 PM IST

Terrifying Video of Snake: ସାପ, ଯାହାର ନାମ ଶୁଣିଲେ ଅଧିକାଂଶ ଲୋକ ଡରି ଯାଇଥାନ୍ତି। ଯଦିଓ ବିଶ୍ୱର କୋଣ ଅନୁକୋଣରେ ବିଭିନ୍ନ ପ୍ରଜାତିର ସାପ ଦେଖିବାକୁ ମିଳିଥାଏ। ହେଲେ ପୃଥିବୀ ପୃଷ୍ଠରେ ଦୃଶ୍ୟମାନ ହେଉଥିବା ବିଭିନ୍ନ ପ୍ରକାରର ସାପ ମଧ୍ୟରୁ କେତେକ ବିଷଧର ଆଉ କେତେକ ବିଷହୀନ ହୋଇଥାନ୍ତି। ସେହିପରି କେତେକ ସାପ ଆକାରରେ ବିଶାଳକାୟ ହୋଇଥିବା ବେଳେ ଆଉ କେତେକ ଦେଖିବାକୁ ବହୁତ ଛୋଟ ହୋଇଥାନ୍ତି। 

ବିଶ୍ୱରେ ଏପରି ବିଶାଳକାୟ ସାପ (giant snake in the world) ଦେଖିବାକୁ ମିଳିଥାଏ। ଯିଏ କିଛି ସମୟ ମଧ୍ୟରେ ମଣିଷ ସମେତ ଗାଈ ଗୋରୁ ଅତବା ଅନ୍ୟ କୌଣସି ଜୀବଜନ୍ତୁଙ୍କ ଶୀକାର କରିପାରିବେ। ସାପ ସହିତ ଜଡିତ ଭିଡିଓ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଯାହା ବିଭିନ୍ନ ସୋସିଆଲ ମିଡିଆ ଦ୍ୱାରା ଭାଇରାଲ (Snake Viral Video) ହୋଇଥାଏ। ଯାହା ମଧ୍ୟରୁ କେତେକ ଭିଡ଼ିଓ ଦେଖିବା ପରେ ଛାତି ଥରି ଉଠିଥାଏ। ସଦ୍ୟ ଏପରି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ ବିରାଟକାୟ ଅଜଗର (giant python viral video) ଏକ ଗଛରେ ଗୁଡ଼ାଇ ହୋଇଥିବାର ଦେଖିବାକୁ ମିଳିଛି। ଏହି ଗଛରୁ ଅନ୍ୟ ଗୋଟିଏ ଗଛକୁ ଚଢୁଥିବାର ଦେଖିବାକୁ ମିଳୁଛି।

 

ପ୍ରାୟତଃ ଆମେ ରାସ୍ତାରେ ଏପରି ବିପଜ୍ଜନକ ପ୍ରାଣୀଙ୍କ ସହିତ ମୁହାଁମୁହିଁ ହୋଇଥାଉ। ଯେଉଁମାନେ ଛାତିରେ ଭରା ଦେଇ ଚାଲିଥାନ୍ତି ଅର୍ଥାତ ସରୀସୃପ। ରାସ୍ତାରେ ଯାତ୍ରା କରିବା ସାପ ହେଉ କିମ୍ବା ଅନ୍ୟ କୌଣସି ବିଶାଳକାୟ ଜୀବକୁ ଦେଖିବା ସମ୍ପର୍କରେ ଆମେ ସ୍ୱପ୍ନରେ ମଧ୍ୟ କଳ୍ପନା କରିପାରିବା ନାହିଁ। ସଦ୍ୟ ଏପରି ଏକ ଭିଡିଓ ଏବେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଯେଉଁଥିରେ ଏକ ବିଶାଳକାୟ ଅଜଗର ଏକ ଗଛରେ ଚଢୁଥିବାର ଦେଖିବାକୁ ମିଳିଛି। ଭିଡିଓ ଦେଖି ଅନୁମାନ କରାଯାଇପାରେ ଯେ ସାମ୍ନାରେ ଠିଆ ହୋଇଥିବା କିଛି ବ୍ୟକ୍ତି ନିଶ୍ଚିତ ଭାବରେ ଏହି ଭିଡିଓ ରେକର୍ଡ କରିଥିବେ। ଭାଇରାଲ ହେଉଥିବା ଏହି ଭିଡିଓ ମଧ୍ୟ ପ୍ରଦେଶରେ ଅବସ୍ଥିତ ଏକ ଜଙ୍ଗଲର ବୋଲି କୁହାଯାଉଛି। ଯେଉଁଠାରେ ଜଣେ ପର୍ଯ୍ୟଟକ ଏହି ଭିଡିଓ ତାଙ୍କ କ୍ୟାମେରା ଦ୍ୱାରା କଏଦ କରିଥିଲେ।

ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଦ୍ୱାରା ଗତ ଜୁନ୍ ୧୮ ତାରିଖରେ ସେୟାର କରାଯାଇଥିଲା। ଯାହାକୁ ଦେଖିଲ ପରେ ସୋସିଆଲ ମିଡ଼ିଆ ୟୁଜର ଚକିତ ହୋଇଯାଇଛନ୍ତି। ଲୋକେ କ୍ୱଚିତ୍ ଏପରି ବିରଳ ଦୃଶ୍ୟ ଦେଖିବାକୁ ପାଇଥାନ୍ତି। ଯାହାକୁ ଦେଖିବା ଆଶ୍ଚର୍ଯ୍ୟଜନକ।

 

 

Read More
{}{}