Hindi News >>Home >>Odisha Trending

Vande Bharat Express: ନୂଆ ରୂପରେ ଆସିବ ବନ୍ଦେ ଭାରତ ଏକ୍ସପ୍ରେସ୍, ଯାତ୍ରୀଙ୍କୁ ମିଳିବ ଟିକେଟ୍ ଉପରେ ଏତିକି ପ୍ରତିଶତ ରିହାତି!

Vande Bharat Express: ଦେଶର ବିଭିନ୍ନ ସ୍ଥାନରେ ଗଡୁଛି ବନ୍ଦେ ଭାରତ ଏକ୍ସପ୍ରେସ (Vande Bharat Express)। ଏହି ଏକ୍ସପ୍ରେସ ଲୋକଙ୍କ ଯାତ୍ରାକୁ ଆହୁରୀ ସହଜ କରିଛି ।  ତେବେ,ଏହି ବନ୍ଦେ ଭାରତ ଏକ୍ସପ୍ରେସରେ ବଡ ପରିବର୍ତ୍ତନ ଆସିବାକୁ ଯାଉଛି । ଏନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୌଷ୍ଣବ (railway minister ashwini vaishnaw) ବଡ ଘୋଷଣା କରିଛନ୍ତି ।  ପଢନ୍ତୁ ପୂରା ଖବର...

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
Zee Odisha Desk|Updated: Jul 09, 2023, 08:41 AM IST

Vande Bharat Express: ଦେଶର ବିଭିନ୍ନ ସ୍ଥାନରେ ଗଡୁଛି ବନ୍ଦେ ଭାରତ ଏକ୍ସପ୍ରେସ (Vande Bharat Express)। ଏହି ଏକ୍ସପ୍ରେସ ଲୋକଙ୍କ ଯାତ୍ରାକୁ ଆହୁରୀ ସହଜ କରିଛି ।  ତେବେ,ଏହି ବନ୍ଦେ ଭାରତ ଏକ୍ସପ୍ରେସରେ ବଡ ପରିବର୍ତ୍ତନ ଆସିବାକୁ ଯାଉଛି । ତାମିଲନାଡୁର ଚେନ୍ନାଇରେ ଥିବ ଇଣ୍ଟିଗ୍ରେଟେଡ୍ କୋଚ୍ କାରଖାନା (ଆଇସିଏଫ୍) ପରିଦର୍ଶନ କରିବା ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୌଷ୍ଣବ (railway minister ashwini vaishnaw) ଏହା ଘୋଷଣା କରିଛନ୍ତି ଯେ, ବନ୍ଦେ ଭାରତ ଏକ୍ସପ୍ରେସର ରଙ୍ଗରେ ମଧ୍ୟ ପରିବର୍ତ୍ତନ କରାଯିବ । ବର୍ତ୍ତମାନ ଏହାର ରଙ୍ଗ ବ୍ଲୁ ଓ ଧଳା ରହିଥିବା ବେଳେ ଆଗକୁ ଏକା କମଳା ରଙ୍ଗ ଓ ଧୂଷର ରଙ୍ଗ କରଯିବ।  ଏହା ସହ ମନ୍ତ୍ରୀ କହିଛନ୍ତି ଯେ, ଏହି ଏକ୍ସପ୍ରେସ ଗୁଡିକରେ ୨୫ଟି ବଡ(25 more features) ପରିବର୍ତ୍ତନ  କରାଯିବା। 

ଏହାବି ପଢନ୍ତୁ : Horoscope Today 9 July 2023: ଆଜି ଏହି ୬ ରାଶିର ରହିଛି ଧନପ୍ରାପ୍ତିର ଯୋଗ, ଏହି ୩ଟି ରାଶି ରୁହନ୍ତୁ ସାବଧାନ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର?

ଏହାବି ପଢନ୍ତୁ : Pink WhatsApp Scam: ଭୁଲରେ ଡାଉନଲୋଡ କରନ୍ତୁ ନାହିଁ ପିଙ୍କ୍ ହ୍ୱାଟ୍ସଆପ୍, ନଚେତ୍ ଫସିବେ

