Hindi News >>Home >>Odisha Trending

Uttarakhand Tunnel Accident: ଜାରି ରହିଛି ଡ୍ରିଲିଂ; ବଢିଲା ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର ହେବାର ଆଶା

Silkyara Tunnel Uttarkashi Uttarakhand: ପ୍ରାୟ ୫ ଦିନ ଧରି ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ସିଲକ୍ୟୋରା ସୁଡ଼ଙ୍ଗ ଠାରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଜାରି ରହିଛି ପ୍ରୟାସ।   

Advertisement
Uttarakhand Tunnel Accident: ଜାରି ରହିଛି ଡ୍ରିଲିଂ; ବଢିଲା ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର ହେବାର ଆଶା
Stop
Zee Odisha Desk|Updated: Nov 17, 2023, 04:53 PM IST

Uttarakhand Tunnel Rescue Operation Latest Update: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ସିଲକ୍ୟୋରା ସୁଡ଼ଙ୍ଗ ଠାରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଜାରି ରହିଛି ପ୍ରୟାସ। ଉଦ୍ଧାର ଅଭିଯାନରେ ବ୍ୟବହୃତ ହୋଇଥିବା ଶକ୍ତିଶାଳୀ ଆଗର୍ ମେସିନ୍ ନଭେମ୍ବର ୧୭ ତାରିଖ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ୨୨ ମିଟର ପର୍ଯ୍ୟନ୍ତ ଡ୍ରିଲିଂ କରି ଆବର୍ଜନା ହଟାଇବାରେ ସକ୍ଷମ ହୋଇଛି। ଯେଉଁ କାରଣରୁ ୫ ଦିନରୁ ଅଧିକ ସମୟ ଧରି ସୁଡ଼ଙ୍ଗ ଭିତରେ ଫସି ରହିଥିବା ୪୦ ଜଣ ଶ୍ରମିକଙ୍କ ଉଦ୍ଧାର ହେବାର ଆଶା ବଢିଯାଇଛି। ସିଲକ୍ୟୋରା ଠାରେ ପ୍ରତିଷ୍ଠା ହୋଇଥିବା ଉତ୍ତରକାଶୀ ଜିଲ୍ଲାର ଜରୁରୀକାଳୀନ ଅପରେସନ୍ ସେଣ୍ଟର କଣ୍ଟ୍ରୋଲ୍ ରୁମ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ରାତିସାରା ଚାଲିଥିବା ଡ୍ରିଲିଂ ପରେ ସୁଡଙ୍ଗ ଭିତରେ ଜମା ହୋଇଥିବା ଆବର୍ଜନାକୁ ୨୨ ମିଟର ପର୍ଯ୍ୟନ୍ତ ହଟାଯାଇଛି। 

୬୦ ମିଟର ପର୍ଯ୍ୟନ୍ତ ଜମା ହୋଇଛି ଆବର୍ଜନା 
ଆପଣଙ୍କୁ କହିରଖୁଛୁ ଯେ ସିଲକ୍ୟୋରା ସୁଡ଼ଙ୍ଗ ଭିତରେ ପ୍ରାୟ ୪୫ ମିଟର ଠାରୁ ୬୦ ମିଟର ମଧ୍ୟରେ ଆବର୍ଜନା ଜମା ହୋଇଛି ଯେଉଁଠାରେ ଖନନ କାର୍ଯ୍ୟ ଆଗର୍ ମେସିନ୍ ସହାୟତାରେ ଜାରି ରହିଛି। ଉଦ୍ଧାର ଅଭିଯାନ ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନା ଅନୁଯାୟୀ ଖନନ ମାଧ୍ୟମରେ ଆବର୍ଜନାରେ ଏକ ରାସ୍ତା ତିଆରି କରି ୯୦୦ ମିଟର ବ୍ୟାସ ବିଶିଷ୍ଟ ୬ ମିଟର ଲମ୍ୱା ପାଇପ୍ ଗୋଟିଏ ପରେ ଗୋଟିଏ ଭର୍ତ୍ତି କରାଯିବ। ଯେପରି ସୁଡ଼ଙ୍ଗରେ ଜମା ହୋଇଥିବା ଆବର୍ଜନାର ଗୋଟିଏ ପାର୍ଶ୍ୱରୁ ଏକ ବିକଳ୍ପ ସୁଡଙ୍ଗ ସୃଷ୍ଟି ହେବ। ଯାହା ମାଧ୍ୟମରେ ସୁଡ଼ଙ୍ଗରେ ଫସି ରହିଥିବା ଶ୍ରମିକ ବାହାରକୁ ଆସିପାରିବେ। 

