Hindi News >>Home >>Odisha Trending

Bull Ride Update: ଷଣ୍ଢାରୋହୀ ଯୁବକଙ୍କୁ ଥାନାକୁ ଟେକିନେଲା ପୋଲିସ, ହାତଯୋଡ଼ି ମାଗିଲେ କ୍ଷମା

Uttarakhand Bull Video: ନିକଟରେ ଉତ୍ତରାଖଣ୍ଡ ଋଷିକେଶସ୍ଥିତ ତପୋବନ ଅଞ୍ଚଳର ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଜଣେ ଯୁବକ ନିଶାସକ୍ତ ଅବସରରେ ଷଣ୍ଡ ଆରୋହଣ କରିଥିବାର ଦେଖିବାକୁ ମିଳୁଥିଲା। 

Advertisement
Bull Ride Update: ଷଣ୍ଢାରୋହୀ ଯୁବକଙ୍କୁ ଥାନାକୁ ଟେକିନେଲା ପୋଲିସ, ହାତଯୋଡ଼ି ମାଗିଲେ କ୍ଷମା
Stop
Zee Odisha Desk|Updated: May 10, 2023, 08:00 PM IST

Bull Ride Viral Video: ସୋସିଆଲ୍ ମିଡିଆ ଦୁନିଆରେ ଅନେକ ଭିଡ଼ିଓ ଭାଇରାଲ୍ ହୋଇଥାଏ। ଯାହାକୁ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥାନ୍ତି। ଏପରି ଅଜବ ଧରଣର ଭିଡ଼ିଓ ଏପରି ବର୍ଗରେ ଯାହାର କୌଣସି ସୀମା ନଥାଏ। ସଦ୍ୟ ସୋସିଆଲ ମିଡ଼ିଆ ୟୁଜର ଏପରି ଏକ ଭିଡ଼ିଓ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯାହା ବର୍ତ୍ତମାନ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହୋଇଥିଲା। ଯେଉଁଥିରେ ଜଣେ ମଦ୍ୟପ ବ୍ୟକ୍ତି ରାତି ସମୟରେ ଏକ ଷଣ୍ଡ ଆରୋହଣ କରୁଥିବାର ଦେଖିବାକୁ ମିଳିଥିଲା। ଏହି ଭିଡ଼ିଓ ଫୁଟେଜ ଉତ୍ତରାଖଣ୍ଡ ଋଷିକେଶସ୍ଥିତ ତପୋବନ ଅଞ୍ଚଳରେ ସୁଟିଂ କରାଯାଇଥିବାର କୁହାଯାଉଛି। ଏହି ଘଟଣା କେବଳ ରାତି ଅଧରେ ଚହଳ ସୃଷ୍ଟି କରିନଥିଲା, ବରଂ ପଶୁଙ୍କ ପ୍ରତି ଅତ୍ୟାଚାର ମଧ୍ୟ କରିଥିଲା। ଏଭଳି କାମର ପୁନରାବୃତ୍ତି ନକରିବାକୁ ଏବଂ ଷଣ୍ଡ ଆରୋହଣ କରିଥିବା ଯୁବକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛି ଉତ୍ତରାଖଣ୍ଡ ପୋଲିସ।