ବନ୍ଦେ ଭାରତର ବିକାଶ ନେଇ ଆଲୋଚନା ଜାରି ରହିଛି । ଆମେ ଅନ୍ୟାନ୍ୟ ସୁବିଧା ଉପରେ ମଧ୍ୟ ଆଲୋଚନା କରିଛୁ ।  ରେଲୱେ ବୋର୍ଡ ପୂର୍ବରୁ ଆଇସିଏଫ୍ ଚେନ୍ନାଇକୁ ବନ୍ଦେ ଭାରତ ଏକ୍ସପ୍ରେସକୁ ଏକ ନୂଆ ରଙ୍ଗରେ ଡିଜାଇନ୍ କରିବାକୁ ପ୍ରସ୍ତାବ ଦିଆସରିଛି। ସୂଚନାନୁସାରେ, ରେଳ ବୋର୍ଡ ଇଣ୍ଟିଗ୍ରେଟେଡ୍ କୋଚ୍ କାରଖାନାକୁ ଏକ ରଙ୍ଗର ମିଶ୍ରଣ ପାଇଁ କୁହାଯାଇଛି। କମଳା ଏବଂ ଧୂସର ରଙ୍ଗରେ ଟ୍ରାକରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ (Vande Bharat Express)। ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (pmo)ଗୋରଖପୁର-ଲକ୍ଷ୍ନୌ ଏବଂ ଯୋଧପୁର-ଅହମ୍ମଦାବାଦ(ସାବରମୋତି) ପାଇଁ ଆଉ ୨ଟି  ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇଛନ୍ତି ଶୁଭାରମ୍ଭ କରିଛନ୍ତି। 

ଟିକେଟ୍ ଉପରେ ୨୫ ପ୍ରତିଶତ ରିହାତି:

ଏ-ଥି ସହିତ ବନ୍ଦେ ଭାରତ ଏକ୍ସପ୍ରେସ ଯାତ୍ରୀଙ୍କୁ ଟିକେଟରେ ରିହାତି ମିଳିବ । ଏସି ଚେୟାର କାର (AC chair car) ଓ ଏକ୍ସଜିକ୍ୟୁଟିଭ୍ କ୍ଲାସ (executive class) ସିଟରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଟିକେଟ୍ ଦରରେ ୨୫ ପ୍ରତିଶତ ରିହାତି ମିଳିବ । ପୂର୍ବରୁ ବୁକିଂ ହୋଇଥିବା ଟିକେଟ୍ ଉପରେ ଏହି ସବୁ ରିହାତି ଯାତ୍ରୀଙ୍କୁ ମିଳିବ ନାହିଁ । ଜୁନ୍ ୨୭ରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ( pm modi) ମଧ୍ୟପ୍ରଦେଶ ରାଣୀ କମଳାପତି ରେଳଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସକୁ (Vande Bharat Express)ପତାକା ଦେଖାଇ ଶୁଭାରମ୍ଭ କରିଥିଲେ (Vande Bharat Express Launch) ।  ସେହି ଦିନ ୫ଟି ବନ୍ଦେ ଭାରତ ଏକ୍ସପ୍ରେସ ଦେଶର ସମସ୍ତ ରୁଟ୍ ରେ ଗଡିଥିଲା । ଏହି ପାଞ୍ଚଟି ବନ୍ଦେ ଭାରତ ଏକ୍ସପ୍ରେସ ଗୁଡିକ ହେଲା(Five Vande Bharat Express) ଭୋପାଳ(ରାଣୀ କମଳାପତି)-ଇନ୍ଦୋର ବନ୍ଦେ ଭାରତ ଏକ୍ସପ୍ରେସ, ଭୋପାଳ (ରାଣୀ କମଳାପତି)-ଜବଲପୁର ବନ୍ଦେ ଭାରତ ଏକ୍ସପ୍ରେସ,ରାଞ୍ଚି-ପାଟନା ବନ୍ଦେ ଭାରତ ଏକ୍ସପ୍ରେସ, ଧରୱାଡ-ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଗୋଆ (ମାଡଗାଓଁ) ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ । ଏହି ଟ୍ରେନ ଘଣ୍ଟା ପ୍ରତି ୧୩୦ କିମି ବେଗରେ ଚାଲିବାକୁ ଥିବାବେଳେ ଏବେ ଯାତ୍ରୀମାନେ ଖୁବ୍ କମ୍ ସମୟରେ ନିଜର ଗନ୍ତବ୍ୟସ୍ଥଳରେ ପହଁଚିପାରିବେ । ଯାହା ଯାତ୍ରୀମାନଙ୍କ ପାଇଁ ସୁବିଧା ହେବ।

ଏହାବି ପଢନ୍ତୁ : Budh Gochar 2023: ମିଥୁନ ରାଶିରେ ବିରାଜମାନ ବୁଧ, ୫ ରାଶିଙ୍କୁ ମାଲେମାଲ କରିବ ଏହି ରାଜଯୋଗ!

Read More
{}{}