ଠିକ ଠାକ କାମ କରୁଛି ମେସିନ
ନ୍ୟାସନାଲ ହାଇୱେ ଇନଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ ପକ୍ଷରୁ ଟନେଲ ନିର୍ମାଣ କରୁଥିବା ନବଯୁଗ ଇଞ୍ଜିନିୟରିଂ ଲିମିଟେଡ ଲୋକସମ୍ପର୍କ ଅଧିକାରୀ କହିଛନ୍ତି ଯେ ସମସ୍ତ ଶ୍ରମିକ ଠିକ ଅଛନ୍ତି। ଆଗର୍ ମେସିନ୍ ମଧ୍ୟ ଭଲ କାମ କରୁଛି। ଭଗବାନଙ୍କ ନିକଟରେ ପ୍ରାର୍ଥନା କର ଯେ ଫସି ରହିଥିବା ଶ୍ରମିକ କିପରି ଯଥାଶୀଘ୍ର ବାହାରକୁ ଆସିପାରିବେ। ଚାରୋଟି ପାଇପ୍ ଖୋଳାଯାଇ ଆବର୍ଜନାରେ ଭର୍ତ୍ତି କରାଯାଇଛି। ପଞ୍ଚମ ପାଇପ୍ ରଖିବାର ପ୍ରକ୍ରିୟା ଜାରି ରହିଛି।

ଭାଙ୍ଗି ଯାଇଥିଲା ଛୋଟ ମେସିନ୍ 
ପୂର୍ବରୁ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଛୋଟ ଆଗର୍ ମେସିନ୍ ସହିତ ଆବର୍ଜନାରେ ଡ୍ରିଲିଂ ଆରମ୍ଭ ହୋଇଥିଲା। ହେଲେ ଡ୍ରିଲିଂ ସମୟ ମଧ୍ୟରେ ଭୂସ୍ଖଳନ ହେତୁ ମଝିରେ କାମ ବନ୍ଦ କରିବାକୁ ପଡ଼ିଥିଲା। ପରେ ଆଗର୍ ମେସିନ୍ ମଧ୍ୟ ନଷ୍ଟ ହୋଇଯାଇଥିଲା। ଏହା ପରେ ୨୫ ଟନ୍ ଓଜନ ବିଶିଷ୍ଟ ଏକ ବୃହତ, ଆଧୁନିକ ତଥା ଶକ୍ତିଶାଳୀ ଆମେରିକୀୟ ଆଗର୍ ମେସିନ୍ ଦିଲ୍ଲୀ ଠାରୁ ଉତ୍ତରାଖଣ୍ଡକୁ ଦୁଇ ଭାଗରେ ଭାରତୀୟ ବାୟୁସେନାର C-130 ହର୍କ୍ୟୁଲସ୍ ବିମାନ ଦ୍ୱାରା ପରିବହନ କରାଯାଇଥିଲା। ଯାହା ପରେ ଗୁରୁବାର ପୁଣି ଥରେ ଖନନ କାମ ଆରମ୍ଭ ହୋଇଥିଲା।

ଶ୍ରମିକଙ୍କ ସହ ଜାରି ରହିଛି ଯୋଗାଯୋଗ; ଗଠିତ ହୋଇଛି ଅସ୍ଥାୟୀ ଡାକ୍ତରଖାନା  
ଅଧିକାରୀ କହିଛନ୍ତି ଯେ ସୁଡ଼ଙ୍ଗରେ ଫସି ରହିଥିବା ଶ୍ରମିକଙ୍କୁ ନିରନ୍ତର ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି। ଏହା ବ୍ୟତୀତ ଅମ୍ଳଜାନ, ବିଦ୍ୟୁତ୍, ଔଷଧ ଏବଂ ଜଳ ମଧ୍ୟ ପାଇପ୍ ମାଧ୍ୟମରେ ସେମାନଙ୍କ ନିକଟରେ ନିରନ୍ତର ଭାବରେ ପହଞ୍ଚାଯାଉଛି। ଶ୍ରମିକଙ୍କ ସହିତ ନିରନ୍ତର କଥାବାର୍ତ୍ତା ଚାଲିଛି ଏବଂ ସମୟ ସମୟରେ ସେମାନଙ୍କୁ ମଧ୍ୟ ସେମାନଙ୍କ ପରିବାର ସହିତ କଥାବାର୍ତ୍ତା କରାଯାଉଛି। ଉତ୍ତରାଖଣ୍ଡ ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ଯେ ସୁଡ଼ଙ୍ଗ  ନିକଟରେ ୬ ବେଡ଼ ବିଶିଷ୍ଟ ଅସ୍ଥାୟୀ ଡାକ୍ତରଖାନା ପ୍ରସ୍ତୁତ କରାଯାଇଛି।   

ଘଟଣାସ୍ଥଳରେ ୧୦ ଆମ୍ବୁଲାନ୍ସ ସହିତ ଅନେକ ମେଡିକାଲ ଟିମ୍ ମଧ୍ୟ ନିୟୋଜିତ ହୋଇଛନ୍ତି। ଯାହାଫଳରେ ଶ୍ରମିକ ବାହାରକୁ ଆସିବା ପରେ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇପାରିବ। ଆପଣଙ୍କୁ କହିରଖୁଛୁ ଯେ ଅଲ ୱେଦର ରୋଡ଼ ଚାରିଧାମ ସଡ଼ ପରିଯୋଜନା ଆଧାରରେ ନିର୍ମାଣ ହେଉଥିବା ସୁଡଙ୍ଗ ସିଲକ୍ୟୋରା ପଟୁ ୨୭୦ ମିଟର ଲମ୍ବା ଭାଗ ରବିବାର ସକାଳେ ଭୁଷୁଡ଼ି ଯାଇଥିଲା। ଯାହା ପରେ  ନିର୍ମାଣଧିନ ସୁଡ଼ଙ୍ଗରେ ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରିରହିଛି।

Read More
{}{}