Hindi News >>Home >>Odisha Trending

Valentines Day 2023: ୧୪ ଫେବୃଆରୀକୁ କହିଁକି ଭାଲେଣ୍ଟାଇନ୍ସ ଡେ'ଭାବେ ପାଳନ କରାଯାଏ, ଜାଣନ୍ତୁ କିଛି ରୋଚକ କଥା

Valentines Day 2023: ପ୍ରେମ ଶାଶ୍ୱତ, ଚିରନ୍ତନ,ନୈସର୍ଗିକ । ପ୍ରେମ ମାନେ’ନା ବାଧା ବିଘ୍ନ । ମାନେ’ନା ସୀମା ସରହଦ । ଜାତି ଧର୍ମ ବର୍ଣ୍ଣ ସବୁର ଉପରେ ଭଲ ପାଇବାର ପରିଭାଷା । ପ୍ରେମ ପାଇବାରେ ଥାଏ, ଥାଏବି ହରାଇବାରେ । ଏହି ବାର୍ତ୍ତା ନେଇ ପ୍ରତିବର୍ଷ ଫେବୃୟାରୀ ୧୪ରେ ପାଳନ କରାଯାଇଥାଏ ଭାଲେଣ୍ଟାଇନ୍‌ ଡେ’ (Valentines Day 2023) ବା ପ୍ରେମ ଦିବସ। ବିଶେଷକରି ଯୁବପିଢ଼ି ଏହି ଦିନଟିକୁ ବେଶ୍‌ ଉତ୍ସାହର ସହ ପାଳନ କରିଥାନ୍ତି। ଫେବୃୟାରୀ ୭ ଅର୍ଥାତ୍‌ ରୋଜ୍‌ ଡେ’ରୁ ପ୍ରେମ ସପ୍ତାହ ଆରମ୍ଭ ହୋଇଥିବା ବେଳେ ୧୪ ହେଉଛି ସବୁଠୁ ଖୁସିର ଦିନ।

Advertisement
ସୌଜନ୍ୟ- ସୋସିଆଲ ମିଡିଆ
Stop
Zee Odisha Desk|Updated: Feb 14, 2023, 08:52 AM IST

Valentines Day 2023: ପ୍ରେମ ଶାଶ୍ୱତ, ଚିରନ୍ତନ,ନୈସର୍ଗିକ । ପ୍ରେମ ମାନେ’ନା ବାଧା ବିଘ୍ନ । ମାନେ’ନା ସୀମା ସରହଦ । ଜାତି ଧର୍ମ ବର୍ଣ୍ଣ ସବୁର ଉପରେ ଭଲ ପାଇବାର ପରିଭାଷା । ପ୍ରେମ ପାଇବାରେ ଥାଏ, ଥାଏବି ହରାଇବାରେ । ଏହି ବାର୍ତ୍ତା ନେଇ ପ୍ରତିବର୍ଷ ଫେବୃୟାରୀ ୧୪ରେ ପାଳନ କରାଯାଇଥାଏ ଭାଲେଣ୍ଟାଇନ୍‌ ଡେ’ (Valentines Day 2023) ବା ପ୍ରେମ ଦିବସ। ବିଶେଷକରି ଯୁବପିଢ଼ି ଏହି ଦିନଟିକୁ ବେଶ୍‌ ଉତ୍ସାହର ସହ ପାଳନ କରିଥାନ୍ତି। ଫେବୃୟାରୀ ୭ ଅର୍ଥାତ୍‌ ରୋଜ୍‌ ଡେ’ରୁ ପ୍ରେମ ସପ୍ତାହ ଆରମ୍ଭ ହୋଇଥିବା ବେଳେ ୧୪ ହେଉଛି ସବୁଠୁ ଖୁସିର ଦିନ। ପ୍ରେମ ସପ୍ତାହର ଶେଷଦିନରେ ନିଜର ମନଖୋଲି କଥା ହୋଇଥାନ୍ତି ପ୍ରେମୀଯୁଗଳ। ଦିନଟିକୁ ସ୍ମରଣୀୟ କରିବା ଲାଗି ପରସ୍ପରକୁ ବିଭିନ୍ନ ସର୍‌ପ୍ରାଇଜ୍‌ ଗିଫ୍ଟ ମଧ୍ୟ ଦେଇଥାନ୍ତି। ଏହି ଦିନଟି କାହିଁକି ଏବଂ କେବେଠୁ ପାଳନ କରାଯାଇଆସୁଛି ଜାଣନ୍ତୁ ଏ ସମ୍ପର୍କରେ…