ମଦ ନିଶାରେ ଷଣ୍ଢ ଆରୋହଣ କରିଥିବା ୟୁବକ ଗିରଫ
ନିକଟରେ ଏକ ଭିଡିଓ ଭାଇରଲା ହୋଇଥିଲା। ଯାହା ଉତ୍ତରାଖଣ୍ଡ ଋଷିକେଶସ୍ଥିତ ତପୋବନ ଅଞ୍ଚଳର ବୋଲି କୁହାଯାଉଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଜଣେ ମଦ୍ୟପ ବ୍ୟକ୍ତି ରାତି ସମୟରେ ଏକ ଷଣ୍ଡ ଆରୋହଣ କରିଥିଲେ। ଷଣ୍ଢ ଆରୋହଣ କରିବା ସମୟରେ ସେହି ବ୍ୟକ୍ତି ଜଣଙ୍କ ଉଚ୍ଚ ସ୍ୱରରେ କହୁଥିଲେ ଯେ, କୈଳାଶ ପତି ନାଥଙ୍କ ଜୟ ହେଉ। ଟ୍ୱିଟର ଯୋଗେ ଏକ ଭିଡିଓ ପୋଷ୍ଟ କରି ଉତ୍ତରାଖଣ୍ଡ ପୋଲିସ ପକ୍ଷରୁ କୁହାଯାଇଛି ଯେ, ଗତ ୫ ତାରିଖ ବିଳମ୍ବିତ ରାତିରେ ଋଷିକେଶ ତପୋବନ ଅଞ୍ଚଳରେ ଜଣେ ମଦ୍ୟପ ବ୍ୟକ୍ତି ରାତି ସମୟରେ ଏକ ଷଣ୍ଡ ଆରୋହଣ କରୁଥିବାର ଦେଖିବାକୁ ମିଳିଥିଲା। ଯାହାର ଭିଡ଼ିଓ ସୋସିଆଲ ମିଡିଆ ମାଧ୍ୟମରେ ଖୁବ ଭାଇରାଲ ହୋଇଥିଲା। ଏହି ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ ସେହି ମଦ୍ୟପ ଯୁବକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଭବିଷ୍ୟତରେ ପଶୁଙ୍କ ସହ ଏପରି ଅସଦାଚରଣ ନକରିବାକୁ ଚେତାବନୀ ମଧ୍ୟ ଦେଇଥିଲା। ଏହି ଭିଡିଓ ଇନଷ୍ଟାଗ୍ରାମ, ଫେସବୁକ୍ ଏବଂ ଟ୍ୱିଟର ଭଳି ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁଳ ମାତ୍ରାରେ ଭାଇରାଲ ହୋଇଥିଲା। ଏହି ଭିଡ଼଼ିଓ ଭାଇରାଲ ହେବାର କିଛି ଘଣ୍ଟା ମଧ୍ୟରେ ଏହାକୁ ଲକ୍ଷ ଲକ୍ଷ ଭ୍ୟୁ ମିଳିଥିଲା। 

 

ଭିଡ଼ିଓ ଦେଖିବା ପରେ ପ୍ରତିକ୍ରିୟା ଦେଇଥିଲେ ଲୋକେ
ଏହି ଭାଇରାଲା ଭିଡିଓ ଦେଖିବା ପରେ ଅନେକ ଲୋକ କମ୍ପି ଉଠିଥିଲେ। ସେମାନେ ଅନୁଭବ କରିଥିଲେ ଯେ ଏହା ବୋଧହୁଏ ଭୁଲ୍। ଅନ୍ୟମାନେ ଦାବି କରିଛନ୍ତି ଯେ ଯଦି ସେହି ଯୁବକ ଜଣଙ୍କ ଏପରି କାମ କରିଛନ୍ତି ତାହେଲେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ଲୋକେ ଏହି ଭିଡିଓ ଉପରେ ବିଭିନ୍ନ ପ୍ରତିକ୍ରିୟା ଦେଇଥିଲେ। ଜଣେ ବ୍ୟକ୍ତି କହିଛନ୍ତି, ଷଣ୍ଢ ଭଳି ଗାଡ଼ିକୁ ରଖ ଏବଂ ଏହା ଉପରେ ଭୋଜ ଲଦି ଦିଅ। ତାପରେ ଏହି ଗାଡ଼ିକୁ କର, ତାହେଲେ କୌଣସି ଅସୁବିଧା ହେବ ନାହିଁ। ହେଲେ ବିନା ଶଗଡ଼ରେ ବସ ନାହିଁ। ଏହା ପଶୁଙ୍କ ପ୍ରତି ନିର୍ଦ୍ଦୟତା। ବଳଦ ଦ୍ୱାରା ଶଗଡ଼ ଗାଡ଼ି ଟାଣିବା କ'ଣ ଅତ୍ୟାଚାର ନୁହେଁ? ଅନ୍ୟଜଣେ ବ୍ୟକ୍ତି କହିଛନ୍ତି ଯେ, ଏଭଳି କାମ ଆଶ୍ଚର୍ଯ୍ୟଜନକ ଭାବରେ ହୋଇଥିଲା। ହେଲେ ଏହା ତାଙ୍କୁ କିମ୍ବା ଷଣ୍ଢକୁ ଆଘାତ ଦେଇଥାଇ ପାରେ କିମ୍ବା ଅନ୍ୟ କେହି ଆଘାତ ପାଇଥାଇ ପାରନ୍ତି। ଆଉ ଜଣେ ବ୍ୟକ୍ତି କହିଛନ୍ତି ଯେ, ଏହି ବ୍ୟକ୍ତି କଠୋର ଦଣ୍ଡ ପାଇବାକୁ ଯୋଗ୍ୟ!

Read More
{}{}