Hindi News >>Home >>Odisha Trending

Vegetable Price Hike: ବଢ଼ି ବଢ଼ି ଚାଲିଛି ପନିପରିବା ଦର, ଆଉ କିଛି ଦିନରେ ପିଆଜରେ ହାତ ମାରିବାକୁ ଲାଗିବ ଡର..

Onion Price: ରାଜ୍ୟରେ ଏବେ ପନିପରିବା ଦର ବୃଦ୍ଧି(Price hike) ଗରିବ ଖାଉଟିଙ୍କ ପକେଟକୁ ସିଧା ମାଡ଼ କରୁଛି। କାର୍ତ୍ତିକ ମାସ ଚାଲିଥିବାରୁ ଏବେ ମାର୍କେଟରେ ପରିବା ଉପରେ ବେଶି ମାଡ଼ ହେଉଥିବା ଦେଖିବାକୁ ମିଳିଛି। ତେଣୁ ପରିବା ଦର ଏବେ ବଢ଼ି ବଢ଼ି ଚାଲିଛି। ଭେଣ୍ଡି, ପୋଟଳ, ବିନ୍ ଛୁଇଁ, ବାଇଗଣ,ଆଦି ପନିପରିବା ଦର ଏବେ ବଢ଼ିଥିବା ବେଳେ ପିଆଜ ଦର ବି ଏବେ ଆକାଶ ଛୁଆଁ ହେବାରେ ଲାଗିଛି।

Advertisement
Vegetable Price Hike: ବଢ଼ି ବଢ଼ି ଚାଲିଛି ପନିପରିବା ଦର, ଆଉ କିଛି ଦିନରେ ପିଆଜରେ ହାତ ମାରିବାକୁ ଲାଗିବ ଡର..
Stop
Priyambada Rana|Updated: Nov 06, 2023, 08:43 AM IST

Onion Price: ରାଜ୍ୟରେ ଏବେ ପନିପରିବା ଦର ବୃଦ୍ଧି(Price hike) ଗରିବ ଖାଉଟିଙ୍କ ପକେଟକୁ ସିଧା ମାଡ଼ କରୁଛି। କାର୍ତ୍ତିକ ମାସ ଚାଲିଥିବାରୁ ଏବେ ମାର୍କେଟରେ ପରିବା ଉପରେ ବେଶି ମାଡ଼ ହେଉଥିବା ଦେଖିବାକୁ ମିଳିଛି। ତେଣୁ ପରିବା ଦର ଏବେ ବଢ଼ି ବଢ଼ି ଚାଲିଛି। ଭେଣ୍ଡି, ପୋଟଳ, ବିନ୍ ଛୁଇଁ, ବାଇଗଣ,ଆଦି ପନିପରିବା ଦର ଏବେ ବଢ଼ିଥିବା ବେଳେ ପିଆଜ ଦର ବି ଏବେ ଆକାଶ ଛୁଆଁ ହେବାରେ ଲାଗିଛି। ଏବେ ଖାଉଟି ବଜାରରେ କିଲୋଗ୍ରାମ ପିଛା ୭୦ ଟଙ୍କା ରହିଛି ପିଆଦ ଦର, ଏହି ଦର ଆଗକୁ ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି ।ଗଲା ୧୦ ଦିନ ହେଲା ପିଆଜ କିଲୋ(Onion per kg) ପିଛା ୬୦ ରୁ ୭୦ ଟଙ୍କାରେ ଚାଲିଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏହି ଦର ଉପର ତଳ ହେଉଥିବା ଦେଖିବାକୁ ମିଳିଛି। କାର୍ତ୍ତିକ ମାସରେ ଲୋକେ ସାଧା ଖାଉଥିବା ବେଳେ ଯଦ ପିଆଜ ଦର ଏତେ ରହିଛି, ତେବେ ଆଗକୁ ଏହା ଆହୁରି କେତେ ତାହା ଭାବିଲେ ଡର ଲାଗୁଛି।

ସେପଟେ କେନ୍ଦ୍ର ସରକାରଙ୍କ(Center Government) ଅନୁଯାୟୀ ଘରୋଇ ବଜାରରେ ପିଆଜ ମୂଲ୍ୟକୁ ରୋକିବା ପାଇଁ ପିଆଜ ରପ୍ତାନି ଏବଂ ଏହାର ମୂଲ୍ୟକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଉଛି। ପିଆଜ ଉପରେ କେନ୍ଦ୍ର ଟନ୍ ପିଛା ସର୍ବନିମ୍ନ ରପ୍ତାନି ମୂଲ୍ୟ ୮୦୦ ଡଲାର ଧାର୍ଯ୍ୟ କରିଛି, ଯାହା ଅକ୍ଟୋବର ୨୯ ତାରିଖରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ରପ୍ତାନିକୁ ନିରୁତ୍ସାହିତ କରିବା ଏବଂ ଘରୋଇ ବଜାର ପାଇଁ ଅଧିକ ଷ୍ଟକ୍ ଉପଲବ୍ଧ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ବର୍ଷା ବିଳମ୍ବରେ ପହଞ୍ଚିବା ଏବଂ ବର୍ଷ ଆରମ୍ଭରେ ଅମଳ ହୋଇଥିବା ଫସଲର ବ୍ୟାପକ କ୍ଷତି ବଜାରରେ ପିଆଜ ମୂଲ୍ୟ ବୃଦ୍ଧି ପାଇଁ ଦାୟୀ। ମହାରାଷ୍ଟ୍ରରେ କୃଷକମାନେ ଡିସେମ୍ବର-ଜାନୁଆରୀରେ ରବି ପିଆଜ ଅମଳ କରିଥାନ୍ତି ଏବଂ ମାର୍ଚ୍ଚ ପରେ ତାହା କରନ୍ତି। ଏହି ପିଆଜ, ଯାହାର କମ୍ ଆର୍ଦ୍ରତା ଥାଏ । ଚଳିତ ବର୍ଷ ମାର୍ଚ୍ଚ ମାସରେ ଅତିରିକ୍ତ ବର୍ଷା ଓ କୁଆପଥର ମାଡ଼ ଯୋଗୁଁ ଏହି ଫସଲ ବ୍ୟାପକ କ୍ଷୟକ୍ଷତି ହୋଇଛି।

Also Read: PM Kisan FPO Scheme: କୃଷକଙ୍କ ପାଇଁ ଖୁସି ଖବର! ଏହି ଯୋଜନା ଅଧିନରେ ଏବେ ପାଇପାରିବେ ୧୫ ଲକ୍ଷ ଟଙ୍କା...

Read More
{}{}