ରୋମ୍‌ର ଜଣେ ସନ୍ଥ ଥିଲେ ସେଣ୍ଟ୍‌ ଭାଲେଣ୍ଟାଇନ୍‌ (Saint Valentine ) । ବିଶ୍ୱକୁ ପ୍ରେମମୟ କରିବା ଲାଗି ସେ ସର୍ବଦା ଚାହୁଁଥିଲେ। ତାଙ୍କ ପାଇଁ ପ୍ରେମ ଜୀବନ ଥିଲା। କିନ୍ତୁ ଏହି ସହରରେ ଥିବା ଜଣେ ରାଜା ସେଣ୍ଟଙ୍କ ଏପରି କଥାକୁ ବିରୋଧ କରୁଥିଲେ। ରାଜାଙ୍କୁ ଲାଗୁଥିଲା ପ୍ରେମ କିମ୍ବା ବିବାହ କଲେ ପୁରୁଷର ଶକ୍ତି ଏବଂ ବୁଦ୍ଧି ନଷ୍ଟ ହୋଇଥାଏ। ଏହି କାରଣରୁ ରାଜ୍ୟର କୌଣସି ସୈନିକ ଏବଂ ଅଧିକାରୀ ବିବାହ କରି ପାରୁ ନ ଥିଲେ। ସେଣ୍ଟ ଭାଲେଣ୍ଟାଇନ୍‌ ରାଜାଙ୍କ ଏହି ଆଦେଶକୁ ବିରୋଧ କରୁଥିଲେ। ସେ ରୋମ୍‌ବାସୀଙ୍କୁ ପ୍ରେମ ଏବଂ ବିବାହ କରିବାକୁ ଉତ୍ସାହିତ କରିଥିଲେ। ଖାଲି ଏତିକି ନୁହେଁ, କିଛି ସୈନିକ ଏବଂ ଅଧିକାରୀଙ୍କ ବିବାହ ମଧ୍ୟ କରାଇଲେ। ଏହି କଥାରେ ରାଜା ଭୀଷଣ ରାଗିଗଲେ। ଫଳରେ ସେଣ୍ଟ୍‌ ଭାଲେଣ୍ଟାଇନ୍‌ଙ୍କୁ ଖ୍ରୀଷ୍ଟପୂର୍ବ ୨୬୯ ଫେବୃୟାରୀ ୧୪ରେ ଫାଶୀ ଦେଇଦେଲେ। ଏହି ଦିନଠାରୁ ସହରରେ ପ୍ରତିବର୍ଷ ଫେବୃୟାରୀ ୧୪ରେ(February 14) ‘ପ୍ରେମ ଦିବସ’ ଭାବେ ପାଳନ କରାଯାଇଆସୁଛି। ବର୍ତ୍ତମାନ ସାରା ବିଶ୍ୱରେ ଏହିଦିନଟିକୁ ମଧ୍ୟ ପ୍ରେମୀଯୁଗଳ ପାଳନ କଲେଣି। କୁହାଯାଏ, ଭାଲେଣ୍ଟାଇନ୍‌ ଫାଶୀ ପାଇବା ସମୟରେ ଜେକୋବସ୍‌ ନାମକ ଜଣେ ଚକ୍ଷୁହୀନ ଯୁବତୀଙ୍କୁ ଚକ୍ଷୁଦାନ କରିଥିଲେ। ଜେକୋବସ୍‌ଙ୍କୁ ସେଣ୍ଟ୍‌ ଭାଲେଣ୍ଟାଇନ୍‌ ଏକ ପତ୍ର ଲେଖିଥିଲେ। ଯେଉଁଥିରେ ଲେଖାଥିଲା ତୁମର ଭାଲେଣ୍ଟାଇନ୍‌।

Also Read : Kiss Day 2023: କାହିଁକି ପାଳନ କରାଯାଏ କିସ୍‌ ଡେ’, ଜାଣନ୍ତୁ କେଉଁ କିସ୍‌ର ଅର୍ଥ କ’ଣ ସୂଚାଏ ?

ପ୍ରେମ(Valentines Day)ର ଏହି ଦିନ ପାଳିବାକୁ ପ୍ରତିବର୍ଷ ଅପେକ୍ଷା କରିଥାନ୍ତି ପ୍ରେମୀଯୁଗଳ । ଭଲ ପାଉଥିବା ସାଥୀକୁ ଆପଣାର କରିବା ପାଇଁ ସମସ୍ତେ ବ୍ୟସ୍ତ । ଦୋକାନ ବଜାରରେ ବିକ୍ରି ଚାଲିଛି ଉପହାର ଆଉ ଗୋଲାପ ଫୁଲ । ସେପଟେ କିଛି ସାମାଜିକ ଅନୁଷ୍ଠାନ ଏହି ଦିବସକୁ ମାତୃପିତୃ ପୂଜନ ଦିବସ ଭାବେ ମଧ୍ୟ ପାଳନ କରୁଛନ୍ତି । କିନ୍ତୁ ଏଥିର ପଶୁ କଲ୍ୟାଣ ବୋର୍ଡ ଅଫ୍ ଇଣ୍ଡିଆ ୧୪ ଫେବୃଆରୀ ଅର୍ଥାତ୍ ଭାଲେଣ୍ଟାଇନ୍ସ ଡେ'ରେ ଗୋ ଆଲିଙ୍ଗନ ଦିବସ ( Cow Hug Day) ପାଳନ କରିବାକୁ' ନିବେଦନ କରିଛି। କେବଳ ସେତିକି ନୁହେଁ, ଆଉ ବଜରଙ୍ଗ ଦଳ ଏହାକୁ ପାଶ୍ଚାତ୍ୟ ସଭ୍ୟତାର ସଂସ୍କୃତି କହି ବିରୋଧ ପାଇଁ ସଜବାଜ ହେଉଛି । ଭଲ ପାଇବା ପାଇଁ, ପ୍ରେମର ପରିଭାଷା ପରିପ୍ରକାଶ ପାଇଁ ଗୋଟିଏ ଜୀବନ ବି କମ ପଡିଯାଏ । ଦିନ ଟିଏ ତ କିଛି ନୁହେଁ । ତଥାପି ହସଖୁସି ଭିତରେ ସାଥୀ ସହ ସମୟ ବିତେଇବା ପାଇଁ ଆଜି ଦିନର ପରିକଳ୍ପନା ।

Read More
{}{}